Two Flights Face Each Other: ରନୱେରେ ମୁହାଁମୁହିଁ ୨ ବିମାନ, ଟଳିଲା ବଡ଼ ଅଘଟଣ
ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ବିମାନ। ବୁଧବାର ସନ୍ଧ୍ୟାରେ ଅହମ୍ମଦାବାଦରେ ଥିବା ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଆନ୍ତର୍ଜାତୀୟ ବିମାନବନ୍ଦରରେ ରନ ୱେରେ ଏୟାର ଇଣ୍ଡିଆ ବିମାନ ଓ ଇଣ୍ଡିଗୋ ବିମାନ ମୁହାଁମୁହିଁ ହୋଇଥିଲେ। କିନ୍ତୁ ସୌଭାଗ୍ୟବଶତଃ ଏକ ବଡ଼ ଦୁର୍ଘଟଣାରୁ ବଞ୍ଚି ଯାଇଥିଲା ଦୁଇ ବିମାନ।
ଗତ କାଲି ସନ୍ଧ୍ୟା ପ୍ରାୟ ୬ଟା ୩୦ରେ ମୁମ୍ବାଇରୁ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ ପାର୍କିଂ ବେ ଆଡକୁ ଟ୍ୟାକ୍ସି କରୁଥିବା ସମୟରେ ଭୁଲ ମୋଡ଼ ନେଇ ଅନ୍ୟ ଏକ ଟ୍ୟାକ୍ସିୱେରେ ପ୍ରବେଶ କରିଥିଲା। ସେହି ସମୟରେ ମୁମ୍ବାଇ ଅଭିମୁଖେ ଯାଉଥିବା ଏକ ଇଣ୍ଡିଗୋ ବିମାନ ଉଡାଣ ପାଇଁ ସେହି ଟ୍ରାକ୍ସି ବେରେ ଗତି କରୁଥିଲା।
ବିମାନ ଟ୍ରାଫିକ୍ ନିୟନ୍ତ୍ରଣ ହସ୍ତକ୍ଷେପ କରି ଉଭୟ ପାଇଲଟଙ୍କୁ ତୁରନ୍ତ ନିର୍ଦ୍ଦେଶ ଦେବା ପରେ ଦୁଇଟି ବିମାନ ମଧ୍ୟରେ ପ୍ରାୟ ୨୦୦ ମିଟର ଦୂରତା ଥିବା ବେଳେ ସେମାନଙ୍କୁ ଅଟକାଇ ଦିଆଯାଇଥିଲା। ଏଟିସିର ତୁରନ୍ତ ପ୍ରତିକ୍ରିୟା ଯୋଗୁଁ ଏକ ବଡ଼ ଅଘଟଣ ଟଳିଗଲା।