Utkal University: ବାଣୀବିହାର କ୍ୟାମ୍ପସରେ ମିଶନ୍ ଅଲଆଉଟ୍; ମୁକୁଳିଲା ୫୦ ସରକାରୀ କ୍ବାର୍ଟର୍ସ

ଆଜି ଆକ୍ସନ ମୋଡକୁ ଆସି ସଂପୃକ୍ତ ଜବରଦଖଲକାରୀଙ୍କୁ ହଟାଇଛନ୍ତି ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। ମିଶନ୍ ଅଲ୍ ଆଉଟ୍ ଜରିଆରେ ପୋଲିସ ଫୋର୍ସ ଉପସ୍ଥିତିରେ ଆଜି ୫୦ଟି ସରକାରୀ କ୍ବାର୍ଟର୍ସକୁ ଖାଲି କରିଛନ୍ତି। ୟା ପରେ ସରକାରୀ ଘରେ ଥିବା ଭଡ଼

11 September 2025 09:45 PM IST
Utkal University: ବାଣୀବିହାର କ୍ୟାମ୍ପସରେ ମିଶନ୍ ଅଲଆଉଟ୍; ମୁକୁଳିଲା ୫୦ ସରକାରୀ କ୍ବାର୍ଟର୍ସ

ଆଜି ଆକ୍ସନ ମୋଡକୁ ଆସି ସଂପୃକ୍ତ ଜବରଦଖଲକାରୀଙ୍କୁ ହଟାଇଛନ୍ତି ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। ମିଶନ୍ ଅଲ୍ ଆଉଟ୍ ଜରିଆରେ ପୋଲିସ ଫୋର୍ସ ଉପସ୍ଥିତିରେ ଆଜି ୫୦ଟି ସରକାରୀ କ୍ବାର୍ଟର୍ସକୁ ଖାଲି କରିଛନ୍ତି। ୟା ପରେ ସରକାରୀ ଘରେ ଥିବା ଭଡ଼ାଟିଆ ଏବଂ କ୍ୟାମ୍ପସରେ ଥିବା ବସ୍ତିର ପାଳି ପଡ଼ିବ ତ ?

ବାଣୀବିହାର କ୍ୟାମ୍ପସରୁ ଅଣଛାତ୍ରଙ୍କୁ ବିଦା ପରେ ସରକାରୀ କ୍ବାର୍ଟର୍ସରେ ଅନଧିକୃତ ଭାବେ ରହିଆସୁଥିବା ଲୋକଙ୍କ ପାଳି ପଡ଼ିଛି। ଆଜି ଆକ୍ସନ ମୋଡକୁ ଆସି ସଂପୃକ୍ତ ଜବରଦଖଲକାରୀଙ୍କୁ ହଟାଇଛନ୍ତି ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। ମିଶନ୍ ଅଲ୍ ଆଉଟ୍ ଜରିଆରେ ପୋଲିସ ଫୋର୍ସ ଉପସ୍ଥିତିରେ ଆଜି ୫୦ଟି ସରକାରୀ କ୍ବାର୍ଟର୍ସକୁ ଖାଲି କରିଛନ୍ତି। ତେବେ ବର୍ଷ ବର୍ଷ ଧରି କିଏ ଏବଂ କାହିଁକି ଏମାନଙ୍କୁ ସରକାରୀ ଘରେ ରହିବା ପାଇଁ ପ୍ରଶ୍ରୟ ଦେଉଥିଲା ? ତାକୁ ନେଇ ନାନା ପ୍ରଶ୍ନ ଭିତରେ ବଡ଼ ଚର୍ଚ୍ଚା ହେଉଛି, ୟା ପରେ ସରକାରୀ ଘରେ ଥିବା ଭଡ଼ାଟିଆ ଏବଂ କ୍ୟାମ୍ପସରେ ଥିବା ବସ୍ତିର ପାଳି ପଡ଼ିବ ତ ?

