Wangchuk Health: ମେଦାନ୍ତ ହସ୍ପିଟାଲରେ ସୋନମ ୱାଙ୍ଗଚୁକଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଓ ଜିତେନ୍ଦ୍ର ସିଂହ
"ନୂଆଦିଲ୍ଲୀ/ଗୁରୁଗ୍ରାମ: ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର ହେବାର କିଛି ଘଣ୍ଟା ପରେ ମଙ୍ଗଳବାର ବିଳମ୍ବିତ ରାତିରେ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଜେ.ପି.
ନଡ୍ଡା ଓ ଜିତେନ୍ଦ୍ର ସିଂହ।
ପରୀକ୍ଷା ଆକଳନରେ ଅନିୟମିତତାକୁ ନେଇ ଜୁନ୍ ୨୮ ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ଥିବା ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ତାଙ୍କ ପତ୍ନୀ ଗୀତାଞ୍ଜଳି ଆଙ୍ଗମୋ ଆବେଦନ କରିଥିଲେ।Advertisment ପୁଲିସ ପକ୍ଷରୁ ଅତିରିକ୍ତ ବାହିନୀ ମୁତୟନ ସମ୍ବିଧାନର ଧାରା ୧୯ ଏବଂ ୨୧ ଅନୁଯାୟୀ ନିଜ ପସନ୍ଦର ହସ୍ପିଟାଲରେ ଚିକିତ୍ସା ପାଇବା ୱାଙ୍ଗଚୁକଙ୍କ ମୌଳିକ ଅଧିକାର ବୋଲି ଦର୍ଶାଇ ପ୍ରଧାନ ବିଚାରପତି ଡି.କେ.
ଉପାଧ୍ୟାୟ ଏବଂ ଜଷ୍ଟିସ ତେଜସ କାରିଆଙ୍କ ବେଞ୍ଚ ତାଙ୍କୁ ତୁରନ୍ତ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬:୪୦ ରେ ସଫଦରଜଙ୍ଗରୁ ଡିସଚାର୍ଜ ହୋଇ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆମ୍ବୁଲାନ୍ସ ଯୋଗେ ଆସି ସନ୍ଧ୍ୟା ୭:୩୦ ରେ ମେଦାନ୍ତରେ ପହଞ୍ଚିବା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ଇଣ୍ଟରନାଲ ମେଡିସିନ୍ ବିଶେଷଜ୍ଞ ଡାକ୍ତର ସୁଶୀଳା କାଟାରିଆଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି।
ସଫଦରଜଙ୍ଗ ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ସ୍ଥାନାନ୍ତର ସମୟରେ ତାଙ୍କର ବ୍ଲଡ୍ ପ୍ରେସର ଓ ଅନ୍ୟାନ୍ୟ ଜରୁରୀ ପାରାମିଟର ସ୍ଥିର ଥିଲେ ବି ତାଙ୍କ ରକ୍ତରେ ''ପ୍ୟାନସାଇଟୋପେନିଆ'' ଏବଂ ସିରମ୍ ପୋଟାସିଅମ୍ ସ୍ତର ୩.୪ ଏମ.ଇ.କ୍ୟୁ/ଏଲ୍ ରହିଛି।
ୱାଙ୍ଗଚୁକଙ୍କ ସୁରକ୍ଷା ପାଇଁ ମେଦାନ୍ତ ହସ୍ପିଟାଲ ଚାରିପାଖରେ ଗୁରୁଗ୍ରାମ ପୁଲିସ ପକ୍ଷରୁ ଅତିରିକ୍ତ ବାହିନୀ ମୁତୟନ କରାଯାଇଛି।
CJP Protest: ପ୍ରତିବାଦକାରୀଙ୍କ ବିରୋଧରେ କୌଣସି ଏଫଆଇଆର ରୁଜୁ ହେବାକୁ ଦେବୁ ନାହିଁ: ସିଜେପି ମୁଖପାତ୍ରଙ୍କ ବଡ଼ ମନ୍ତବ୍ୟ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।