US: ଶାନ୍ତି ଟେବୁଲରେ ଝଡ଼!: ଇରାନ କ୍ଷେପଣାସ୍ତ୍ର ସ୍ଥଳ-ଡ୍ରୋନ୍ ଘାଟି ଉପରେ ବଡ଼ ଧରଣର ଆକ୍ରମଣ କଲା ଆମେରିକା

Jun 27, 2026 - 09:39
US: ଶାନ୍ତି ଟେବୁଲରେ ଝଡ଼!: ଇରାନ କ୍ଷେପଣାସ୍ତ୍ର ସ୍ଥଳ-ଡ୍ରୋନ୍ ଘାଟି ଉପରେ ବଡ଼ ଧରଣର ଆକ୍ରମଣ କଲା ଆମେରିକା

"ୱାସିଂଟନ: ମଧ୍ୟପ୍ରାଚ୍ୟରେ ପୁଣି ଥରେ ଯୁଦ୍ଧର କଳା ବାଦଲ ଘୋଟିବାରେ ଲାଗିଛି।

ଶାନ୍ତି ଟେବୁଲରେ ବସିଥିବା ଆମେରିକା ଏବଂ ଇରାନ ମଧ୍ୟରେ ଏକ ଝଡ଼ ସୃଷ୍ଟି ହୋଇଛି।

କିଛି ଦିନ ଧରି ଚାଲିଥିବା ଉତ୍ତେଜନା ଏବେ ଏକ ବିପଦପୂର୍ଣ୍ଣ ମୋଡ଼ରେ ପହଞ୍ଚିଛି।

ଶୁକ୍ରବାର ଦିନ, ଆମେରିକା ବାୟୁସେନାର ଲଢୁଆ ବିମାନ ଇରାନର ଅଞ୍ଚଳରେ ପ୍ରବେଶ କରି ଅନେକ ରଣନୈତିକ ସ୍ଥାନ ଉପରେ ପ୍ରବଳ ବୋମା ମାଡ଼ କରିଛି।

ଆମେରିକାର କେନ୍ଦ୍ରୀୟ କମାଣ୍ଡ(ସେଣ୍ଟକମ୍) ଆକ୍ରମଣକୁ ନିଶ୍ଚିତ କରିଛି ଏବଂ କହିଛି ଯେ ଏହି କାର୍ଯ୍ୟାନୁଷ୍ଠାନ ଏକ ମାଲବାହୀ ଜାହାଜ ଉପରେ ସମ୍ପ୍ରତି ହୋଇଥିବା ଆକ୍ରମଣର କଡ଼ା ଜବାବ।Advertisment ଆମେରିକାର ପ୍ରତିରକ୍ଷା ବିଭାଗ ଅନୁଯାୟୀ,ଏହି ସ୍ୱତନ୍ତ୍ର ସାମରିକ ଅଭିଯାନରେ ଇରାନର କେତେକ ନିର୍ଦ୍ଦିଷ୍ଟ ସ୍ଥଳକୁ ଟାର୍ଗେଟ କରାଯାଇଥିଲା।

ଆମେରିକାର ବିମାନ ଇରାନ ମଧ୍ୟରେ ଥିବା କ୍ଷେପଣାସ୍ତ୍ର ଡିପୋ, ଡ୍ରୋନ୍ ସଂରକ୍ଷଣ ସୁବିଧା ଏବଂ ଉପକୂଳବର୍ତ୍ତୀ ରାଡାର ସ୍ଥଳଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିଦେଇଛି।

ସେଣ୍ଟକମ୍ ବିବୃତିରେ ସ୍ପଷ୍ଟ କରିଛି ଯେ, ଏହି ଆକ୍ରମଣ ଇରାନର ଆକ୍ରମଣ କ୍ଷମତାକୁ ଦୁର୍ବଳ କରିବା ପାଇଁ ଏକ ଯୋଜନାବଦ୍ଧ ରଣନୀତି ଥିଲା।

