Vastu Tips : କିଚେନ୍ ସିଙ୍କ୍ ତଳେ ଏହି ୫ଟି ଜିନିଷ ରଖୁଛନ୍ତି କି ? ଘରକୁ ମାଡ଼ି ଆସିବ ଦାରିଦ୍ର୍ୟତା...
ଭୁବନେଶ୍ଵର, ୫/୮ : ବାସ୍ତୁ ଶାସ୍ତ୍ରରେ ଘରର ପ୍ରତ୍ୟେକ କୋଣ ଏବଂ ସେଠାରେ ରଖାଯାଇଥିବା ଜିନିଷଗୁଡ଼ିକର ଗଭୀର ମହତ୍ତ୍ୱ ରହିଛି। ବିଶେଷକରି ରୋଷେଇ ଘର ସବୁଠୁ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ହୋଇଥାଏ। କାରଣ ଏହିଠାରୁ ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ନିର୍ଦ୍ଧାରିତ କରାଯାଏ। ପ୍ରାୟ ଲୋକ ଜାଗା ନଥିବାରୁ, ରୋଷେଇ ଘର ସିଙ୍କ ତଳେ ଥିବା ଖାଲି ସ୍ଥାନରେ ବିଭିନ୍ନ ଜିନିଷ ଜମା କରି ରଖନ୍ତି। କିନ୍ତୁ ଆପଣ ଜାଣନ୍ତି କି ? ସିଙ୍କ ତଳେ ଥିବା ସ୍ଥାନଟି ବାସ୍ତୁ ଦୃଷ୍ଟିକୋଣରୁ ଅତ୍ୟନ୍ତ ସମ୍ବେଦନଶୀଳ ? ଏହି ସ୍ଥାନରେ ଜଳ ଉପାଦାନ ସହିତ ଜଡିତ କିଛି ଜିନିଷ ରଖିଲେ ଘରେ ନକାରାତ୍ମକ ଶକ୍ତି ସୃଷ୍ଟି କରିପାରେ।
୧. ଡଷ୍ଟବିନ୍
ପ୍ରାୟତଃ, ଲୋକମାନେ ରୋଷେଇ ଘରର ସୌନ୍ଦର୍ଯ୍ୟ ଏବଂ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା ପାଇଁ ସିଙ୍କ୍ ତଳେ ଡଷ୍ଟବିନ୍ ଲୁଚାଇ ରଖନ୍ତି। ବାସ୍ତୁ ଅନୁସାରେ, ଏହା ଏକ ବଡ଼ ତ୍ରୁଟି। ଅଳିଆ ନକାରାତ୍ମକତା ଏବଂ ମଇଳାକୁ ଆକର୍ଷିତ କରେ। ସିଙ୍କ୍ ତଳେ ଆର୍ଦ୍ରତା ଏବଂ ଅଳିଆର ମିଶ୍ରଣ ଘରେ ଆର୍ଥିକ ସମସ୍ୟା ଏବଂ ମାନସିକ ଅଶାନ୍ତି ସୃଷ୍ଟି କରିପାରେ।
୨. ଝାଡୁ ଏବଂ ମପ୍
ଭାରତୀୟ ସଂସ୍କୃତିରେ, ଝାଡୁକୁ ଦେବୀ ଲକ୍ଷ୍ମୀଙ୍କ ପ୍ରତୀକ ଭାବରେ ବିବେଚନା କରାଯାଏ। ଏହାକୁ ସର୍ବଦା ଏକ ସ୍ଥିର, ସଫା ଏବଂ ସମ୍ମାନଜନକ ସ୍ଥାନରେ ରଖିବା ଉଚିତ। ରୋଷେଇ ଘରର ସିଙ୍କ୍ ପାଖରେ ସର୍ବଦା ଆର୍ଦ୍ରତା ରହିଥାଏ। ଏଠାରେ ଝାଡ଼ୁ ପୋଛା ରଖିଲେ ମା ଲକ୍ଷ୍ମୀଙ୍କର ଅପମାନ ହୁଏ। ଏହାଦ୍ଵାରା ଘରର ସୁଖ-ସମୃଦ୍ଧି ଉପରେ ଖରାପ ପ୍ରଭାବ ପଡେ।
୩. ଅଇଁଠା ବାସନ
ଅନେକ ଘରେ, ଖାଦ୍ୟ ପରେ ତୁରନ୍ତ ବାସନ ଧୋଇବା ପରିବର୍ତ୍ତେ, ସେଗୁଡ଼ିକୁ ସିଙ୍କ୍ ତଳେ ଗଦା କରି ରଖାଯାଏ। ଅଇଁଠା ପାତ୍ରକୁ ଅଧିକ ସମୟ ପାଇଁ ଓଦା ସ୍ଥାନରେ ରଖିଲେ ତାହା କେବଳ ବାସ୍ତୁ ଦୋଷ ସୃଷ୍ଟି କରେ ନାହିଁ ବରଂ କ୍ଷତିକାରକ ଜୀବାଣୁ ଏବଂ କବକ ବୃଦ୍ଧିକୁ ମଧ୍ୟ ପ୍ରୋତ୍ସାହିତ କରେ। ଯାହା ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ।
୪. ହାର୍ଡ କେମିକାଲ ପଦାର୍ଥ ବା କ୍ଲିନିଂ ଜିନିଷ
ଲୋକମାନେ ପ୍ରାୟତଃ ସିଙ୍କ ତଳେ ତରଳ ଡିସୱାସର, ଫ୍ଲୋର୍ କ୍ଲିନର ଏବଂ ଡିଟରଜେଣ୍ଟ ରଖନ୍ତି। ବାସ୍ତୁ ଅନୁଯାୟୀ, ଜଳ ଉତ୍ସ ନିକଟରେ କିମ୍ବା ଖାଦ୍ୟ ସମ୍ବନ୍ଧୀୟ ସ୍ଥାନରେ ରାସାୟନିକ କ୍ଲିନର ରଖିଲେ ଏହା ଜଳ ତତ୍ତ୍ଵ ଏବଂ ଅଗ୍ନି ତତ୍ତ୍ଵର ସନ୍ତୁଳନକୁ ବିଗାଡ଼ି ଦିଏ।
୫. ପୁରୁଣା ପ୍ଲାଷ୍ଟିକ୍ ପାତ୍ର
ଜଙ୍କ ଲାଗିଥିବା ରୋଷେଇ ପାତ୍ର କିମ୍ବା ଭଙ୍ଗା ପାତ୍ର ପ୍ରାୟତଃ ସିଙ୍କ ତଳେ ରଖିଦିଅନ୍ତି। ବାସ୍ତୁ ଶାସ୍ତ୍ର ଅନୁସାରେ ଏହା ନକାରାତ୍ମକ ଉର୍ଜା ସୃଷ୍ଟି କରେ। ଏହାଦ୍ଵାରା ପ୍ରଗତି ଅଟକିଯାଏ।
କିଚେନ୍ ସିଙ୍କ ତଳ ସର୍ବଦା ସଫା ସୁତୁରା ରଖନ୍ତି। ଏହାକୁ ଖାଲି ରଖିବା ପାଇଁ ଚେଷ୍ଟା କରନ୍ତୁ।
ଆହୁରି ପଢନ୍ତୁ- ରୁଟି ଗଣିକି ବନାଉଥିଲେ ଅସନ୍ତୁଷ୍ଟ ହୋଇପାରନ୍ତି ମା’ ଅନ୍ନପୂର୍ଣ୍ଣା, ମାଡ଼ିବସିବ ଦାରିଦ୍ରତା !
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।