Vigilance: ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍ ଅଭିଯୋଗ, ଦୁଇ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

Jul 01, 2026 - 11:47
Vigilance: ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍ ଅଭିଯୋଗ, ଦୁଇ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

"ବାଲିଗୁଡ଼ା: କୋଟଗଡ ବ୍ଲକରେ ଏମ୍‌ଜିଏନଆରଇଜିଏସ୍‌ରେ ହରିଲୁଟ।

ବିନା କାମରେ ଫୋଲସ୍ ବିଲ୍ କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ମାମଲା ରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ।Advertisment ୩୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍ କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌)ରେ ଧରାକୋଟ ପଂଚାୟତରେ ବ୍ୟାପକ ଅର୍ଥ ଲୁଟ୍ ହୋଇଥିବା ନେଇ ଅଭିଯୋଗଆସିଥିଲା ।

ଅଭିଯୋଗ ମିଳିବା ପରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ ଏବଂ ଏକ ବୈଷୟିକ ଟିମ୍ ସହ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ ।

ପ୍ରାୟ ୩ ଥର ତଦନ୍ତ ପରେ ଏହି ଯୋଜନାରେ ବିଭିନ୍ନ କାମରେ ଅର୍ଥ ହରିଲୁଟ୍ ହୋଇଥିବା ସ୍ପଷ୍ଟ ହୋଇଥିଲା ।

ବିଭିନ୍ନ କାର୍ଯ୍ୟ କରା ନ ଯାଇ ମ୍ୟାଟେରିଆଲ ବାବଦରେ ୩୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହରିଲୁଟ୍ ହୋଇଥିବା ସ୍ପଷ୍ଟ ହୋଇଥିଲା ।

Poison: ବିଷପାନ କରି ମହିଳା ଗୁରୁତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ଏହି ଘଟଣାରେ ଜିଲ୍ଲାପାଳ ବେଦଭୂଷଣ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପଞ୍ଚାୟତ ନିର୍ବାହୀ  ଅଧିକାରୀ ସୁତନ୍ୟ ମହାକୁଡ ଓ ସହକାରୀ ଉନ୍ନୟନ ଅଧିକାରୀ କାଂଶିରାମ ଦିଗାଲଙ୍କୁ  ନିଲମ୍ବିତ କରିଥିଲେ।

ସହକାରୀ ଯନ୍ତ୍ରୀ  ଏବଂ କନିଷ୍ଠ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ବେହେରାଙ୍କୁ କାର୍ଯ୍ୟରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାରଙ୍କୁ ଚିଠିରେ ସୁପାରିଶ କରିଥଲେ।

ଏହା ପରଠାରୁ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଶାନ୍ତ ପାତ୍ର ଏବଂ କନିଷ୍ଠ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ବେହେରା ଫେରାର ରହିଥିବା କୁହାଯାଉଥିଲା।

ଆଜି ସେହି ଦୁହିଁଙ୍କୁ ଫୁଲବାଣୀ ଭିଜିଲାନ୍ସ ଧରିଥିବା ଜଣାପଡିଛି।

"