ଇରାନ ଏଭଳି କାର୍ଯ୍ୟର ପରିଣାମ ଶୀଘ୍ର ଜାଣିବ ଜୁନ୍ ୨୫ ତାରିଖରେ ଘଟିଥିବା ଏକ ଘଟଣା ପରେ ସେଣ୍ଟକମ୍ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

ସିଙ୍ଗାପୁର ପତାକା ବହନ କରୁଥିବା ମାଲବାହୀ ଜାହାଜ, ଏମ/ଭି ଏଭର ଲଭଲି ହର୍ମୁଜ୍ ପ୍ରଣାଳୀ ଦେଇ ଗତି କରୁଥିବା ସମୟରେ ଇରାନୀ ଡ୍ରୋନ୍ ଏହା ଉପରେ ଆକ୍ରମଣ କରିଥିଲା।

ସେହି ସମୟରେ ଜାହାଜଟି ଓମାନ ଉପକୂଳ ନିକଟ ଦେଇ ଯାଉଥିଲା।

ଆମେରିକା ଏହି ଆକ୍ରମଣ ପାଇଁ ସିଧାସଳଖ ଇରାନକୁ ଦାୟୀ କରିଥିଲା ​​ଏବଂ ଏହାକୁ ଅନ୍ତର୍ଜାତୀୟ ଜଳସୀମାରେ ସାମୁଦ୍ରିକ ସୁରକ୍ଷାର ଗମ୍ଭୀର ଉଲ୍ଲଂଘନ ବୋଲି କହିଥିଲା।

ଏହି ସାମରିକ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସଙ୍କେତ ଦେଇଥିଲେ।

ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ, ଇରାନ ଏଭଳି କାର୍ଯ୍ୟର ପରିଣାମ ଶୀଘ୍ର ଜାଣିବ।

ଆକ୍ରମଣ ପରେ, ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲ ରେ ଲେଖିଛନ୍ତି,ଇରାନ ରଣନୈତିକ ଜଳପଥରେ ଚାରୋଟି ଘାତକ ଡ୍ରୋନ୍ ମାଡ଼ କରିଛି, ଯାହା ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ଚୁକ୍ତିର ମୂର୍ଖତାପୂର୍ଣ୍ଣ ଉଲ୍ଲଂଘନ।

ଏହି ଆକ୍ରମଣ ବିଶ୍ୱବ୍ୟାପୀ ଚିନ୍ତା ବଢ଼ାଇଛି।

ଆମେରିକା ସ୍ପଷ୍ଟ କରିଛି ଯେ ଏହି ଅଞ୍ଚଳରେ ନିଜର ସ୍ୱାର୍ଥ ଏବଂ ଅନ୍ତର୍ଜାତୀୟ ବାଣିଜ୍ୟ ଜାହାଜଗୁଡ଼ିକୁ ସୁରକ୍ଷା ଦେବା ପାଇଁ ଯେକୌଣସି ସୀମାକୁ ଯିବାକୁ ପ୍ରସ୍ତୁତ ରହିଛି।

ସେଣ୍ଟକମ୍ ଏକ ବିବୃତି ଜାରି କରି କହିଛି, ଆମେରିକାର ସେନା ଏହି ଅଞ୍ଚଳରେ ସମ୍ପୂର୍ଣ୍ଣ ସତର୍କ ଅଛନ୍ତି ଏବଂ ଚୁକ୍ତିନାମା ପାଳନ ହେଉଛି କି ନାହିଁ ତାହା ସୁନିଶ୍ଚିତ କରୁଛନ୍ତି।

ତେବେ ଇରାନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ, ବିଶେଷଜ୍ଞମାନଙ୍କ ଅନୁସାରେ ଏହି ଘଟଣା ପରେ ପଶ୍ଚିମ ଏସିଆର ପରିସ୍ଥିତି ଅଧିକ ବିସ୍ଫୋରକ ହେବାର ଆଶଙ୍କା ରହିଛି।

Tahsildar: ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ସଂ‌‌ଶୋଧିତ ନିୟମାବଳୀ ଅନୁସାରେ ବାଲି ସଇରତ ଉତ୍ସ ବାତିଲ ପାଇଁ ତହସିଲଦାରଙ୍କ କ୍ଷମତା ନାହିଁ "