Welcome!

Unlock your personalized experience.
Sign Up

Waqf Row: ୨ ବିଚାରପତିଙ୍କ ବଙ୍ଗଳା, ୪ ମନ୍ଦିର ଓ କଲେଜ : ୱାକଫ ଲିଷ୍ଟକୁ ନେଇ ବିବାଦ,ହସ୍ତକ୍ଷେପ କଲେ ହାଇକୋର୍ଟ

Jul 28, 2026 - 14:45
Waqf Row: ୨ ବିଚାରପତିଙ୍କ ବଙ୍ଗଳା, ୪ ମନ୍ଦିର ଓ କଲେଜ : ୱାକଫ ଲିଷ୍ଟକୁ ନେଇ ବିବାଦ,ହସ୍ତକ୍ଷେପ କଲେ ହାଇକୋର୍ଟ

ଯୋଧପୁର,୨୮।୭: ବ୍ଲୁ ସିଟି ଯୋଧପୁରରେ ଓ୍ବାକଫ୍ ସମ୍ପତ୍ତିର ସୂଚୀକୁ ନେଇ ନୂଆ ବିବାଦ ସାମନାକୁ ଆସିଛି। ଦାବି କରାଯାଉଛି ଯେ, ସହରର ବହୁ ପ୍ରମୁଖ ଧାର୍ମିକ, ଶୈକ୍ଷଣିକ ଓ ସାର୍ବଜନୀକ ସ୍ଥଳକୁ ଓ୍ବାକଫ୍ ସମ୍ପତ୍ତି ରୂପରେ ରେକର୍ଡ କରାଯାଇଛି। ଏଥିରେ ଗୀତା ଭବନ, ସୋହନଲାଲ ମାନିହାର ସ୍କୁଲ, ଶାହ ଗୋର୍ଦ୍ଧନ ସିଂହ କଲେଜ, ଦୁଇ ବିଚାରପତିଙ୍କ ସରକାରୀ ବଙ୍ଗଳା, ଚାରୋଟି ମନ୍ଦିର, ଦୁଇଟି ନ୍ୟାତି ଭବନ ଓ ବହୁ ଆବାସିକ ଓ ବ୍ୟବସାୟିକ କ୍ଷେତ୍ର ରହିଛି। ମାମଲା ସାମନାକୁ ଆସିବା ପରେ ପୌର ପାଳିକା ବା ମ୍ୟୁନିସିପାଲିଟି ତଦନ୍ତ ଆରମ୍ଭ କରିଛି। ସେଭଳି ଇତିହାସକାରମାନେ ମଧ୍ୟ ଐତିହାସିକ ଦସ୍ତାବିଜ ଆଧାରରେ ନିରପେକ୍ଷ ଯାଞ୍ଚ ଦାବି କରିଛନ୍ତି। ଯୋଧପୁରରେ ମନ୍ଦିର, ସ୍କୁଲ, କଲେଜ ଓ ବିଚାରପତିଙ୍କ ସରକାରୀ ବଙ୍ଗଳାକୁ କଥିତ ରୂପରେ ଓ୍ବାକଫ୍ ସମ୍ପତ୍ତି ରୂପରେ ମାନ୍ୟତା ମିଳିବା ମାମଲାରେ ରାଜସ୍ଥାନ ହାଇକୋର୍ଟ ନିଜ ପକ୍ଷରୁ ତଦନ୍ତ ଆରମ୍ଭ କରିଛନ୍ତି।

ମାମଲାର ଗମ୍ଭୀରତାକୁ ଦେଖି ହାଇକୋର୍ଟ କେନ୍ଦ୍ର ସରକାର, ରାଜ୍ୟ ସରକାର, ଓ୍ବାକଫ୍ ମନ୍ତ୍ରଣାଳୟ, ରାଜସ୍ବ ବିଭାଗ, ଯୋଧପୁର ଜିଲ୍ଲା କଲେକ୍ଟରଙ୍କ ସହିତ ସମ୍ପର୍କିତ ବିଭାଗକୁ ନୋଟିସ୍ ଜାରି କରିଛି। ନ୍ୟାୟାଳୟ ସବୁ ପକ୍ଷକୁ ଦୁଇ ସପ୍ତାହ ଭିତରେ ବିସ୍ତୃତ ଜବାବ୍ ଦେବାର ନିର୍ଦେଶ ଦେଇଛନ୍ତି। ଏହା ସହିତ ମାମଲାର ନିରପେକ୍ଷ ଶୁଣାଣି ଓ ଆଇନଗତ ସହାୟତା ପାଇଁ ଆଡଭୋକେଟ୍ ମୋତି ସିଂହଙ୍କ ନ୍ୟାୟମିତ୍ର ନିଯୁକ୍ତି କରାଯାଇଛି। ହାଇକୋର୍ଟଙ୍କ ଏହି ପଦକ୍ଷେପ ପରେ ପୁରା ମାମଲା ଉପରେ ଆଇନ ଓ ପ୍ରଶାସନିକ ସ୍ତରରେ ଗତିବିଧି ବଢାଇ ଦେଇଛି। ଏବେ ସମସ୍ତଙ୍କ ନଜର ସମ୍ପର୍କିତ ବିଭାଗର ଜବାବ ଓ କୋର୍ଟଙ୍କ ଆଗାମୀ ଶୁଣାଣି ଉପରେ ରହିଛି।

