Venomous Snakes Invade Flood-Affected Regions: ବନ୍ୟା ପାଣିରେ ମାଳମାଳ ବିଷଧର ନାଗ, ପାଣି ସାଙ୍ଗକୁ ସାପ ଟେନସନ
ସାବଧାନ! ବନ୍ୟା ପାଣିରେ ଲୁଚିଛି ବିଷଧର ନାଗ । ଗୋଟିଏ କି ଦୁଇଟି ନୁହେଁ, ବୁଲୁଛନ୍ତି ପ୍ରବଳ ସାପ । ଚୀନରେ ଭୟଙ୍କର ବନ୍ୟା ବିଭୀଷିକାକୁ ବଢାଇ ଦେଇଛି ସାପ ଟେନସନ୍ । ଚୀନ ଦକ୍ଷିଣାଞ୍ଚଳ ଗୁଆଙ୍ଗସି ପ୍ରଦେଶରେ ବନ୍ୟା ପରିସ୍ଥିତି ମଧ୍ୟରେ ଭୟାବହ ଘଟଣା ସାମ୍ନାକୁ ଆସିଛି।
ପ୍ରବଳ ବର୍ଷା ଓ ବନ୍ୟା ଯୋଗୁ ହେଙ୍ଗଜୋଉ ସହରରେ ଥିବା ଏକ ସର୍ପ ପ୍ରଜନନ କେନ୍ଦ୍ର ଭାଙ୍ଗିଯିବା ଫଳରେ ସେଠାରୁ ପ୍ରାୟ ୯୦୦ ସାପ ବାହାରି ଆସିଛନ୍ତି । ଯେଉଁଥିରେ ରହିଛନ୍ତି ବିଷାକ୍ତ ନାଗ ଓ ଚିତି ସାପ । ବନ୍ୟା ପାଣିରେ ସାପ ଗୁଡ଼ିକ ସ୍ଥାନୀୟ ଅଞ୍ଚଳରେ ଭାସି ବୁଲୁଛନ୍ତି । ଲୋକମାନେ ମାଳମାଳ ସାପ ଧରୁଥିବା ଦେଖିବାକୁ ମିଳିଛି । ଏପରିକି ସାପ କାମୁଡ଼ାରେ ଏକାଧିକଙ୍କର ମୃତ୍ୟୁ ମଧ୍ୟ ହୋଇଥିବା ସୂଚନା ମିଳିଛି।
ବନ୍ୟାରେ ଫସିରହିଥିବା ଆଉ ଅନେକ ଲୋକେ ସର୍ପାଘାତର ଶିକାର ହୋଇ ଚିକିତ୍ସିତ ହେଉଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ରେସକ୍ୟୁ ଟିମ୍ ବୁଲି ବୁଲି ସାପ ଧରା ଅଭିଯାନ ଚାଲିଛି। ସ୍ଥାନୀୟ ସମସ୍ତ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଆଣ୍ଟି-ଭେନମ ମହଜୁଦ ରଖିବାକୁ ଜରୁରୀକାଳୀନ ନିର୍ଦ୍ଦେଶ ଦିଆଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।