Waterpurifier: ଆପଣଙ୍କ ଘର ପାଇଁ ୱାଟର ପ୍ୟୁରିଫାୟାର କିଣିବାକୁ ଭାବିଛନ୍ତି କି? ଜାଣନ୍ତୁ କଣ କିଣିବା ଉଚିତ?

Jul 27, 2026 - 17:12
Waterpurifier: ଆପଣଙ୍କ ଘର ପାଇଁ ୱାଟର ପ୍ୟୁରିଫାୟାର କିଣିବାକୁ ଭାବିଛନ୍ତି କି? ଜାଣନ୍ତୁ କଣ କିଣିବା ଉଚିତ?

"ଭୁବନେଶ୍ୱର: ଆଜିକାଲି ପ୍ରାୟ ସମସ୍ତେ ଘରେ ୱାଟର ପ୍ୟୁରିଫାୟାର ଲଗାଇବାକୁ ପସନ୍ଦ କରୁଛନ୍ତି | ପୂର୍ବରୁ ମିଳୁଥିବା ପାଣି ଫିଲ୍ଟର ଅପେକ୍ଷା ଲୋକ ୱାଟର ପ୍ୟୁରିଫାୟାରକୁ ପ୍ରାଥମିକତା ଦେଉଛନ୍ତି | ତେବେ ଆପଣ ମଧ୍ୟ ଏଭଳି କିଛି ଲଗାଇବାର ଯୋଜନା କରୁଛନ୍ତି କି?

ତେବେ ଆଜି ଆମେ ଆପଣଙ୍କୁ ଏନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବୁ | ବାସ୍ତବରେ ଅଧିକାଂଶ ନାମିଦାମୀ କମ୍ପାନୀ ୱାଟର ପ୍ୟୁରିଫାୟାରକୁ ବିକ୍ରି କରିବା ସମୟରେ ଲୋକଙ୍କୁ ମୁଖ୍ୟତଃ ଆରୋ, ୟୁଭି ଓ ୟୁଏଫ ସୁବିଧା ଅଛି ବୋଲି କହିଥାନ୍ତି | ହେଲେ ଅଧିକାଂଶ ଲୋକ ଏନେଇ ସମ୍ପୂର୍ଣ୍ଣ ଜାଣିନଥିବାବେଳେ ସେମାନଙ୍କ ଘରେ କାହାକୁ ଲଗାଇବେ ଦ୍ବନ୍ଦରେ ପଡିଯାଇଥାନ୍ତି | ଆସନ୍ତୁ ଏନେଇ ବିସ୍ତୃତରେ ଜାଣିବା | Advertisment ବାସ୍ତବରେ ୱାଟର ପ୍ୟୁରିଫାୟାର କିଣିବା ସମୟରେ ସବୁବେଳେ ମୂଲ୍ୟକୁ ଦେଖି କିଣିବା ଉଚିତ ନୁହେଁ | ଆପଣଙ୍କ ଘର ପାଇଁ କେଉଁଟା ଉପଯୁକ୍ତ ତାହା ଜାଣିବା ନିହାତି ଆବଶ୍ୟକ |   ଆହୁରି ପଢନ୍ତୁ: Odisha CM Public Grievance Hearing ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: ୧୫ହଜାର ଅଭିଯୋଗରୁ ୧୪ହଜାର ସମାଧନ RO, UV ନା UF?

ଆପଣଙ୍କ ଘର ପାଇଁ କେଉଁ Water Purifier ସବୁଠାରୁ ଭଲ?ପାଣି ବିଶୁଦ୍ଧ କରିବା ପାଇଁ ବଜାରରେ RO, UV ଓ UF ପ୍ରଯୁକ୍ତିର ୱାଟର ପ୍ୟୁରିଫାୟର ମିଳୁଛି।

କିନ୍ତୁ ସମସ୍ତଙ୍କ ପାଇଁ RO ଆବଶ୍ୟକ ନୁହେଁ।

ୱାଟର ପ୍ୟୁରିଫାୟର ବାଛିବା ପୂର୍ବରୁ ଆପଣଙ୍କ ପାଣିର ଟିଡ଼ିଏସ (Total Dissolved Solids) ସ୍ତର ଜାଣିବା ଅତ୍ୟନ୍ତ ଜରୁରୀ।

RO (Reverse Osmosis) କେବେ ବ୍ୟବହାର କରିବେ?ବୋରୱେଲ୍ କିମ୍ବା ଅଧିକ ଲବଣଯୁକ୍ତ ପାଣି ପାଇଁ ଏହି ପ୍ରଯୁକ୍ତିବିଦ୍ୟା ଥିବା ୱାଟର ପ୍ୟୁରିଫାୟାର ଉପଯୁକ୍ତ।

ଯଦି ଆପଣଙ୍କ ପାଣିର ଟିଡ଼ିଏସ ୩୦୦ ପିପିଏମଠାରୁ ଅଧିକ ତାହେଲେ ଆରଓ ଭଲ ବିକଳ୍ପ।

ଏହା ଭାରୀ ଧାତୁ, ଲବଣ ଓ ଅନ୍ୟାନ୍ୟ ଅଶୁଦ୍ଧି ଦୂର କରେ।

UV (Ultraviolet) କେବେ ବ୍ୟବହାର କରିବେ?TDS କମ୍ ଥିବା ପାଣି ପାଇଁ ଏହା ଉପଯୁକ୍ତ।

ଏହି ପ୍ରଯୁକ୍ତିବିଦ୍ୟା ବ୍ୟାକ୍ଟେରିଆ ଓ ଭାଇରସକୁ ନଷ୍ଟ କରେ।

କିନ୍ତୁ ପାଣିରେ ଥିବା ଲବଣ କିମ୍ବା କେମିକାଲ୍ ଦୂର କରିପାରେ ନାହିଁ।

ଆହୁରି ପଢନ୍ତୁ: Nepal"s India-bordering Sunsari: ନେପାଳରେ ସାମ୍ପ୍ରଦାୟିକ ହିଂସା: ଜଣେ ମୃତ, ୧୨ ଆହତ UF (Ultrafiltration) କେବେ ବ୍ୟବହାର କରିବେ?କମ୍ TDS ଥିବା ପାଣି ପାଇଁ ଭଲ।

ବିଦ୍ୟୁତ ବିନା ମଧ୍ୟ କାମ କରିପାରେ।

ଧୂଳିକଣା, ବ୍ୟାକ୍ଟେରିଆ ଇତ୍ୟାଦିକୁ ଫିଲ୍ଟର କରେ, କିନ୍ତୁ ଦ୍ରବୀଭୂତ ଲବଣକୁ ହଟାଇପାରେ ନାହିଁ।

ତେବେ ୱାଟର ପ୍ୟୁରିଫାୟାର କିଣିବାକୁ ନେଇ ବିଶେଷଜ୍ଞ କହିବା କଥା ଯେ ପ୍ରଥମେ ନିଜ ଘରର ପାଣିର TDS ଟେଷ୍ଟ କରନ୍ତୁ।

କେବଳ ବିଜ୍ଞାପନ ଦେଖି RO କିଣନ୍ତୁ ନାହିଁ।

ଆପଣଙ୍କ ପାଣିର ଗୁଣବତ୍ତା ଅନୁଯାୟୀ RO, UV କିମ୍ବା UF ବାଛନ୍ତୁ।

ଏହା ସ୍ୱାସ୍ଥ୍ୟ ସହିତ ଅନାବଶ୍ୟକ ଖର୍ଚ୍ଚକୁ ମଧ୍ୟ କମାଇପାରିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।