US Court On Trump Tariffs: ଟ୍ରମ୍ପଙ୍କ ଟାରିଫକୁ ବେଆଇନ୍ କହିଲେ ଆମେରିକା କୋର୍ଟ, ଚ୍ୟାଲେଞ୍ଜ କଲେ ଟ୍ରମ୍ପ

ଆମେରିକାର ଅପିଲ୍ କୋର୍ଟ କହିଛନ୍ତି, ଟାରିଫ୍ ଲଗାଇବାର କ୍ଷମତା ରାଷ୍ଟ୍ରପତିଙ୍କର ନାହିଁ। ଟ୍ରମ୍ପ କହିଛନ୍ତି, ଆମେ ସୁପ୍ରିମକୋର୍ଟ ଯିବୁ, ଆଗକୁ ବି ଟାରିଫ୍ ଜାରି ରଖିବୁ।

30 August 2025 11:35 AM IST
US Court On Trump Tariffs: ଟ୍ରମ୍ପଙ୍କ ଟାରିଫକୁ ବେଆଇନ୍ କହିଲେ ଆମେରିକା କୋର୍ଟ, ଚ୍ୟାଲେଞ୍ଜ କଲେ ଟ୍ରମ୍ପ

ଆମେରିକାର ଅପିଲ୍ କୋର୍ଟ କହିଛନ୍ତି, ଟାରିଫ୍ ଲଗାଇବାର କ୍ଷମତା ରାଷ୍ଟ୍ରପତିଙ୍କର ନାହିଁ। ଟ୍ରମ୍ପ କହିଛନ୍ତି, ଆମେ ସୁପ୍ରିମକୋର୍ଟ ଯିବୁ, ଆଗକୁ ବି ଟାରିଫ୍ ଜାରି ରଖିବୁ।

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟକା। ଆମେରିକାର ଏକ ଫେଡେରାଲ ଅପିଲ୍ କୋର୍ଟ ଟ୍ରମ୍ପଙ୍କ ଟାରିଫକୁ ବେଆଇନ୍ ବୋଲି କହିଛନ୍ତି। ଟ୍ରମ୍ପ ପ୍ରଶାସନ ଦ୍ୱାରା ଲଗାଯାଇଥିବା ଅଧିକାଂଶ ଟାରିଫ ଆଇନ ଅନୁସାରେ ନାହିଁ। ଏବଂ କୋର୍ଟ ଏହାକୁ ବେଆଇନ ଘୋଷଣା କରିଛି। ଟାରିଫ୍ ଲଗାଇବାର କ୍ଷମତା ରାଷ୍ଟ୍ରପତିଙ୍କର ନାହିଁ। ତଥାପି, କୋର୍ଟ ଟ୍ରମ୍ପ ପ୍ରଶାସନକୁ ଆମେରିକୀୟ ସୁପ୍ରିମ କୋର୍ଟରେ ଅପିଲ୍ ଦାଖଲ କରିବାର ସୁଯୋଗ ଦେବା ପାଇଁ ଟାରିଫଗୁଡିକୁ ୧୪ ଅକ୍ଟୋବର ପର୍ଯ୍ୟନ୍ତ ଜାରି ରହିବାକୁ ଅନୁମତି ଦେଇଛନ୍ତି।

କୋର୍ଟର ରାୟ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ନିଜର ବୟାନ ଜାରି କରିଛନ୍ତି। ଟ୍ରମ୍ପ ନିଶ୍ଚିତ କରିଛନ୍ତି ଯେ ଦେଶଗୁଡିକ ଉପରେ ଲାଗୁ ହୋଇଥିବା ସମସ୍ତ ଟାରିଫ ଜାରି ରହିବ। ସେ କୋର୍ଟର ସାମ୍ପ୍ରତିକ ନିଷ୍ପତ୍ତିକୁ ଭୁଲ ବୋଲି କହିଛନ୍ତି।

ଟ୍ରମ୍ପ ଟ୍ରୁଥ ସୋସିଆଲରେ ଲେଖିଛନ୍ତି ଯେ ସମସ୍ତ ଟାରିଫ ଏବେ ବି ଲାଗୁ ଅଛି! ଆଜି ଅପୀଲ କୋର୍ଟ ଏକ ଅତ୍ୟଧିକ ପକ୍ଷପାତପୂର୍ଣ୍ଣ ରାୟ ଶୁଣାଇଛନ୍ତି ଯେ ଆମର ଟାରିଫଗୁଡିକୁ ହଟାଇ ଦିଆଯିବା ଉଚିତ। କିନ୍ତୁ ସେମାନେ ଜାଣନ୍ତି ଯେ ଶେଷରେ ଆମେରିକାର ବିଜୟ ହେବ। ଯଦି ଏହି ଟାରିଫଗୁଡିକୁ କେବେ ହଟାଇ ଦିଆଯାଏ, ତେବେ ଏହା ଦେଶ ପାଇଁ ସମ୍ପୂର୍ଣ୍ଣ ବିନାଶକାରୀ ହେବ। ଏହା ଆମକୁ ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ କରିଦେବ, ଏବଂ ଆମେ ଶକ୍ତିଶାଳୀ ହେବା ଆବଶ୍ୟକ। ଟାରିଫ୍ ଦେଶର ହିତ ପାଇଁ ହେଲେ ଏଭଳି ଫଇସଲା ଦେଶକୁ ବରବାଦ୍ କରିଦେବ ବୋଲି ଟ୍ରମ୍ପ କହିଛନ୍ତି।

ସୂଚନାଯୋଗ୍ୟ, ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତର ଯେସାକୁ ତେସା ଟାରିଫ ଲାଗୁ କରିବା ପାଇଁ ଘୋଷଣା କରିଥିଲେ, ଯାହା ୭ ଅଗଷ୍ଟରେ ଲାଗୁ ହୋଇଥିଲା। ଏହାପରେ ପ୍ରାୟ ୭୦ଟି ଅନ୍ୟ ଦେଶ ଉପରେ ମଧ୍ୟ ଟାରିଫ ଲାଗୁ ହୋଇଥିଲା। ୭ ଅଗଷ୍ଟରେ ଆମେରିକୀୟ ରାଷ୍ଟ୍ରପତି ଭାରତର ରୁଷଠାରୁ ଅଶୋଧିତ ତେଲ କିଣୁଥିବାରୁ ଭାରତୀୟ ସାମଗ୍ରୀ ଉପରେ ଅତିରିକ୍ତ ୨୫ ପ୍ରତିଶତ ଟାରିଫ ଲାଗୁ କରିଥିଲେ। ଯାହା ଫଳରେ ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଲାଗୁ କରିଥିଲା ଭାରତ।

Disclaimer: This content has been automatically aggregated from television for informational purposes. To read the original article, please visit television.