Village Deserted by Men After Murder: ହତ୍ୟାକାଣ୍ଡ ପରେ ଗାଁ ପୁରୁଷ ଶୂନ୍ୟ, ଘରେ ଘରେ ଝୁଲୁଛି ତାଲା
ନୟାଗଡ ସଦର ଥାନା ଡାଳିଆ ମଡ଼ା ଗାଁର ଅଭିମନ୍ୟୁ ସାହୁ ହତ୍ୟା ଘଟଣାରେ ତଦନ୍ତ ଜାରି ରଖିଛି ପୋଲିସ। ଗାଁର ୮ ଜଣଙ୍କୁ ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଗିରଫ ପରେ ଗାଁ ଏକ ପ୍ରକାର ପୁରୁଷ ଶୂନ୍ୟ ହୋଇଯାଇଛି। ଘରେ ଘରେ ତାଲା ଝୁଲୁଛି। ଗିରଫ ଅଭିଯୁକ୍ତଙ୍କ ମୋବାଇଲ ଟ୍ରାକ କରି ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଥିବା ସୂଚନା ଦେଇଛନ୍ତି ଏସପି।
ଗତ ୬ ତାରିଖରେ ଅଭିମନ୍ୟୁଙ୍କୁ ଅପହରଣ ପରେ ଗାଁ କୋଠା ଘରେ ହତ୍ୟା କରି ଡାହୁକା ନଦୀରେ ଭସାଇ ଦେଇଥିଲେ। ପୂର୍ବ ଶତ୍ରୁତା, ଜମିଜମା ବିବାଦକୁ ନେଇ ଅଭିମନ୍ୟୁ ସାହୁ ଓ ତାଙ୍କ ପରିବାରକୁ ଗାଁ ଲୋକ ବାସନ୍ଦ ରଖିଥିଲେ। ସେହି ରାଗରେ ଅଭିମନ୍ୟୁଙ୍କୁ ଅପହରଣ ପରେ ହତ୍ୟା ଏବଂ ପ୍ରମାଣ ନଷ୍ଟ ପାଇଁ ଡାହୁକା ନଦୀରେ ଶବ ଭସେଇ ଦେଇଥିଲେ।
ନୟାଗଡ ହତ୍ୟାକାଣ୍ଡ; ଗାଁ ପୁରୁଷ ଶୂନ୍ୟ
ନୟାଗଡ ହତ୍ୟାକାଣ୍ଡରେ ପୋଲିସର ତଦନ୍ତ
୮ ଜଣଙ୍କୁ ଗିରଫ କରି ପଚରାଉଚରା
ଗିରଫ ପରେ ଗାଁ ପୁରୁଷ ଶୂନ୍ୟ
ଘରେ ଘରେ ଝୁଲୁଛି ତାଲା
ମୋବାଇଲ ଟ୍ରାକ କରି ପୋଲିସର ଛାନଭିନ୍
ଅପହରଣ ପରେ ହତ୍ୟା କରି ନଦୀରେ ଭସାଇ ଦେଇଥିଲେ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।