Twenty-Five Baby Cobras Found at Mushroom Farm: ଛତୁ ଫାର୍ମରୁ ୨୫ ନାଗସାପ ଛୁଆ ଉଦ୍ଧାର, ଛଡାଗଲା ଜଙ୍ଗଲରେ
ଗଞ୍ଜାମ ଜିଲ୍ଲା ଚିକିଟି ଅଂଚଳରେ ଜଣେ ବ୍ୟକ୍ତିଙ୍କ ଘରୁ ୨୫ଟି ନାଗ ସାପ ଛୁଆ ଉଦ୍ଧାର କରାଯାଇଛି। ସ୍ନେକ ହେଲ୍ପ ଲାଇନ ସଦସ୍ୟ ରାମଚନ୍ଦ୍ର ସାହୁ ଏବଂ ବନ ବିଭାଗର ମିଳିତ ସହଯୋଗରେ ସାପ ଛୁଆଗୁଡ଼ିକୁ ଉଦ୍ଧାର କରାଯାଇଛି । ସାପ ଗୁଡିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ଜଙ୍ଗଲରେ ଛାଡି ଦିଆଯାଇଛି।
ଚିକିଟି ଏନଏସି ପଣ୍ଡିତ ରାୟ ସାହି ନିକଟରେ ଥିବା ଏକ ଛତୁ ଫାର୍ମରେ ଏକାସାଙ୍ଗରେ ଦେଖିବାକୁ ମିଳିଥିଲା ପ୍ରାୟ ୨୫ଟି ନାଗ ସାପ ଛୁଆ।
ଫାର୍ମ ମାଲିକ କାମ କରୁଥିବା ବେଳେ ସାପ ଛୁଆଗୁଡ଼ିକୁ ଦେଖି ଭୟଭୀତ ହୋଇଥିଲେ। ପରେ ସେ ତୁରନ୍ତ ବନ ବିଭାଗ ଓ ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କୁ ଖବର ଦେଇଥିଲେ। ଖବର ପାଇ ସ୍ନେକ୍ ହେଲ୍ପଲାଇନ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ସାବଧାନତାର ସହ ନାଗ ସାପ ଛୁଆଗୁଡ଼ିକୁ ଉଦ୍ଧାର କରିଥିଲେ। ପରେ ବନ ବିଭାଗର ସହଯୋଗରେ ସମସ୍ତ ସାପ ଛୁଆଙ୍କୁ ନିକଟସ୍ଥ ଋଷିଦଲ୍ଲୀ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡି ଦିଆଯଇଛି।...