ନା ମାସେ ନା ବର୍ଷେ... ରହୁଥିଲେ ୪ ଦଶନ୍ଧୀ ଧରି। ଅର୍ଥାତ ପିଲାବେଳୁ ରହିଆସୁଛନ୍ତି ବାଣୀବିହାର କ୍ୟାମ୍ପସରେ। କେବେ ବିଶ୍ବବିଦ୍ୟାଳୟର ବାବୁ ମାନଙ୍କ ଘରେ ତ ଆଉ କେବେ ତତ୍କାଳୀନ କୁଳପତିଙ୍କ ଘରେ କାମ କରିବା ଆଳରେ ୪୦ ବର୍ଷ ହେଲା ରହିଆସୁଥିଲେ। କାଳକ୍ରମେ ଏବଂ ପରିବାର ହେବା ପରେ ଗୁଜରାଣ ମେଣ୍ଟାଇବା ପାଇଁ ରଂଗମିସ୍ତ୍ରୀ ସାଜି କ୍ବାର୍ଟର୍ସରେ ରହୁଥିଲେ। ଆଉ ଗୋଟିଏ ହେଉଛନ୍ତି ଅନୁଗୁଳ ହିନ୍ଦୋଳରୁ ଆସିଥିବା ପରିବାର। ଗତ ୫ ବର୍ଷ ହେଲାଣି କ୍ୟାମ୍ପସରେ ରହୁଥିଲେ। ବିଜୁଳି ବିଲ୍ ଦେବାକୁ ପଡୁନଥିବାରୁ ଗ୍ୟାସ୍ ବଦଳରେ ହିଟର୍ ରଖିଥିଲେ। ବାଡ଼ିରେ କିସମ କିସମର ପରିବା ଫଳାଇ ମାସିକ ଖର୍ଚ୍ଚରୁ ବର୍ତ୍ତିଯାଉଥିଲେ। ତାଙ୍କ କହିବା କଥା ଅନାବନା ଘାସଲତା ହଟାଇ ରହିଆସୁଥିଲେ ଏହି ବିପଦସଙ୍କୁଳ ସରକାରୀ ଘରେ। କିନ୍ତୁ ଆଜି ଉଛେଦ ହେବାକୁ ପଡ଼ିଛି ତାଙ୍କୁ। ଘର ଛାଡ଼ି ଆସବାବପତ୍ର ଧରି ଅନ୍ୟତ୍ର ଯିବାକୁ ପଡ଼ିଛି। କେବଳ ଏହି ୨ଟି ପରିବାର ନୁହେଁ, ଆଜି ଗୋଟିଏ ଦିନରେ ୫୦ଟି ଘର ଖାଲି ହୋଇଛି ଏମାନଙ୍କ କବଜାରୁ। କାଟି ଦିଆଯାଇଛି ବିଜୁଳି ସହ ପାଣି ସଂଯୋଗ। ଜବତ ହୋଇଛି ଗ୍ୟାସ୍ ଚୁଲା ସହ ଟାଙ୍କି। ତେଣେ ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି ସରକାରୀ କ୍ବାର୍ଟର୍ସରେ ରହୁଥିବା ଅନ୍ୟ କର୍ମଚାରୀ।

