UDAN Scheme: ଯୋଧପୁର ବିମାନବନ୍ଦରର ନୂଆ ଟର୍ମିନାଲ ବିଲ୍ଡିଂ ଉଦ୍ଘାଟିତ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୪୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ରାଜସ୍ଥାନ ଯୋଧପୁର ବିମାନବନ୍ଦରର ନୂଆ ଟର୍ମିନାଲ ବିଲ୍ଡିଂ ସହିତ ଦେଶ ପାଇଁ ନୂଆ ଉଡାନ୍ (ଉଡେ ଦେଶ୍ କା ଆମ୍ ନାଗରିକ୍) ସ୍କିମ୍ର ଶୁଭାରମ୍ଭ କରିଛନ୍ତି। ବିକଶିତ ଭାରତ ଗଠନ ଲକ୍ଷ୍ୟରେ ଦେଶର ଛୋଟ ଛୋଟ ସହରକୁ ବିମାନ ଯୋଗାଯୋଗରେ ଉନ୍ନତି ଆଣିବା ପାଇଁ ଏହି ନୂଆ ଯୋଜନା ଆରମ୍ଭ ହୋଇଛି।
ଆସନ୍ତା ୧୦ ବର୍ଷ ମଧ୍ୟରେ ଏହି ଯୋଜନାରେ ୨୮୮୪୦ କୋଟି ଟଙ୍କାରୁ ଅଧିକ ରାଶି ବ୍ୟୟ ହେବ। ବର୍ତ୍ତମାନ ସେବାରେ ନଥିବା ଦେଶର ୧୦୦ ଏୟାରଷ୍ଟ୍ରିପ୍କୁ ଏରୋଡ୍ରମ ଭାବେ ବିକଶିତ କରାଯିବ। ଏଥିପାଇଁ ୧୨ ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଛି। ପରିଚାଳନା ଓ ରକ୍ଷଣାବେକ୍ଷଣ ବାବଦରେ ୨୫୦୦ କୋଟି ଟଙ୍କା ରଖାଯାଇଥିବାବେଳେ ଭାୟାବିଲିଟି ଗ୍ୟାପ୍ ଫଣ୍ଡିଂ ସହାୟତା ବାବଦରେ ୧୦ ହଜାର କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ଅପହଞ୍ଚ ଓ ଦୁର୍ଗମ ଅଞ୍ଚଳରେ ୨୦୦ ଆଧୁନିକ ହେଲିପ୍ୟାଡ୍ର ବିକାଶ କରାଯିବା ନେଇ ଯୋଜନା ରହିଛି।
Prime Minister Narendra Modi: ୨୦ରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଚଳିତବର୍ଷ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଉଡାନ୍ ଯୋଜନାକୁ ମଞ୍ଜୁରି ଦିଆଯାଇଥିଲା। ଉଲ୍ଲେଖଯୋଗ୍ୟ, ପ୍ରଥମେ ୨୦୧୬ ମସିହା ଅକ୍ଟୋବରରେ ଉଡାନ୍ ସ୍କିମ ଆରମ୍ଭ ହୋଇଥିଲା।