Vani Vihar Campus:ତେଜିଲା ଅଣଛାତ୍ର ମୁକ୍ତ ବାଣୀବିହାର ଅଭିଯାନ, କେଉଁ ରୁମରୁ ମିଳିଲା ମଦ ବୋତଲ ତ କେଉଁଠୁ ହିଟର୍

ନା ଥିଲା ଖାତା ଖତିୟାନ୍, ନା ଥିଲା ଲେନ୍ ଦେନ୍ । ତଥାପି ବର୍ଷ ବର୍ଷ ଧରି ମାଡ଼ି ବସିଥିଲେ ହଷ୍ଟେଲ୍ ରୁମ୍ । ତା’ସହ ଉତ୍କଳ ବିଶ୍ୱବିଦ୍ୟାଳୟ ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ଚଳାଇଥିଲେ ଅରାଜକତା । ଶେଷରେ ବାଣୀବିହାର କ୍ୟାମ୍ପସରୁ ଆଜିଠୁ ଅ

08 September 2025 09:42 PM IST
Vani Vihar Campus:ତେଜିଲା ଅଣଛାତ୍ର ମୁକ୍ତ ବାଣୀବିହାର ଅଭିଯାନ, କେଉଁ ରୁମରୁ ମିଳିଲା ମଦ ବୋତଲ ତ କେଉଁଠୁ ହିଟର୍

ନା ଥିଲା ଖାତା ଖତିୟାନ୍, ନା ଥିଲା ଲେନ୍ ଦେନ୍ । ତଥାପି ବର୍ଷ ବର୍ଷ ଧରି ମାଡ଼ି ବସିଥିଲେ ହଷ୍ଟେଲ୍ ରୁମ୍ । ତା’ସହ ଉତ୍କଳ ବିଶ୍ୱବିଦ୍ୟାଳୟ ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ଚଳାଇଥିଲେ ଅରାଜକତା । ଶେଷରେ ବାଣୀବିହାର କ୍ୟାମ୍ପସରୁ ଆଜିଠୁ ଅନଧିକୃତ ଭାବେ ବସା ବାନ୍ଧିଥିବା ଅଣଛାତ୍ର ଗୋଷ୍ଠୀଙ୍କୁ ତଡ଼ିବା ପ୍ରକ୍ରିୟା ଆରମ୍ଭ ହୋଇଛି।

ଭାବୁଥିଲେ ବାଣୀବିହାର କ୍ୟାମ୍ପସ ପୈତୃକ ସମ୍ପତ୍ତି। ନା ଥିଲା ଖାତା ଖତିୟାନ୍ କି ବିଶ୍ବବିଦ୍ୟାଳୟ ସହ ନା ଥିଲା କୌଣସି ସମ୍ପର୍କ। ତଥାପି ରାଜ୍ କରୁଥିଲେ ରାଜନୈତିକ ଗୋଟି ଚାଳନା କରି। କୋଠରୀ ଗୁଡ଼ିକୁ ସଜାଇଥିଲେ ପଲିଟିକାଲ୍ ୱାର ରୁମ୍। ଶେଷରେ ଭଣ୍ଡାଫୋଡ଼୍ କରିଛି ପୋଲିସ। ଅଣଛାତ୍ରଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଛାତ୍ରାବାସ ଗୁଡ଼ିକରେ ଛାପା ମାରି ଛିନଛତ୍ର କରି ପକାଇଛନ୍ତି ୟୁନିଭର୍ସିଟି କର୍ତ୍ତୃପକ୍ଷ।

କନ୍ଥା, ତକିଆ, କମ୍ବଳ, ଚାଦର କଥା ଛାଡ଼ନ୍ତୁ। ରୁମ୍ ଭିତରୁ ମିଳିଛି ହିଟର୍। ଥାଳି ସହ ତାଟିଆ। କିନ୍ତୁ ଖଣ୍ଡିଏ ବି ପଢ଼ା ବହିର ଦର୍ଶନ ନଥିଲା । ଯେଉଁ ରାକରେ ଖାତା ବହି ରହିବା କଥା, ସେଇଠି ଗଡୁଛି ମଦ ବୋତଲ୍। କେବଳ କ’ଣ ଏତିକି, ଖାଦ୍ୟ ଡେଲିଭରି ବୟଙ୍କ ବ୍ୟାଗ୍ ସହ ଆସବାବପତ୍ର। ଆଜି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପୋଲିସ ଉପସ୍ଥିତିରେ ଅଣଛାତ୍ରଙ୍କ କବଜାରେ ଥିବା ରୁମର ତାଲା ଭାଙ୍ଗି ବାହାର କରାଯାଇଛି ଏସବୁ ସାମଗ୍ରୀକୁ।

