35 ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ
ପ୍ରବାହ ନ୍ୟୁଜ୍ : ଅବକାରୀ ଅଧିକ୍ଷକ ଶ୍ରୀ ପ୍ରତାପ କୁମାର ଦାସ ଙ୍କ ନିର୍ଦେଶ କ୍ରମେ, ଅବକାରୀ ନିରୀକ୍ଷକ ଦିଲ୍ଲୀପ... The post 35 ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ appeared first on Prabaha TV.

ପ୍ରବାହ ନ୍ୟୁଜ୍ : ଅବକାରୀ ଅଧିକ୍ଷକ ଶ୍ରୀ ପ୍ରତାପ କୁମାର ଦାସ ଙ୍କ ନିର୍ଦେଶ କ୍ରମେ, ଅବକାରୀ ନିରୀକ୍ଷକ ଦିଲ୍ଲୀପ କୁମାର ରଥ ଙ୍କ ନେତୃତ୍ୱ ରେ, ବିଭାଗୀୟ କର୍ମଚାରୀ ମାନଙ୍କ ସହ, ନବରଙ୍ଗପୁର ଥାନା ଅନ୍ତର୍ଗତ, ଜେଟୁଗୁଡା ଗ୍ରାମ ନାଳ ରାସ୍ତା ରେ, ଜଣେ ଆସାମୀ ଗଣେଶ ବିଷୋୟୀ ନିକଟରୁ 35 ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରାଗଲା ଓ ଯେଟୁଗୁଡା ନାଳରେ ମଦ ରାନ୍ଧୁଥିବା ସମୟରେ ଜଣେ ଆସାମୀ, ଖଗ ବିଷୋୟୀ ନିକଟରୁ 40 ଲିଟର ଚୋରା ଦେଶୀ ହାତ ରନ୍ଧା ମଦ, 20 ଲିଟର ଗରମ ରନ୍ଧା ପୋଚ ଓ 34 ଲିଟର ମଦ ରାନ୍ଧିବା ନିମନ୍ତେ ପ୍ରସ୍ତୁତ ହୋଇ ଥିବା ପୋଚ ଜବତ କରାଗଲା, ଘଟଣା ସ୍ଥଳରେ ମଦ, ପୋଚ, ରସ ଡେକଚି, ଟିଣ ଡବା ନଷ୍ଟ କରି ଦିଆ ଗଲା ଏବଂ ନବରଙ୍ଗପୁର ଅବକାରୀ ଥାନା ଅଧିକାରୀ ବିଙ୍ଗରାଜ ଦାମି, ନବରଙ୍ଗପୁର ଥାନା ଅନ୍ତର୍ଗତ ଦଶପୁର ଗ୍ରାମ ର ଦେବାନନ୍ଦ ନାଏକ ନିକଟରୁ 15 ଲିଟର ବାହାର ଭାଟି ମଦ ଜବତ କରାଗଲା ଓ ତେନ୍ତୁଳୀଗୁଡା ଗ୍ରାମର ଶିବରାମ ମାଝି ନିକଟରୁ 24 ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରାଗଲା ଏବଂ ପାପଡାହାଣ୍ଡି ଥାନା ଅନ୍ତର୍ଗତ ଚାନ୍ଦିଲି ଗ୍ରାମରେ, ବାରିଗୁଡା ଗ୍ରାମ ର ଟଙ୍କ ଧର ବିଷୋୟୀ ନିକଟରୁ 35 ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଓ ଗୋଟିଏ ମୋଟର ସାଇକେଲ ଜବତ କରାଗଲା, ଆସାମୀ ମାନଙ୍କୁ ମାନ୍ୟବର SDJM ଙ୍କ ଅଦଲତ ରେ ହଜାର କରା ଗଲା, ଏହି ଚଡାଉ ରେ ସହଉପ ନିରୀକ୍ଷକ କୀଲାଡୀ ଭାସ୍କର, ସିପାହୀ ମାନେ ହେଲେ ରଞ୍ଜୀ ଜାନି, ରେଶମା ସୁନା, ଆକ୍ରମ ଖାନ, ଉମେଶ ହରିଜନ, ସଦା ଶିବ ଭତରା, ସୁଧାଂଶୁ ଶେଖର ବାଘ, ରଂଜିତ ସିଂହ, ଆକାଶ ଶବର ଓବଳ ବନ୍ତ ରଏ ସହ ଯୋଗ କରି ଥିଲେ l
The post 35 ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ appeared first on Prabaha TV.