ଏହି ମାମଲା ଯୋଧପୁରର ଗାଁ ଖସରା ସଂଖ୍ୟା ୪୮୨, ୪୮୫ ଓ ୪୯୦ ସହ ଜଡିତ। ଦାବି କରାଯାଉଛି ଯେ, ଏହି ଖସରା ସମ୍ପର୍କିତ ବହୁ ସମ୍ପତ୍ତି ପୋର୍ଟାଲରେ ଓ୍ବାକଫ୍ ସମ୍ପତ୍ତି ଭାବରେ ରେକର୍ଡ କରାଯାଇଛି। ତେବେ ରାଜସ୍ବ ରେକର୍ଡ ସମ୍ପର୍କିତ ଭୂମି ନଗରପାଳିକା ନାମରେ ରୁଜୁ କରାଯାଇଛି। ଏହି ବିରୋଧାଭାସ କାରଣରୁ ପୁରା ମାମଲା ଏବେ ବିବାଦୀୟ ରୂପ ନେଇଛି। ମ୍ୟୁନିସିପାଲିଟି କମିଶନର ରାହୁଲ ଜୈନ କହିଛନ୍ତି, ରାଜସ୍ବ ରେକର୍ଡ ଅନୁସାରେ, ସମ୍ପର୍କିତ ଭୂମି ମ୍ୟୁନିସିପାଲିଟିର ସମ୍ପତ୍ତି। ସେ ସ୍ପଷ୍ଟ କରିଛନ୍ତି, ପୌର ପାଳିକା ପକ୍ଷରୁ ଏ ସମ୍ପର୍କରେ କୌଣସି ପ୍ରକାର ଆପତ୍ତିବିହୀନ ପ୍ରମାଣ ପତ୍ର ଜାରି କରାଯାଇ ନାହିଁ। ନା ପୌର ପାଳିକାକୁ କୌଣସି ପ୍ରକାର ନୋଟିସ୍ ଦିଆଯାଇଛି। ମାମଲା ସାମନାକୁ ଆସିବା ପରେ ଆମେ ରେକର୍ଡର ଯାଞ୍ଚ ଆରମ୍ଭ କରିଛୁ।

କମିଶନ୍ କହିଛି, ଯଦି ଯାଞ୍ଚ ବେଳେ ଜଣାପଡେ ମ୍ୟୁନିସିପାଲିଟିର ସମ୍ପତ୍ତି ଅନ୍ୟ କାହା ନାଁରେ ଭୁଲରେ ନାମାଙ୍କନ କରାଯାଇଛି, ସେତେବେଳେ ତାଙ୍କୁ ପୁଣିଥରେ ମ୍ୟୁନିସିପାଲିଟିରେ ନାଁ ରେକର୍ଡ କରିବା ପାଇଁ ଆଇନଗତ ପକ୍ରିୟା ଗ୍ରହଣ କରିବାକୁ ହେବ। ସେ କହିଛନ୍ତି, ପୁରା କାର୍ଯ୍ୟାନୁଷ୍ଠାନ ରାଜସ୍ବ ଅଭିଲେଖା ଓ ଉପଲବ୍ଧ ଦସ୍ତାବିଜ ଆଧାରରେ କରାଯିବ। ଐତିହାସକାର ମହେନ୍ଦ୍ର ସିଂହ ତନଭର ମଧ୍ୟ ଏହି ମାମଲା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମକରାନା ମୋହଲ୍ଲାରେ ଥିବା ଐତିହାସିକ ତୁଅରଜିର ଝାଲକା (ତୋରଜିର ଝାଲରା) ନିର୍ମାଣ ମହାରାଜ ଅଭୟ ସିଂହଙ୍କ ମହାରାଣୀ ଜସ କନଭର ନିଜ ଅର୍ଥରେ କରିଥିଲେ। ଏ ସମ୍ପର୍କରେ ରାଜାଙ୍କ ଘରେ ଐତିହାସିକ ଦସ୍ତାବିଜ ଓ ଅନ୍ୟ ରେକର୍ଡ ବି ରହିଛି, ଯେଉଁଥିରେ ଝାଲେରାର ନିର୍ମାଣର ବିସ୍ତୃତ ବିବରଣୀ ରହିଛି। ଐତିହାସକାରଙ୍କ ମତରେ ରେକର୍ଡରେ ପ୍ରାୟ ୩୦୦ ବର୍ଷ ପୁରୁଣା କୌଣସି ଧାର୍ମିକ ଢାଞ୍ଚା କିମ୍ବା ମଜାରର ଉଲ୍ଲେଖ ନାହିଁ।

ଆହୁରି ପଢନ୍ତୁ : Billionaire Club Expands: ବଢୁଛି ଭାରତର ବିଲିୟନେୟାର କ୍ଲବ୍, ୫ ବର୍ଷରେ ଅରବପତିଙ୍କ ସଂଖ୍ୟା ୪ ଗୁଣା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।