UDAN Scheme: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଞ୍ଚ କରିବେ ପରିବର୍ତ୍ତିତ ଉଡାନ ସ୍କିମ୍, ୧୨ ହଜାର କୋଟି ଟଙ୍କା ବିନିଯୋଗ ହେବ

Jul 04, 2026 - 08:37
UDAN Scheme: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଞ୍ଚ କରିବେ ପରିବର୍ତ୍ତିତ ଉଡାନ ସ୍କିମ୍, ୧୨ ହଜାର କୋଟି ଟଙ୍କା ବିନିଯୋଗ ହେବ
ନୂଆଦିଲ୍ଲୀ,୦୪/୦୭: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିବର୍ତ୍ତିତ ଉଡେ ଦେଶ କି ଆମ୍ ନାଗରିକ (ଉଡାନ) ସ୍କିମ ଲଞ୍ଚ୍ କରିବେ । ୯ ବର୍ଷ ପୂର୍ବେ ଏହି ଯୋଜନା ଶୁଭାରମ୍ଭ ହୋଇଥିଲା । ଗତ ଗୋଟିଏ ଦଶନ୍ଧି ହେବ ଏହି ଯୋଜନା ଲାଗି ୨୮,୮୪୦ କୋଟି ଟଙ୍କାର ପାଣ୍ଠି ପ୍ରଦାନ କରାଯାଇଛି । ପରିବତ୍ତିର୍ତ ଯୋଜନାରେ ସାରା ଦେଶରେ ଥିବା ୧୦୦ ଏୟାରଷ୍ଟ୍ରିପ୍‌କୁ ଉଡାନ ଏୟାରପୋର୍ଟ ଭାବେ ବିକଶିତ କରାଯିବ । ଏଥିରେ ୧୨ ହଜାର କୋଟି ଟଙ୍କା ନିବେଶ ହେବ । ସେହିଭଳି ଅପରେସନ ଆଣ୍ଡ୍ ମେଣ୍ଟେନାନ୍ସ (ଓଆଣ୍ଡ୍ଏମ୍) ଲାଗି ଅତିରିକ୍ତ ୨୫୦୦ କୋଟି ଟଙ୍କା ବିନିଯୋଗ ହେବ । ଆଗାମୀ କିଛି ବର୍ଷ ଧରି ଏସବୁ ସ୍ଥାନଗୁଡିକରେ ବିମାନ ଚଳାଚଳକୁ ଏହାଦ୍ୱାରା ସହାୟତା ମିଳିପାରିବ । ଅଧିକ ପଢ଼ନ୍ତୁ :-  Ayatolla Khamenei Farewell: ଆୟାତୋଲ୍ଲା ଖାମେନେଇଙ୍କୁ ବିଦାୟ, ଅନ୍ତିମ ସଂସ୍କାରରେ ଭୋ-ଭୋ କାନ୍ଦିଲେ ଘାଲିବାଫ-ଆରାଘଚି​​​​​​​ ସେହିଭଳି ଉପାନ୍ତ ଏବଂ ପାହାଡିଆ ଅଞ୍ଚଳଗୁଡିକରେ ଆକାଶମାର୍ଗରେ ଯାତ୍ରା ଲାଗି ୨୦୦ ଅତ୍ୟାଧୁନିକ ହେଲିପ୍ୟାଡ୍ ସ୍ଥାପନ ହେବ । ପରିବତ୍ତି ର୍ତ ଉଡାନ ଯୋଜନା ଲାଗି ୧୦ ହଜାର କୋଟିର ଭାୟାବିଲିଟି ଗ୍ୟାପ୍ ପାଣ୍ଠି ବ୍ୟବସ୍ଥା ହେବ । ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଯୋଧପୁରର ନୂଆ ଟମି ର୍ନାଲ ବିଲ୍ଡିଂ ଶୁଭାରମ୍ଭ କରିବେ । ୪୮୦ କୋଟି ଟଙ୍କା ବିନିଯୋଗରେ ଏହା ସ୍ଥାପନ କରାଯାଇଛି । ୨୩ ହଜାର ବର୍ଗମିଟର ପରିମିତ ଏରିଆରେ ଏହା ବାର୍ଷିକ ୨୦ ଲକ୍ଷ ଯାଏ ଯାତ୍ରୀଙ୍କୁ ସେବା ପ୍ରଦାନ କରିବ ।