ତେବେ ଅନଧିକୃତ ଭାବେ ରହିବା ପାଇଁ ଏମାନଙ୍କୁ ବର୍ଷ ବର୍ଷ ଧରି ପ୍ରଶ୍ରୟ ଦେଉଥିଲା କିଏ ? ବିଶ୍ବବିଦ୍ୟାଳୟ କୋଷାଗାରରୁ ବିଦ୍ୟୁତ ଓ ପାଣି ବିଲ୍ ବାବଦକୁ ଲକ୍ଷ ଲକ୍ଷ ଟଙ୍କା ଯାଉଥିବାବେଳେ କାହିଁକି ଏମାନଙ୍କ ପ୍ରତି ଏତେ ଉଦାର ମନୋଭାବ ଦେଖାଇ ଆସୁଥିଲେ କର୍ତ୍ତୃପକ୍ଷ ? ଏକଥା ସତ ଯେ, ସଂପୃକ୍ତ ସରକାରୀ କ୍ବାର୍ଟର୍ସ ଗୁଡ଼ିକ ସମ୍ପୂର୍ଣ୍ଣ ଅସୁରକ୍ଷିତ। ତଥାପି କାହିଁକି ଏବଂ କିଏ ଯୋଗାଉଥିଲା ବିଦ୍ୟୁତ ସହ ପାଣି ? ସରକାରୀ କ୍ବାର୍ଟର୍ସକୁ ଭଡ଼ା ଦେଇ ବେଆଇନ ଆର୍ଥିକ ଉପାର୍ଜନର ଚାଲିଥିଲା କି କଳା ବେପାର ? ଏହି ସିଣ୍ଡିକେଟ୍ ପଛରେ କିଏ ସେହି ବ୍ୟକ୍ତି ? ଏ ସଂପର୍କରେ ନା କେହି ମୁହଁ ଖୋଲୁଛନ୍ତି ନା କାହା ପାଖରେ ନିର୍ଦ୍ଦିଷ୍ଟ ସୂଚନା ଅଛି।

ସେପ୍ଟେମ୍ବର ୮ରେ ପୂର୍ବରୁ ନୋଟିସ୍ ଜାରି କରିଥିବା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଦଳବଳ ପ୍ରୟୋଗ କରି ୪ଟି ହଷ୍ଟେଲରୁ ଅଣଛାତ୍ରଙ୍କୁ ତଡ଼ିଥିଲେ। ଏହାର ୪ ଦିନ ପରେ ପାଳି ପଡ଼ିଛି କ୍ୟାମ୍ପସରେ ସରକାରୀ କ୍ବାର୍ଟର୍ସ ଜବରଦଖଲକାରୀଙ୍କର। ତେବେ ବର୍ଷ ବର୍ଷ ଧରି କ୍ୟାମ୍ପସରେ ଥିବା ୩୦ରୁ ଅଧିକ ସରକାରୀ ଘର ଭଡ଼ାରେ ଲାଗିଥିବାବେଳେ ସେହି ଭଡ଼ାଟିଆ ଏବଂ ଭଡ଼ା ଲଗାଇଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ ଆକ୍ସନ କେବେ ? କ୍ୟାମ୍ପସରେ ଥିବା ବସ୍ତିକୁ ନେଇ ସବୁବେଳେ ବିବାଦ ଲାଗି ରହୁଥିବାବେଳେ ସେହି ବସ୍ତିକୁ ହଟାଇ କେବେ କ୍ଲିନ୍ କ୍ୟାମ୍ପସ କରିବେ କର୍ତ୍ତୃପକ୍ଷ ? ବିଶ୍ବବିଦ୍ୟାଳୟ କୁଳପତି କହିଛନ୍ତି, କ୍ୟାମ୍ପସକୁ ସମ୍ପୂର୍ଣ୍ଣ ଜବରଦଖଲ ମୁକ୍ତ କରାଯିବ। ଅସୁରକ୍ଷିତ କ୍ବାର୍ଟର୍ସ ଗୁଡ଼ିକ ମରାମତି କରାଯିବ। ୨ ଶହ ଏକର ପରିମିତ ଜମିରେ ଗଢ଼ି ଉଠିଥିବା ଉତ୍କଳ ବିଶ୍ବବିଦ୍ୟାଳୟ କେବେ ଏବଂ କେମିତି ଜବରଦଖଲ ମୁକ୍ତ ହେବା ସହ କ୍ୟାମ୍ପସର ହେବ ନବକଳେବର, ତାକୁ ଅପେକ୍ଷା।

Disclaimer: This content has been automatically aggregated from television for informational purposes. To read the original article, please visit television.