Vastu Tips: ରୋଷେଇ ଘରେ ଏହି ଦିଗରେ ଲଗାନ୍ତୁ ନାହିଁ ପାଣି ଟ୍ୟାପ; ନଚେତ...
ରୋଷେଇ ଘରେ ପାଣି ଟ୍ୟାପ ଗ୍ୟାସ ଚୁଲ୍ଲା ନିକଟରେ ରଖିବା ଉଚିତ ନୁହେଁ। କାରଣ ନିଆଁ ଓ ପାଣି ଗୋଟିଏ ଦିଗରେ ରହିବା ଉଚିତ୍ ନୁହେଁ। କାରଣ ଦୁଇଟି ଯାକ ଭିନ୍ନ ଭିନ୍ନ ତତ୍ତ୍ୱ- ଅଗ୍ନି ଓ ଜଳ ଉପରେ ଆଧାରିତ। ଏହି ଦୁଇଟି ସମାନ ଦିଗରେ ରହିଲେ ଘରେ କଳ
ରୋଷେଇ ଘରେ ପାଣି ଟ୍ୟାପ ଗ୍ୟାସ ଚୁଲ୍ଲା ନିକଟରେ ରଖିବା ଉଚିତ ନୁହେଁ। କାରଣ ନିଆଁ ଓ ପାଣି ଗୋଟିଏ ଦିଗରେ ରହିବା ଉଚିତ୍ ନୁହେଁ। କାରଣ ଦୁଇଟି ଯାକ ଭିନ୍ନ ଭିନ୍ନ ତତ୍ତ୍ୱ- ଅଗ୍ନି ଓ ଜଳ ଉପରେ ଆଧାରିତ। ଏହି ଦୁଇଟି ସମାନ ଦିଗରେ ରହିଲେ ଘରେ କଳି ଝଗଡ଼ା ଲାଗି ରହେ।
ଆମେ ସ୍ୱପ୍ନର ଘର ତିଆରି କଲା ବେଳେ ବିଶେଷ କରି ବାସ୍ତୁ ଉପରେ ଗୁରୁତ୍ୱ ଦିଅନ୍ତି। ଘରେ କେଉଁ ରୁମ୍ କେଉଁ ଦିଗରେ ରହିବ, ଘରର ସମ୍ମୁଖରେ କ’ଣ ରହିବ ଓ କ’ଣ ନ ରହିବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଏ। ସେହିପରି ରୋଷେଇ ଘର ପ୍ରତି ମଧ୍ୟ ସମାନ ଗୁରୁତ୍ୱ ଦିଆଯାଏ।
ତେବେ ବାସ୍ତୁ ଅନୁସାରେ କେବଳ ରୋଷେଇ ଘରର ସ୍ଥାନ ନିରୂପଣ କରି ଦେଲେ କାମ ସରିଯାଏ ନାହିଁ। ରୋଷେଇ ଘର ଭିତରେ କେଉଁ ଜିନିଷ କେଉଁ ସ୍ଥାନରେ ରହିବ, ସେ ନେଇ ବି ବାସ୍ତୁଶାସ୍ତ୍ରରେ ଅନେକ କଥା ଉଲ୍ଲେଖ ରହିଛି। କୁହାଯାଏ, ରୋଷେଇ ଘରର ବାସ୍ତୁ ଠିକ୍ ନରହିଲେ ଘରେ ଅଶାନ୍ତି ଲାଗି ରହେ। ତା’ହେଲେ ଆସନ୍ତୁ ଜାଣିବା ରୋଷେଇ ଘର ର କେଉଁ ଦିଗରେ ପାଣି ଟ୍ୟାପ ରହିବା ଆବଶ୍ୟକ।
ରୋଷେଇ ଘରେ ପାଣି ଟ୍ୟାପ ଉତ୍ତର କିମ୍ବା ଉତ୍ତର-ପୂର୍ବ ଦିଗରେ ରହିବା ଉଚିତ। ଏହା ଦ୍ୱାରା ଶୁଭଫଳ ମିଳିଥାଏ। କେବେ ରୋଷେଇ ଘରେ ଦକ୍ଷିଣ ପଶ୍ଚିମ ଦିଗରେ ପାଣି ଟ୍ୟାପ ଲଗାନ୍ତୁ ନାହିଁ। ଏହା ଦ୍ୱାରା ଘରେ କଳି ଝଗଡ଼ା ଲାଗି ରହିବା ସହ ଅଭାବ ଅନାଟନ ଲାଗି ରହିଥାଏ।
ରୋଷେଇ ଘରେ ପାଣି ଟ୍ୟାପ ଗ୍ୟାସ ଚୁଲ୍ଲା ନିକଟରେ ରଖିବା ଉଚିତ ନୁହେଁ। କାରଣ ନିଆଁ ଓ ପାଣି ଗୋଟିଏ ଦିଗରେ ରହିବା ଉଚିତ୍ ନୁହେଁ। କାରଣ ଦୁଇଟି ଯାକ ଭିନ୍ନ ଭିନ୍ନ ତତ୍ତ୍ୱ- ଅଗ୍ନି ଓ ଜଳ ଉପରେ ଆଧାରିତ। ଏହି ଦୁଇଟି ସମାନ ଦିଗରେ ରହିଲେ ଘରେ କଳି ଝଗଡ଼ା ଲାଗି ରହେ।
ଶିଡ଼ି ପାଖରେ ବା ଶିଡ଼ି ଘର ତଳେ ରୋଷେଇ ଘର କରନ୍ତୁ ନାହିଁ। ଏପରି କଲେ ଘରେ ନକରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
