US Open: ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ୍ ଫାଇନାଲ୍ରେ ଶ୍ରୀକାନ୍ତ
"ଫୁଲେର: ଭାରତୀୟ ତାରକା କିଦାମ୍ବି ଶ୍ରୀକାନ୍ତ ଚଳିତ ୟୁଏସ୍ ଓପନ୍ ସୁପର ୩୦୦ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ଫାଇନାଲ୍ରେ ପ୍ରବେଶ କରିଛନ୍ତି।
ରବିବାର ପୁରୁଷ ଏକକ ସେମିଫାଇନାଲ୍ରେ ୨୦୨୧ ବିଶ୍ବ ରୌପ୍ୟ ବିଜେତା ଶ୍ରୀକାନ୍ତ ୨୨-୨୦, ୧୫-୨୧, ୨୧-୧୯ରେ ବିଶ୍ବର ୩୩ ନମ୍ବର ଜାପାନର ୟୁଦାଇ ଓକିମୋତୋଙ୍କୁ ପରାସ୍ତ କରିଥିଲେ।Advertisment କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍କୁ ୭୨ ମିନିଟ୍ରେ ଜିତି ଶ୍ରୀକାନ୍ତ ଚଳିତ ଋତୁରେ ପ୍ରଥମ ଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି ବିଶ୍ବର ପୂର୍ବତନ ଏକ ନମ୍ବର ଶ୍ରୀକାନ୍ତ।
ଟ୍ରଫି ଲଢ଼େଇରେ ସେ ବିଶ୍ବର ୪୬ ନମ୍ବର ଚାଇନିଜ୍ ତାଇପେର ସୁ ଲି ୟାଙ୍ଗଙ୍କୁ ଭେଟିବେ। ତେବେ ଯୁବ ଭାରତୀୟ ସଟଲର୍ ରୌନକ ଚୌହାନଙ୍କ ଅଭିଯାନ ସେମିଫାଇନାଲ୍ରେ ଶେଷ ହୋଇଛି।
ସେ ୟାଙ୍ଗ୍ଙ୍କୁ ୧୭-୨୧, ୧୯-୨୧ରେ ହାରିଯାଇଥିଲେ।
ମହିଳା ଏକକ ସେମିଫାଇନାଲ୍ରେ ଷଷ୍ଠ ମାନ୍ୟତାପ୍ରାପ୍ତ ଦେବୀକା ସିହାଗ କଡ଼ା ସଂଘର୍ଷ କରି ୨୧-୧୫, ୧୧-୨୧, ୧୫-୨୧ରେ ଡେନ୍ମାର୍କର ଲିନେ ଖ୍ରିଷ୍ଟୋଫରସେନ୍ଙ୍କଠୁ ହାରି ବିଦାୟ ନେଇଛନ୍ତି।
ହର୍ଷିତଙ୍କୁ ନେଇ ମୁହାଁମୁହିଁ ହେଲେ ଶ୍ରୀକାନ୍ତ-ଗମ୍ଭୀର "