US-Iran War: ତେହେରାନ ଉପରେ ଆମେରିକାର ବଡ଼ ଏୟାରଷ୍ଟ୍ରାଇକ୍, ଟ୍ରମ୍ପ କହିଲେ 'ଜଣେ ବି ଆମେରିକୀୟ ସୈନିକଙ୍କ ଜୀବନ ଗଲେ...'
ନୂଆଦିଲ୍ଲୀ, ୨୧।୭: ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଥମିବାର ନାଁ ନେଉନାହିଁ । ଆମେରିକା ସେନା ଲଗାତାର ୧୦ମ ରାତିରେ ଇରାନର ବିଭିନ୍ନ ସାମରିକ ଠିକଣାକୁ ଏୟାରଷ୍ଟ୍ରାଇକ୍ କରିଛି । ମଙ୍ଗଳବାର ଆମେରିକା ସେଣ୍ଟ୍ରାଲ କମାଣ୍ଡ (CENTCOM) ସୂଚନା ଦେଇଛି ଯେ, ଇରାନର ସାମରିକ କମାଣ୍ଡ ସେଣ୍ଟର, ଉପକୂଳ ନଜର ରଖିବା କେନ୍ଦ୍ର, ମିସାଇଲ୍ ଓ ଡ୍ରୋନ୍ ଲଞ୍ଚ ସାଇଟ୍ ଏବଂ ଏୟାର ଡିଫେନ୍ସ ସିଷ୍ଟମ୍ ଉପରେ ଏହି ନିର୍ଣ୍ଣାୟକ ଆକ୍ରମଣ କରାଯାଇଛି । ୟୁଏସ ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ ଦାବି କରାଯାଇଛି ଯେ, ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍ ଦେଇ ଯାତାୟାତ କରୁଥିବା ବ୍ୟବସାୟିକ ଜାହାଜଗୁଡ଼ିକ ଉପରେ ଇରାନ ଯେପରି ଆକ୍ରମଣ ନ କରିପାରିବ, ସେଥିପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମେ ମାସ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ସେଣ୍ଟକମ୍ ବଳ ପ୍ରାୟ ୯୦୦ଟି କମର୍ସିଆଲ୍ ଜାହାଜ ଏବଂ ୪୫ କୋଟି ବ୍ୟାରେଲ୍ ଅଶୋଧିତ ତୈଳର ସୁରକ୍ଷିତ ପରିବହନରେ ସାହାଯ୍ୟ କରିସାରିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।