Vastu Tips: ଗୃହ ନିର୍ମାଣରେ ଏହି ନିୟମ ନ ମାନିଲେ ଆସିଥାଏ କୋର୍ଟ କଚେରୀ ସମସ୍ୟା
ବାସ୍ତୁ ଅର୍ଥ ବାସସ୍ଥାନ । ଏ ସମ୍ପର୍କରେ ବର୍ଣ୍ଣିତ ଜ୍ଞାନ ହି ବାସ୍ତୁଶାସ୍ତ୍ର । ଏହି ଶାସ୍ତ୍ରରେ ବାସଗୃହ ନିର୍ମାଣର ନିୟମ, ପଦ୍ଧତି ଆଦିର ଜ୍ଞାନ ରହିଛି । ଏହା ପ୍ରାଚୀନ କାଳରୁ ପ୍ରଚଳିତ । ପୁରାତନ କାଳର ନିର୍ମାଣ ଶୈଳୀଠାରୁ ବର୍ତ୍ତମାନ ସମ
ବାସ୍ତୁ ଅର୍ଥ ବାସସ୍ଥାନ । ଏ ସମ୍ପର୍କରେ ବର୍ଣ୍ଣିତ ଜ୍ଞାନ ହି ବାସ୍ତୁଶାସ୍ତ୍ର । ଏହି ଶାସ୍ତ୍ରରେ ବାସଗୃହ ନିର୍ମାଣର ନିୟମ, ପଦ୍ଧତି ଆଦିର ଜ୍ଞାନ ରହିଛି । ଏହା ପ୍ରାଚୀନ କାଳରୁ ପ୍ରଚଳିତ । ପୁରାତନ କାଳର ନିର୍ମାଣ ଶୈଳୀଠାରୁ ବର୍ତ୍ତମାନ ସମୟର ନିର୍ମାଣ ଶୈଳୀରେ ଅନେକ ପରିବର୍ତ୍ତନ ଆସିଛି, କିନ୍ତୁ ମୁଖ୍ୟ ନିୟମ ଏବେ ବି ପ୍ରଚଳିତ । ବାସ୍ତୁଶାସ୍ତ୍ରର ବୈଜ୍ଞାନିକ ଭିତ୍ତି ଖୁବ୍ ସୁଦୃଢ଼ । ପାରମ୍ପରିକ ଗୃହ ନିର୍ମାଣ ଶୈଳୀକୁ ଆଧାର କରି ବିଜ୍ଞାନ ସମ୍ମତ ଗୃହ-ନକ୍ସା ତିଆରି କରିବା ଏବଂ ନୂତନ ବୈଷୟିକ ପଦ୍ଧତିମାନ ବ୍ୟବହାର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ଆପଣଙ୍କର ସୁଖ, ଶାନ୍ତି ସ୍ୱାସ୍ଥ୍ୟ, ସମ୍ପଦ ସୁରକ୍ଷା ଓ ସମୃଦ୍ଧି ନିଜ ଦ୍ୱାରା ନିର୍ମିତ ଗୃହ ଉପରେ ନିର୍ଭରଶୀଳ । ସେଥିପାଇଁ ଯେକୌଣସି ପ୍ରକାର ଭୂମି ଉପରେ ଗୃହ ନିର୍ମାଣ କରାଯାଇ ପାରିବ ନାହିଁ । ଯଦି ମନଇଛା ଗୃହ ନିର୍ମାଣ କରନ୍ତି ନିଶ୍ଚିତ ଭାବରେ ଏହାର ଖରାପ ପ୍ରଭାବ ଭୋଗିବାକୁ ପଡିବ । ଏହା ଶାସ୍ତ୍ରୀୟ ଏବଂ ବହୁବାର ପରିକ୍ଷିତ । ତେଣୁ ବାସ୍ତୁଶାସ୍ତ୍ରର ଏକ ସର୍ବକାଳୀନ ଶାଶ୍ୱତ ମୂଲ୍ୟବୋଧ ଥିବାରୁ ଏହା ସମଗ୍ର ଜନମାନସରେ ଗୃହୀତ ଓ ଆଦୃତ ।
ଗୃହଟିଏ କରି ଯଦି ସବୁବେଳେ ସମସ୍ୟା ଘେରରେ ରହୁଥାନ୍ତି ତେବେ ଜାଣିବେ ଯେ ଏହାର କାରଣ ବାସ୍ତୁଦୋଷ ହୋଇପାରେ । ତେବେ କେମିତି ଜାଣିବେ, ଯଦି ଅଯଥା ସବୁବେଳେ ଛୋଟ ଛୋଟ କାରଣରେ କୋଟ କେସ୍ ସମସ୍ୟା ପିଛା ଛାଡୁନି ସବୁବେଳେ ଅଶାନ୍ତି ଲାଗିରହିଛି । ତେବେ ଏହିପରି ନିଜେ ଜାଣିପାରିବେ ଯେ ବାସ୍ତୁଦୋଷ ଥିବା ଗୃହରେ ବସବାସ କରୁଛନ୍ତି । ଏବେ ଜାଣିବା କ’ଣ ବାସ୍ତୁରେ ଭୂଲ ଥିଲେ ଏହି କୋର୍ଟ କେସ୍ ପରି ସମସ୍ୟା ହୋଇଥାଏ ।
