22 JULY 2026

Welcome!

Unlock your personalized experience.
Sign Up

Vigilance : ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ, ଭିଜିଲାନ୍ସ ହାତରେ ଧରାପଡିଲେ ପିଇଓ

Jul 21, 2026 - 23:24
Vigilance : ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ, ଭିଜିଲାନ୍ସ ହାତରେ ଧରାପଡିଲେ ପିଇଓ

ଯାଜପୁର, ୨୧।୭ : ଭିଜିଲାନ୍ସ ଜାଲରେ ପିଇଓ। ଅନ୍ତ୍ୟୋଦୟ ଗୃହ ଯୋଜନାର ଫାଇନାଲ ବିଲ କରାଇ ଦେବା ପାଇଁ ନେଉଥିଲେ ୫ ହଜାର ଟଙ୍କା । କୋରେଇ ବ୍ଲକ କଚରା ସାହି ପଞ୍ଚାୟତର PEO ପ୍ରଫୁଲ୍ଲ କୁମାର ନାଥ ଯାଜପୁର ଓ କଟକ ଭିଜିଲାନ୍ସ ଟିମ୍ ହାତରେ ଧରାପଡିଛନ୍ତି।

କୋରେଇ ବ୍ଲକ କଚରା ସାହି ପଞ୍ଚାୟତ ଅନ୍ତର୍ଗତ ସହଗାଁର ଜଣେ ମହିଳା ଅନ୍ତ୍ୟୋଦୟ ଗୃହ ହିତାଧିକାରୀଙ୍କ ଅଭିଯୋଗ ଅନୁଯାୟୀ ଅନ୍ତୋଦୟ ଗୃହ ନିର୍ମାଣର ଶେଷ ବିଲ ପାଇଁ ଅନେକ ଥର ପିଇଓ ପ୍ରଫୁଲ କୁମାର ନାଥଙ୍କ ନିକଟକୁ ଯାଇଥିଲେ l ପିଇଓ ଶ୍ରୀ ନାଥ ଶେଷ ବିଲ କରେଇ ଦେବା ପାଇଁ ତାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ l ମାତ୍ର ହିତାଧିକାରୀ ଜଣକ ଟଙ୍କା ଦେଇ ପାରିବିନି ବୋଲି କହିବାରୁ ପିଇଓ ଶେଷ ବିଲ କରୁନଥିଲେ l ଶେଷରେ ନ୍ୟାୟ ପାଇଁ ହିତାଧିକାରୀ ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହେଇଥିଲେ l ଭିଜିଲାନ୍ସ ବିଭାଗର ଅଧିକାରୀଙ୍କ ଯୋଜନା ଅନୁଯାୟୀ ହିତାଧିକାରୀ ପିଇଓ ପ୍ରଫୁଲଙ୍କୁ ୫ ହଜାର ଟଙ୍କା ଦେବା ପାଇଁ ପାଣିକୋଇଲି ଛକକୁ ଡାକିଥିଲେ l ପାଣିକୋଇଲି ଛକରେ ପୂର୍ବ ପ୍ରସ୍ତୁତି କ୍ରମେ ଭିଜିଲାନ୍ସ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ l ତେବେ ହିତାଧିକାରୀ ପିଇଓ ପ୍ରଫୁଲଙ୍କୁ ୫ ହଜାର ଟଙ୍କା ଦେବା ମାତ୍ରକେ ଭିଜିଲାନ୍ସ ଅଧିକାରୀ ମାନେ ମାଡି ବସିଥିଲେ l ପ୍ରଫୁଲ ନିକଟରୁ ଭିଜିଲାନ୍ସ ବିଭାଗ ପକ୍ଷରୁ ୫ ହଜାର ଟଙ୍କା ଜବତ କରାଯାଇଛି l ଏଥିସହିତ ପିଇଓ ପ୍ରଫୁଲକୁ କାର୍ଯ୍ୟାଳୟକୁ ନେଇ ଯାଇଥିଲେ l ସେପଟେ କଟକ ଭିଜିଲାନ୍ସ ପକ୍ଷରୁ ଘଟଣାର ତଦନ୍ତ ପରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିବା ସୂଚନା ଦେଇଛି ଭିଜିଲାନ୍ସ ।

ଆହୁରି ପଢନ୍ତୁ : ଖେଳୁଥିବା ବେଳେ ଗାଡ଼ିଆରେ ପଡି ଦୁଇ ଶିଶୁ ମୃତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।