ପିଜି ହଷ୍ଟେଲ ୱାର୍ଡେନ ୪ ତାରିଖ ସୁଦ୍ଧା ଅଣଛାତ୍ରଙ୍କୁ ହଷ୍ଟେଲ୍ ଛାଡ଼ିବାକୁ ନୋଟିସ୍ ଜାରି କରିଥିଲେ। ତଥାପି ରୁମ ଛାଡ଼ିନଥିଲେ, ବରଂ ଭିସିଙ୍କୁ ପାଲଟା ଘେରାଉ କରିଥିଲେ। ଶେଷରେ ଆଜି ହୋଇଥିଲା ଅଣଛାତ୍ରଙ୍କୁ ତଡ଼ିବା ପ୍ରକ୍ରିୟା। କ୍ୟାମ୍ପସରେ ପହଞ୍ଚିଥିଲେ ୧୦ ପ୍ଲାଟୁନ ଫୋର୍ସ ସହ ପୋଲିସ ଅଫିସର। ଭିସିଙ୍କ ସହ ଅଧ୍ୟାପକ, ଅଧ୍ୟାପିକା, ରେଜିଷ୍ଟ୍ରାର ବାହାରିଥିଲେ ହଷ୍ଟେଲ ଅଭିମୁଖେ।

ଠିକ୍ ୧୦ଟାବେଳେ ଆରମ୍ଭ ହେଲା ଅପରେସନ୍। ଟାର୍ଗେଟରେ ଥିଲେ ୧, ୨, ୩ ଏବଂ ୫ ନମ୍ବର ହଷ୍ଟେଲରେ ରହୁଥିବା ଅଣଛାତ୍ର। ତେବେ ଦଳବଳ ଦେଖି ରୁମରେ ତାଲା ମାରି ଉଭାନ୍ ହୋଇଯାଇଥିଲେ ଅଣଛାତ୍ର। କିନ୍ତୁ ଆକ୍ସନ ମୋଡକୁ ଆସିଥିବା କର୍ତ୍ତୃପକ୍ଷ ତାଲା ଭାଙ୍ଗିଲେ, ଆସବାବପତ୍ର କାଢ଼ି ବାହାରେ ଫୋପାଡ଼ିଦେଲେ। କୁହାଯାଉଛି, ୨୧୦ଟି ରୁମ ବିଶିଷ୍ଟ ୩ ନମ୍ବର ହଷ୍ଟେଲ୍ ଅଣଛାତ୍ରଙ୍କ ସମ୍ପୂର୍ଣ୍ଣ କବଜାରେ ଥିଲା। ତା’ଭିତରୁ ୪୦ ଛାତ୍ରଙ୍କୁ ୧ ଓ ୨ ନମ୍ବର ହଷ୍ଟେଲରେ ରଖାଯିବା ସହ ହଷ୍ଟେଲକୁ ସିଲ୍ କରିଦିଆଯାଇଛି।

ବିଚ୍ଛିନ୍ନ କରିଦିଆଯାଇଛି ବିଜୁଳି ଏବଂ ପାଣି ସଂଯୋଗ। କ୍ୟାଣ୍ଟିନକୁ ବି ଖାଲି କରାଯାଇଛି। ଯାହାର ଟେଣ୍ଡର ଅବଧି ସରିଥିଲା ଏପ୍ରିଲରୁ। ସେହିପରି ୨୧୦ଟି ରୁମ୍ ବିଶିଷ୍ଟ ୨ ନମ୍ବର ହଷ୍ଟେଲର ୩୧ଟି ରୁମ୍ ବି ଥିଲା ଅଣଛାତ୍ରଙ୍କ କବଜାରେ।

ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି, ଶୈକ୍ଷିକ ବାତାବରଣ ସୃଷ୍ଟି ପାଇଁ ଯାହା ପଦକ୍ଷେପ ନେବା କଥା କରାଯାଉଛି। ଆବାହମାନ କାଳରୁ ଏହା ଚାଲିଆସିଛି, ଆମେ ସୁଧାରିବାକୁ ଉଦ୍ୟମ କରୁଛୁ। ତେବେ ବିଜେପି ଯୁବମୋର୍ଚ୍ଚା, ଉତ୍କଳ ବିଶ୍ବବିଦ୍ୟାଳୟରେ ମୋହନ ସରକାରଙ୍କ ସର୍ଜିକାଲ ଷ୍ଟ୍ରାଇକ୍ ବୋଲି କହିଥିବାବେଳେ ଯୁବ ବିଜେଡି, କ୍ୟାମ୍ପସ ଅଣଛାତ୍ର ମୁକ୍ତ ହେବା ଆବଶ୍ୟକ ବୋଲି କହିଛି।

ଅଣଛାତ୍ରଙ୍କୁ ତଡ଼ିବା ଅଭିଯାନ ଭିତରେ ବିନା ଆଇ କାର୍ଡରେ କ୍ୟାମ୍ପସକୁ ଛଡ଼ାଯାଉନି ଛାତ୍ରଙ୍କୁ। କଡ଼ାକଡ଼ି ଯାଞ୍ଚ କରାଯାଉଛି ହଷ୍ଟେଲ ଗେଟରେ।

Disclaimer: This content has been automatically aggregated from television for informational purposes. To read the original article, please visit television.