Vice-Chancellor Collapses Amid High Tension: ବିଶ୍ୱବିଦ୍ୟାଳୟ ପରିସରରେ ଅଭାବନୀୟ ପରିସ୍ଥିତି, ମୂର୍ଚ୍ଛା ହୋଇଗଲେ କୁଳପତି

Jul 10, 2026 - 11:31
Vice-Chancellor Collapses Amid High Tension: ବିଶ୍ୱବିଦ୍ୟାଳୟ ପରିସରରେ ଅଭାବନୀୟ ପରିସ୍ଥିତି, ମୂର୍ଚ୍ଛା ହୋଇଗଲେ କୁଳପତି

ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ ପରିସରରେ ବିଳମ୍ବିତ ରାତିରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ପରୀକ୍ଷା ବିଳମ୍ବକୁ ନେଇ ଆନ୍ଦୋଳନ କରୁଥିବା ଘରୋଇ ନର୍ସିଂ କଲେଜର ଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ମାଡ଼ ଅଭିଯୋଗ ହୋଇଛି । ଉତ୍ତେଜନା ଭିତରେ ଚେତାଶୂନ୍ୟ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ ।

ଅଭିଯୋଗ ମୁତାବକ, ଏକ ଘରୋଇ ନର୍ସିଂ କଲେଜର ୪ ବର୍ଷର କୋର୍ସକୁ ୬ ବର୍ଷ ବିତିଯାଇଥିଲେ ମଧ୍ୟ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସପ୍ତମ ଓ ଅଷ୍ଟମ ସେମିଷ୍ଟର ପରୀକ୍ଷା କରାଉନାହାନ୍ତି। ପ୍ରତିବାଦରେ ଗତକାଲି ସକାଳୁ ଶତାଧିକ ଛାତ୍ରଛାତ୍ରୀ ଧାରଣାରେ ବସିଥିଲେ । ରାତିରେ କୁଳପତି ଆଲୋଚନା ପାଇଁ ଆସିବା ସମୟରେ ହଠାତ୍ ପରିସ୍ଥିତି ବିଗିଡ଼ି ଯାଇଥିଲା।

ଆନ୍ଦୋଳନକାରୀଙ୍କ କହିବା କଥା, କିଛି ଛାତ୍ର ସେମାନଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। ଯାହାକୁ ନେଇ ରାତିସାରା କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣାକୁ ନେଇ କ୍ୟାମ୍ପସରେ ଏବେ ବି ଚାପା ଉତ୍ତେଜନା ରହିଛି। 

ଫକୀର ମୋହନ ବିଶ୍ୱବିଦ୍ୟାଳୟ ପରିସରରେ ଉତ୍ତେଜନା
ବିଳମ୍ବିତ ରାତିରେ ଅଭାବନୀୟ ପରିସ୍ଥିତି
ଘରୋଇ ନର୍ସିଂ କଲେଜର ଛାତ୍ରଛାତ୍ରୀଙ୍କୁ ଆକ୍ରମଣ 
ବିଶ୍ୱବିଦ୍ୟାଳୟ ଛାତ୍ର ମାଡ଼ ମାରିଥିବା ଅଭିଯୋଗ
ଉତ୍ତେଜନା ଭିତରେ ଚେତାଶୂନ୍ୟ ହେଲେ କୁଳପତି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।