Vice President Election: ନାମାଙ୍କନ ଭରିଲେ ବିରୋଧୀ ମେଣ୍ଟ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ

ନାମାଙ୍କନ ଭରିଲେ ଇଣ୍ଡି ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବି. ସୁଦର୍ଶନ ରେଡ୍ଡୀ ଆଜି ବିରୋଧୀ ମେଣ୍ଟର ସମର୍ଥିତ ପ୍ରାର୍ଥୀ ଭାବରେ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି।

21 August 2025 02:20 PM IST
Vice President Election: ନାମାଙ୍କନ ଭରିଲେ ବିରୋଧୀ ମେଣ୍ଟ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ

ନାମାଙ୍କନ ଭରିଲେ ଇଣ୍ଡି ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବି. ସୁଦର୍ଶନ ରେଡ୍ଡୀ ଆଜି ବିରୋଧୀ ମେଣ୍ଟର ସମର୍ଥିତ ପ୍ରାର୍ଥୀ ଭାବରେ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି।

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ଇଣ୍ଡି ମେଣ୍ଟ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବି. ସୁଦର୍ଶନ ରେଡ୍ଡୀ ଆଜି ବିରୋଧୀ ମେଣ୍ଟର ସମର୍ଥିତ ପ୍ରାର୍ଥୀ ଭାବରେ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି। ତାଙ୍କ ସହ ଆଜି କଂଗ୍ରେସ ସଭାପତି ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧି ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ପ୍ରମୁଖ ଉପସ୍ଥିତ ଥିଲେ।

ସେହିଭଳି ବି. ସୁଦର୍ଶନ ରେଡ୍ଡୀ ନାମାଙ୍କନ ଭରିବା ସମୟରେ ବିରୋଧୀ ମେଣ୍ଟର ପ୍ରମୁଖ ସଦସ୍ୟ ଭାବରେ ଏନସିପି ମୁଖ୍ୟ ଶରଦ ପାୱାର, ସମାଜବାଦୀ ପାର୍ଟି ସାଂସଦ ରାମଗୋପାଳ ଯାଦବ ଏବଂ ଶିବସେନା ଓ ଡିଏମକେର ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ। ବି. ସୁଦର୍ଶନ ରେଡ୍ଡୀଙ୍କର ୧୯୪୬, ଜୁଲାଇ ୮ରେ ଜନ୍ମ। ୧୯୭୧, ଡିସେମ୍ବର ୨୭ରେ ସେ ଆନ୍ଧ୍ରପ୍ରଦେଶ ବାର କାଉନସିଲର ସଦସ୍ୟ ଥିଲେ। ଆନ୍ଧ୍ର ହାଇକୋର୍ଟରେ ରିଟ୍ ଓ ସିଭିଲ୍ ମାମଲାରେ ଅଭ୍ୟାସ କରିଥିଲେ। ଏହାପରେ ୧୯୮୮-୯୦ ମଧ୍ୟରେ ହାଇକୋର୍ଟରେ ସରକାରୀ ଓକିଲ ଭାବେ କାର୍ଯ୍ୟ କରିଥିଲେ।

୧୯୯୦ ମଧ୍ୟରେ ୬ ମାସ କେନ୍ଦ୍ର ସରକାରଙ୍କ ଅତିରିକ୍ତ ସ୍ଥାୟୀ ପରାମର୍ଶଦାତା ରହିଥିଲେ। ଓସମାନିଆ ବିଶ୍ୱବିଦ୍ୟାଳୟର ସେ ଆଇନଗତ ପରାମର୍ଶଦାତା ମଧ୍ୟ ଥିଲେ। ୧୯୯୫ ମେ’ ୨ରେ ଆନ୍ଧ୍ର ହାଇକୋର୍ଟର ସ୍ଥାୟୀ ବିଚାରପତି ହୋଇଥିଲେ ବି. ସୁଦର୍ଶନ ରେଡ୍ଡୀ। ୨୦୦୫ ଡିସେମ୍ବର ୫ରେ ଗୌହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ୨୦୦୭ ଜାନୁଆରୀ ୧୨ରେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ଆଜି ସେ ବିରୋଧୀ ଇଣ୍ଡି ମେଣ୍ଟର ସମର୍ଥିତ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଉପରାଷ୍ଟ୍ରପତି ନିର୍ବାଚନ ଲାଗି ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ। ଏହା ପୂର୍ବରୁ ଗତକାଲି ଏନଡିଏ ପ୍ରାର୍ଥୀ ସି.ପି. ରାଧାକ୍ରିଷ୍ଣନ୍ ନାମାଙ୍କନ ଦାଖଲ କରିଥିଲେ। ବର୍ତ୍ତମାନ ମହାରାଷ୍ଟ୍ରର ରାଜ୍ୟପାଳ ଦାୟିତ୍ୱରେ ଥିବା ସି.ପି. ରାଧାକ୍ରିଷ୍ଣନ୍ ୨୦ ଅକ୍ଟୋବର ୧୯୫୭ରେ ତାମିଲନାଡ଼ୁ ତିରୁପୁରରେ ଜନ୍ମଗ୍ରହଣ କରିଥିଲେ। ୧୬ ବର୍ଷ ବୟସରୁ ସେ RSS ଓ ଜନସଂଘ ସହ ଜଡ଼ିତ। ତେବେ ଆସନ୍ତା ସେପ୍ଟେମ୍ବର ୯ରେ ହେବ ଉପରାଷ୍ଟ୍ରପତି ନିର୍ବାଚନ। ସଂଖ୍ୟା ଗଣିତ ଦୃଷ୍ଟିରୁ NDA ପ୍ରାର୍ଥୀ ଉପରାଷ୍ଟ୍ରପତି ନିର୍ବାଚନ ଜିତିବା ପାଇଁ ସୁବିଧା ସ୍ଥିତିରେ ଥିବା ଏକପ୍ରକାର ସ୍ପଷ୍ଟ ରହିଛି।

Disclaimer: This content has been automatically aggregated from television for informational purposes. To read the original article, please visit television.