UNGA: UNGAରେ ଯୋଗ ଦେବେନି ପ୍ରଧାନମନ୍ତ୍ରୀ ମୋଦି, ଭାରତକୁ ପ୍ରତିନିଧିତ୍ବ କରିବେ....
ସେପ୍ଟେମ୍ବର ୨୩ ରୁ ୨୯ ପର୍ଯ୍ୟନ୍ତ UNGAର ସାଧାରଣ ବିତର୍କ ଚାଲିବ। ଏଥିରେ ପ୍ରଥମେ ବ୍ରାଜିଲ ଭାଷଣ ଦେବେ ଏବଂ ତା’ପରେ ଆମେରିକା ତାର ଅଭିଭାଷଣ ରଖିବ।
ସେପ୍ଟେମ୍ବର ୨୩ ରୁ ୨୯ ପର୍ଯ୍ୟନ୍ତ UNGAର ସାଧାରଣ ବିତର୍କ ଚାଲିବ। ଏଥିରେ ପ୍ରଥମେ ବ୍ରାଜିଲ ଭାଷଣ ଦେବେ ଏବଂ ତା’ପରେ ଆମେରିକା ତାର ଅଭିଭାଷଣ ରଖିବ।
ଆମେରିକାର ନ୍ୟୁୟର୍କରେ ଅନୁଷ୍ଠିତ ହେବାକୁ ଯାଉଛି ଜାତିସଂଘ ସାଧାରଣ ପରିଷଦ (UNGA) ର ଉଚ୍ଚସ୍ତରୀୟ ୮୦ତମ ଅଧିବେଶନ। ଚଳିତ ମାସ ଶେଷରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଉଚ୍ଚସ୍ତରୀୟ ୮୦ତମ ଅଧିବେଶନରେ ସାଧାରଣ ବିତର୍କକୁ ସମ୍ବୋଧିତ କରିବେ ନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସଦ୍ୟତମ ଜାରି ହୋଇଥିବା ସଂଶୋଧିତ ବକ୍ତାଙ୍କ ତାଲିକା ଅନୁଯାୟୀ, ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ସେପ୍ଟେମ୍ବର ୨୭ରେ ବିଶ୍ୱ ନେତାମାନଙ୍କୁ ସମ୍ବୋଧିତ କରିବେ।
ଜୁଲାଇରେ ପ୍ରକାଶିତ ଏକ ପୂର୍ବ ତାଲିକାରେ ପ୍ରଧାନମନ୍ତ୍ରୀ ମୋଦି ସେପ୍ଟେମ୍ବର ୨୬ରେ ଭାଷଣ ଦେବେ ବୋଲି ସ୍ଥିର କରାଯାଇଥିଲା। କିନ୍ତୁ ତାହା ପରିବର୍ତ୍ତନ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦି ଚଳିତ ବର୍ଷ ଅନ୍ତର୍ଜାତୀୟ ମଞ୍ଚରେ ନେତାମାନଙ୍କ ସହିତ UNGAରେ ଭାଷଣ ଦେବେ ନାହିଁ। ଆମେରିକାର ଶୁଳ୍କ ବୃଦ୍ଧିକୁ ନେଇ ଉଭୟ ଦେଶ ମଧ୍ୟରେ ତିକ୍ତତା ବଢୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଏହି ବୈଠକରେ ଯୋଗ ଦେବ ନାହିଁ।
ସାଧାରଣ ବିତର୍କ ସେପ୍ଟେମ୍ବର ୨୩ ରୁ ୨୯ ପର୍ଯ୍ୟନ୍ତ ଚାଲିବ। ଯେଉଁଥିରେ ପ୍ରଥମେ ବ୍ରାଜିଲ ଭାଷଣ ଦେବେ ଏବଂ ତା’ପରେ ଆମେରିକା କହିବ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେପ୍ଟେମ୍ବର ୨୩ ରେ ବିଶ୍ୱ ନେତାମାନଙ୍କୁ ସମ୍ବୋଧିତ କରିବେ। ଏହା ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳରେ UNGAରେ ତାଙ୍କର ପ୍ରଥମ ଅଭିଭାଷଣ ହେବ। ଇସ୍ରାଏଲ, ଚୀନ୍, ପାକିସ୍ତାନ ଏବଂ ବାଂଲାଦେଶର ରାଷ୍ଟ୍ରମୁଖ୍ୟମାନେ ମଧ୍ୟ ସାଧାରଣ ସଭାକୁ ସମ୍ବୋଧିତ କରିବେ।
ୟୁକ୍ରେନ ଯୁଦ୍ଧ ମଧ୍ୟରେ ରୁଷରୁ ଭାରତର ତୈଳ ଆମଦାନୀକୁ ସାର୍ବଜନୀନ ଭାବରେ ସମାଲୋଚନା କରିବା ପରେ ଆଗାମୀ ଦିନମାନଙ୍କରେ ଟ୍ରମ୍ପଙ୍କ ଭାଷଣ ଉପରେ ନଜର ରହିବ। ଏହି ସପ୍ତାହର ଆରମ୍ଭରେ, ଆମେରିକା ରାଷ୍ଟ୍ରପତି କହିଥିଲେ ଯେ ୱାଶିଂଟନ "ଭାରତ ଏବଂ ରୁଷକୁ ଚୀନ୍ ପାଖରେ ହରାଇଛି" କିନ୍ତୁ ପରେ ସ୍ପଷ୍ଟ କରିଥିଲେ ଯେ ଭାରତର ରୁଷ ତୈଳ କ୍ରୟ ଜାରି ରଖିବାରେ ସେ ଅତ୍ୟନ୍ତ ନିରାଶ। ସେ କହିଛନ୍ତି ଯେ ତାଙ୍କ ପ୍ରଶାସନ ଏହାର ଫଳସ୍ୱରୂପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛି।
ସମାଲୋଚନା ସତ୍ତ୍ୱେ, ଟ୍ରମ୍ପ ମୋଦିଙ୍କୁ "ମହାନ ପ୍ରଧାନମନ୍ତ୍ରୀ" ବୋଲି ଅଭିହିତ କରିଥିଲେ ଏବଂ ଦୁଇ ନେତା "ସର୍ବଦା ବନ୍ଧୁ ରହିବେ" ବୋଲି ଉଲ୍ଲେଖ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ, "ଭାରତ ଏବଂ ଆମେରିକା ମଧ୍ୟରେ ଏକ ବିଶେଷ ସମ୍ପର୍କ ରହିଛି। ଚିନ୍ତା କରିବାର କିଛି ନାହିଁ।"
ଟ୍ରମ୍ପ ତିଆନଜିନରେ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ମୋଦିଙ୍କ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିବା ପରେ ସମ୍ପର୍କ ଆହୁରି ତିକ୍ତ ହୋଇ ଯାଇଥିଲା। ଯାହା ସୂଚାଇ ଦେଉଥିଲା ଯେ ନୂଆଦିଲ୍ଲୀ ମସ୍କୋ ଏବଂ ବେଜିଂର ନିକଟତର ହେଉଛି। ଯଦିଓ ଭାରତ ଏପର୍ଯ୍ୟନ୍ତ ଟ୍ରମ୍ପଙ୍କ ମନ୍ତବ୍ୟର ସିଧାସଳଖ ପ୍ରତିକ୍ରିୟା ଦେଇନାହିଁ।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
