Uttarakhand: ଧାର କରଜରେ ବୁଡ଼ିକି ଅଛନ୍ତି କି ? ଯାଆନ୍ତୁ ଏହି ଜାଗାକୁ...ହୋଇପାରେ ସମାଧାନ
ଖାଲି ସେତିକି ନୁହେଁ, ଯିଏ ଏଠାକୁ ଦର୍ଶନ ପାଇଁ ଆସନ୍ତି, ସେମାନଙ୍କ ଜୀବନରୁ ଅଭାବ ଅନଟନ ଦୂରେଇଯାଏ । ମା ଲକ୍ଷ୍ମୀ ସେମାନଙ୍କ ଉପରେ ପ୍ରସନ୍ନ ହୁଅନ୍ତି । ଧନର ବର୍ଷା ହୁଏ । ଘରକୁ ସୌଭାଗ୍ୟ ଆସେ ।
ଖାଲି ସେତିକି ନୁହେଁ, ଯିଏ ଏଠାକୁ ଦର୍ଶନ ପାଇଁ ଆସନ୍ତି, ସେମାନଙ୍କ ଜୀବନରୁ ଅଭାବ ଅନଟନ ଦୂରେଇଯାଏ । ମା ଲକ୍ଷ୍ମୀ ସେମାନଙ୍କ ଉପରେ ପ୍ରସନ୍ନ ହୁଅନ୍ତି । ଧନର ବର୍ଷା ହୁଏ । ଘରକୁ ସୌଭାଗ୍ୟ ଆସେ ।
କରଜରୁ ମୁକ୍ତ ହେବାକୁ ଚାହୁଁଛନ୍ତି କି ? ଆପଣ ଅଭାବ ଅନଟନ ଭିତରେ ରହୁଛନ୍ତି କି ? ଯଦି ଏଭଳି ସବୁ ସମସ୍ୟା ରହିଛି ତେବେ ଏହାର ସମାଧାନ କରିପାରିବେ କେବଳ କୁବେର ଦେବତାଙ୍କ ଦର୍ଶନ କରି ।
ଉତ୍ତରାଖଣ୍ଡ ଅଲମୋଡ଼ା ଜିଲ୍ଲାରୁ ପାଖାପାଖୀ ୪୦ କିଲୋମିଟର ଦୂରରେ ଜାଗେଶ୍ବର ଧାମରେ କୁବେର ଦେବଙ୍କ ମନ୍ଦିର ରହିଛି। ଏଠାରେ ୧୨୫ ଦେବଦେବୀଙ୍କ ମନ୍ଦିର ଥିବାବେଳେ କୁବେର ଦେବଙ୍କ ମନ୍ଦିର ଖୁବ ସ୍ବତନ୍ତ୍ର । ସବୁବେଳେ ଭକ୍ତଙ୍କ ଭିଡ଼ ଲାଗି ରହିଥାଏ। ଦେଶର ବିଭିନ୍ନ ସ୍ଥାନରୁ ଏଠିକି ଶ୍ରଦ୍ଧାଳୁ ଆସିଥାଆନ୍ତି ଭଗବାନଙ୍କ ଦର୍ଶନ ପାଇଁ ।
ଧାରକରଜରୁ ମୁକ୍ତ ହେବାକୁ ଏଠାରେ ଶ୍ରଦ୍ଧାଳୁ ମାନେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଥାଆନ୍ତି । ଯେଉଁମାନେ ଏହି ମନ୍ଦିରରେ ଦର୍ଶନ କରିବା ପରେ ମୁଦ୍ରା ଚଢ଼ାନ୍ତି, ସେମାନେ ଧାରକରଜରୁ ମୁକ୍ତ ହୋଇଥାନ୍ତି ବୋଲି ମାନ୍ୟତା ରହିଛି । କାରଣ କୁବେର ହେଉଛନ୍ତି ଧନର ଦେବତା ।
ଖାଲି ସେତିକି ନୁହେଁ, ଯିଏ ଏଠାକୁ ଦର୍ଶନ ପାଇଁ ଆସନ୍ତି, ସେମାନଙ୍କ ଜୀବନରୁ ଅଭାବ ଅନଟନ ଦୂରେଇଯାଏ । ମା ଲକ୍ଷ୍ମୀ ସେମାନଙ୍କ ଉପରେ ପ୍ରସନ୍ନ ହୁଅନ୍ତି । ଧନର ବର୍ଷା ହୁଏ । ଘରକୁ ସୌଭାଗ୍ୟ ଆସେ ।
କେବଳ ସେଥିପାଇଁ ଏହି ମନ୍ଦିରକୁ ନିୟମିତ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସନ୍ତି। ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ସୁନା, ଚାନ୍ଦିର ମୁଦ୍ରା ମଧ୍ୟ ଅର୍ପଣ କରନ୍ତି। ପୂଜା ପରେ ଏହି ମୁଦ୍ରାକୁ ହଳଦିଆ ରଙ୍ଗର କପଡ଼ାରେ ବାନ୍ଧି ଘରକୁ ନେଇଯିବା ଦ୍ବାରା ଭଗବାନଙ୍କ କୃପା ମିଳିଥାଏ ବୋଲି ମଧ୍ୟ ଲୋକେ ବିଶ୍ବାସ କରନ୍ତି। ଏହାଛଡ଼ା ଧାର କରଜରୁ ମୁକ୍ତ ହେବା ପରେ ଶ୍ରଦ୍ଧାଳୁମାନେ ଏଠାକୁ ଆସି ହଳଦିଆ କପଡ଼ା ଚଢ଼ାଇବା ସହ କ୍ଷୀରି ଭୋଗ କରିଥାନ୍ତି।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
