Vigilance Raid Over DA Allegations: ଭିଜିଲାନ୍ସ ପଞ୍ଝାରେ ଦୁଇ ଅଧିକାରୀ, ସକାଳୁ ସକାଳୁ ବଡ଼ ରେଡ୍
ଏଷ୍ଟାବ୍ଲିସମେଣ୍ଟ ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ। ସମ୍ବଲପୁର ଭିମସାରର ଦୁଇ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି। ଏଷ୍ଟାବ୍ଲିସମେଣ୍ଟ ଅଫିସର ଓ ଷ୍ଟିୱାର୍ଡଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକାଧିକ ସ୍ଥାନରେ ରେଡ୍ କରାଯାଉଛି।
ଏଷ୍ଟାବ୍ଲିସମେଣ୍ଟ ଅଫିସର ଧନୁର୍ଦ୍ଧର ବିଶ୍ବାଳଙ୍କ ଘର ସମେତ ୪ ସ୍ଥାନରେ ରେଡ୍ ଚାଲିଛି। ଧନୁର୍ଦ୍ଧର ବିଶ୍ୱାଳଙ୍କ ଧନକଉଡାସ୍ଥିତ ଦୁଇ ମହଲା ବାସଭବନ, ଗୁଡେସିଙ୍ଗାରେ ଥିବା ଆଉ ଏକ ଘର, ଭିମସାର ମେଡିକାଲ୍ ଷ୍ଟାଫ୍ କଲୋନୀରେ ଥିବା ସରକାରୀ କ୍ୱାର୍ଟର ଏବଂ ଭିମସାର ସୁପରିଣ୍ଟେଣ୍ଡେଣ୍ଟ କାର୍ଯ୍ୟାଳୟରେ ଥିବା ଅଫିସ୍ ଚାମ୍ବରରେ ଚଢ଼ାଉ ଜାରି ରହିଛି।
ଷ୍ଟିୱାର୍ଡ ଅଶ୍ବିନୀ ମେହେରଙ୍କ ବାସଭବନ ସମେତ ୫ ସ୍ଥାନରେ ରେଡ୍ କରାଯାଉଛି। ସମ୍ବଲପୁର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ଚାଲିଛି।୫ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର, ୩ ଜଣ ଏଏସଆଇ ଓ ଅନ୍ୟ କର୍ମଚାରୀଙ୍କୁ ନେଇ ଏହି ଚଢ଼ାଉ କରାଯାଉଛି।