୧. ବାୟୁକୋଣ (ଉତ୍ତର-ପଶ୍ଚିମ):- ଏହି ସ୍ଥାନରେ ଦେବତା ହେଉଛନ୍ତି ବାୟୁ ଏବଂ ଗ୍ରହ ହେଉଛନ୍ତି ଚନ୍ଦ୍ର । ଏହି ସ୍ଥାନ ଯଦି ଅନ୍ୟସ୍ଥାନ ଅପେକ୍ଷା ନିଚା ହୋଇଥାଏ ତେବେ ବାସ୍ତୁଦୋଷ ସୃଷ୍ଟି ହେଇଥାଏ । ଏହିପରି ଅବସ୍ଥା ଥିଲେ ଛୋଟ ଛୋଟ କଥାକୁ ନେଇ ଗୃହ ମଧ୍ୟରେ ଏବଂ ପଡୋଶୀଙ୍କ ସାଙ୍ଗରେ ମନାନ୍ତର ଓ ମତାନ୍ତର ହୋଇ ଶତୃତା ବୃଦ୍ଧି ହୋଇଥାଏ । ଏଣୁ ଯଦି ଏହିପରି ବାୟୁକୋଣ ନୀଚ ହୋଇଥାଏ ତେବେ ଏହାକୁ ଅନ୍ୟ ଗୃହସହ ସମାନ କରନ୍ତୁ। ଯଦି ଏହା କରିବା ସମ୍ଭବହୋଇ ନଥାଏ ତେବେ ବାସ୍ତୁବିତ୍ଙ୍କ ପରାମର୍ଶ ନେଇ ଏହାର ପ୍ରତିକାର କରାଇ ନିଅନ୍ତୁ । ଯଦି କୌଣସି କାରଣରୁ ବାସ୍ତୁବିତ୍ଙ୍କୁ ଡାକି ପ୍ରତିକାର କରିବା ସମ୍ଭବ ହେଉନାହିଁ ତେବେ ଆମେ କିଛି ପ୍ରତିକାର ଦେଉଛୁ ତାହା ଆପଣ ନିଜେ କଲେ ମଧ୍ୟ ଶୁଭଫଳ ପାଇବେ ।
ପ୍ରତିକାର:- ଯେକୌଣସି ମାସର ଶୁକ୍ଳପକ୍ଷର ସୋମବାର ଦିନ ଗୃହକର୍ତ୍ତା ନିଜର ରାଶି ନକ୍ଷତ୍ରକୁ ବିଚାରକୁ ନେଇ ନିଜର ରାଶିର ଘାତବାର, ଘାତଚନ୍ଦ୍ର, ଘାତତିଥି, ଘାତ ନକ୍ଷତ୍ର ଆଦି ଭୋଗ ହେଉ ନଥିବା ସୋମବାର ଟିଏ ଚୟନ କରିବେ । ସେଦିନ ପ୍ରାଣ ପ୍ରତିଷ୍ଠିତ ଚନ୍ଦ୍ର ଯନ୍ତ୍ରଟିଏ ବାୟୁକୋଣରେ ୩ ହାତ ଖାତଖୋଳି ପୋତିଦେବେ । ଦେଖିବେ ଶୁଭଫଳ ପାଇବେ ।
ଯଦି ଏହିପରି ପ୍ରତିକାର କରିବାରେ ଅସୁବିଧା ହେଉଥାଏ ତେବେ ଅନ୍ୟ ଏକ ସହଜ ଏବଂ ସରଳ ଅତି ପ୍ରଭାବୀ ପ୍ରତିକାର ହେଉଛି, ଯେକୌଣସି ମାସର ଶୁକ୍ଳପକ୍ଷ ସୋମବାର ଦିନ ଏକ ଚାନ୍ଦିରେ ବା ରୂପା ନିର୍ମିତ ସ୍ୱସ୍ତିକଟିଏ ବାୟୁକୋଣର ଯେକୌଣସି ସ୍ଥନରେ ସ୍ଥାପନ କଲେ ମଧ୍ୟ ଏହି ଦୋଷ ଖଣ୍ଡନ ହୋଇ ଧିରେ ଧିରେ ସମସ୍ୟାର ସମାଧାନ ହୋଇ ଶୁଭଫଳ ପାଇବେ ।
ଏହି ସବୁ ପ୍ରତିକାର ନିଜେ କଲା ବେଳେ ମନରେ ଦୃଢ଼ ଆସ୍ଥା ଓ ବିଶ୍ୱାସ ରଖିବେ ତତ୍ ସହିତ ଶୁଦ୍ଧମନ ଓ ହୃଦୟରେ ସ୍ୱଚ୍ଛ ହୋଇ ଏହି ପ୍ରତିକାର କରିବେ କିନ୍ତୁ ପ୍ରତିକାର କରି ସାରିଲାପରେ ଶିବଦର୍ଶନ କରିବେ ଏବଂ ଦୁଇଜଣ ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିବେ ଏବଂ ମନ୍ଦିରରେ ଚାଉଳ ଦାନ କରିବେ । ଦେଖିବେ ଅନେକ ଶୁଭଫଳ ପାଇବେ ।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
