Vaibhav Sooryavanshi : କମ୍ ବୟସରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିବା ୭ଖେଳାଳି, ବୈଭବ ସୂର୍ଯ୍ୟବଂଶୀ କେତେ ନମ୍ବରରେ ଅଛନ୍ତି ?

Jul 04, 2026 - 22:55
Vaibhav Sooryavanshi : କମ୍ ବୟସରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିବା ୭ଖେଳାଳି, ବୈଭବ ସୂର୍ଯ୍ୟବଂଶୀ କେତେ ନମ୍ବରରେ ଅଛନ୍ତି ?
ନୂଆଦିଲ୍ଲୀ,୪/୭ : ବୈଭବ ସୂର୍ଯ୍ୟବଂଶୀ ୪ ଜୁଲାଇରେ ଇଂଲଣ୍ଡ ବିପକ୍ଷରେ ନିଜର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ସେ ୧୫ବର୍ଷ ୯୯ଦିନ ବୟସରେ ତାଙ୍କର ପ୍ରଥମ ମ୍ୟାଚ୍ ଖେଳିଛନ୍ତି । ଏହାଦ୍ବାରା ସେ ଭାରତ ପାଇଁ ଡେବ୍ୟୁ କରିଥିବା ସବୁଠାରୁ କମ୍ ବୟସର ଖେଳାଳି ହୋଇଯାଇଛନ୍ତି । କିନ୍ତୁ କେତେକ ଅନ୍ୟ ଖେଳାଳି ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କଠାରୁ କମ୍ ବୟସରେ ନିଜ ଦେଶକୁ ପ୍ରତିନିଧିତ୍ୱ କରିସାରିଛନ୍ତି । ଆସନ୍ତୁ ଦେଖିବା ସବୁଠାରୁ କମ୍ ବୟସରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିବା ୭ ଖେଳାଳିଙ୍କ ତାଲିକା । ପାକିସ୍ତାନର ହସନ ରାଜାଙ୍କ ନାମରେ ସବୁଠାରୁ କମ୍ ବୟସର ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିବାର ରେକର୍ଡ ଅଛି । ସେ ୧୯୯୬ମସିହାରେ ମାତ୍ର ୧୪ ବର୍ଷ ୨୨୭ ଦିନ ବୟସରେ ପାକିସ୍ତାନ ପାଇଁ ଟେଷ୍ଟ ଡେବ୍ୟୁ କରିଥିଲେ। ଏହାର ୬ଦିନ ପରେ ସେ ୧୪ ବର୍ଷ ୨୩୩ ଦିନ ବୟସରେ ଜିମ୍ବାୱେ ବିପକ୍ଷରେ ତାଙ୍କର ଏକ ଦିବସୀୟ ଡେବ୍ୟୁ କରିଥିଲେ। ବୈଭବ ସୂର୍ଯ୍ୟବଂଶୀ ଏହି କ୍ଷେତ୍ରରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସେ ୧୫ ବର୍ଷ ୯୯ଦିନ ବୟସରେ ଇଂଲଣ୍ଡ ବିପକ୍ଷରେ ଡେବ୍ୟୁ କରିଛନ୍ତି । ତାଙ୍କ ପରେ ବାଂଲାଦେଶର ମହମ୍ମଦ ଶରିଫ ଅଛନ୍ତି । ଯିଏ ୧୫ ବର୍ଷ ୧୧୬ ଦିନ ବୟସରେ ଜିମ୍ବାୱେ ବିପକ୍ଷରେ ଡେବ୍ୟୁ କରିଥିଲେ । ଏହି ତାଲିକାରେ ପାକିସ୍ତାନର ମହମ୍ମଦ ମୁସ୍ତାକ ଏବଂ ତାଙ୍କ ଦେଶର ଆକିବ ଜାଭେଦ ମଧ୍ୟ ସାମିଲ ଅଛନ୍ତି। ସବୁଠାରୁ କମ୍ ବୟସରେ ଅନ୍ତର୍ଜାତୀୟ ଡେବ୍ୟୁ ୧୪ ବର୍ଷ ୨୨୭ ଦିନ-ହସନ ରାଜା(ପାକିସ୍ତାନ) ୧୫ବର୍ଷ ୯୯ଦିନ- ବୈଭବ ସୂର୍ଯ୍ୟବଂଶୀ(ଭାରତ) ୧୫ ବର୍ଷ ୧୧୬ ଦିନ- ମହମ୍ମଦ ଶରୀଫ (ବାଂଲାଦେଶ) ୧୫ ବର୍ଷ ୧୨୪ ଦିନ- ମହମ୍ମଦ ମୁସ୍ତାକ(ପାକିସ୍ତାନ) ୧୬ବର୍ଷ ୧୨୭ ଦିନ- ଆକିବ ଜାଭେଦ(ପାକିସ୍ତାନ) ୧୬ବର୍ଷ ୨୦୫ଦିନ- ସଚିନ ତେନ୍ଦୁଲକର(ଭାରତ) ୧୬ବର୍ଷ ୨୧୫ଦିନ- ଶାହିଦ ଆଫରିଦୀ(ପାକିସ୍ତାନ) ପାକିସ୍ତାନର ହସନ ରାଜଙ୍କ ରେକର୍ଡ଼ ଭାଙ୍ଗି ପାରିବ ନାହିଁ । କାରଣ ୨୦୨୦ରେ ICCଏକ ନୂଆ ନିୟମ ଲାଗୁ କରିଥିଲା । ଏହି ନିୟମ ମାଧ୍ୟମରେ ୧୫ବର୍ଷରୁ କମ୍ ବୟସର ଖେଳାଳୀ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଡେବ୍ୟୁ କରିପାରିବେ ନାହିଁ । ଆହୁରି ପଢନ୍ତୁ : Vaibhav Sooryavanshi Breaks Sachin Tendulkar Record: ଭାରତର ସର୍ବକନିଷ୍ଠ ଖେଳାଳି ଭାବେ ଡେବ୍ୟୁ କଲେ ବୈଭବ