Tuesday Horoscope: ମଙ୍ଗଳବାର ରାଶିଫଳ (୦୪-୦୮-୨୦୨୬)
ମେଷ: ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ଭାଳିପାରନ୍ତି। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଭଲ। ଆର୍ଥିକ ସମସ୍ୟା ଦେଖାଦେଇ ପାରେ। ବୈବାହିକ ଜୀବନ ସୁଖମୟ ହେବ।
ବୃଷ: କୌଣସି ବି ପରିସ୍ଥିତିରେ ହାର୍ ମାନନ୍ତୁନି। କଠିନ ପରିଶ୍ରମ କରି ସଫଳ ହୋଇପାରନ୍ତି। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ। ବିଦ୍ୟାର୍ଥୀମାନେ ଖେଳକୁଦରେ ଅଧିକ ସମୟ ବିତାଇବେ।
ମିଥୁନ: ଦୂରଯାତ୍ରାରୁ ଥକ୍କାପଣ ଅନୁଭବ କରିପାରନ୍ତି। ଦୀର୍ଘ ଦିନର ଆଶା ପୂରଣ ହେବ। ପାରିବାରିକ ସୁଖ ଶାନ୍ତି ମିଳିପାରେ। ଯାନବାହନ କ୍ରୟ କରିପାରନ୍ତି। ଚକ୍ଷୁ ସମସ୍ୟା ହୋଇପାରେ।
କର୍କଟ: ଆଇଟି ଚାକିରିଆଙ୍କ ପାଇଁ ଦିନଟି ଭଲ। ଦିନଟି ମଜାମସ୍ତିରେ ଅତିବାହିତ ହେବ। ଗୁରୁଜନଙ୍କ ଆଶୀର୍ବାଦ ନେଇ ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ।
ସିଂହ: ଦିନଟି ଶୁଭଫଳ ପ୍ରଦାନ କରିବ। ଅଚାନକ ଧନପ୍ରାପ୍ତି ଯୋଗ ରହିଛି। ମହିଳାମାନେ ସନ୍ତାନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିପାରନ୍ତି। ମାନ ସମ୍ମାନ ବୃଦ୍ଧି ପାଇବ।
କନ୍ୟା: ଦିନଟି ବ୍ୟସ୍ତରେ ବିତିବ। ଜମି କିଣାବିକା ପାଇଁ ଭଲ ସମୟ। ଆୟ ଅନୁସାରେ ବ୍ୟୟ କମ୍ ହେବ। ପ୍ରିୟଜନଙ୍କ ସହ ଦୂରଯାତ୍ରା କରିପାରନ୍ତି। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ।
ତୁଳା: ଯୋଜନା ଅନୁଯାୟୀ କାମ କରିବେ। ଅକସ୍ମାତ ଖୁସି ଖବର ମିଳିପାରେ। ଜୀବନସାଥିଙ୍କ ସହ ଖୁସିର ମୁହୂର୍ତ୍ତ ବିତାଇବେ। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ। ଧାର୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ।
ବିଛା: ପାରିବାରିକ ସମସ୍ୟା ଲାଗି ରହିବ। କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ସାମାଜିକ ଏବଂ ଧାର୍ମିକ ସମାରୋହ ପାଇଁ ଦିନଟି ଭଲ। ଜୀବନସାଥିଙ୍କ ସହ ଭ୍ରମଣ ଯୋଗ ରହିଛି।
ଧନୁ: ଆଣ୍ଠୁଗଣ୍ଠି ସମସ୍ୟା ଭୋଗିପାରନ୍ତି। ନୂତନ ବ୍ୟବସାୟ ଆରମ୍ଭ କରିବେ। ପତି-ପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ପିଲାମାନେ ଖେଳକୁଦରେ ସମୟ ଅତିବାହିତ କରିବେ।
ମକର: ଆଜି ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ଉଧାର ଦେଇଥିବା ଟଙ୍କା ଫେରି ପାଇବେ। କର୍ମକ୍ଷେତ୍ରରେ ପଦୋନ୍ନତି ଯୋଗ ରହିଛି। ମହିଳାମାନେ ଅଳଙ୍କାର କିଣାକିଣିରେ ସମୟ ଦେବେ।
କୁମ୍ଭ: ତରବରିଆ ଭାବେ ନିଷ୍ପତ୍ତି ନିଅନ୍ତୁନି। ପିତାଙ୍କ ସ୍ବାସ୍ଥ୍ୟସମସ୍ୟା ଚିନ୍ତିତ କରିପାରେ। ଆଶା କରିଥିବା ଦିଗରୁ ନିରାଶ ହୋଇପାରନ୍ତି। ଧୈର୍ଯ୍ୟ ରଖି ଚାଲନ୍ତୁ। ଧାର୍ମିକ କାର୍ଯ୍ୟରେ ସାମିଲ ରହିବେ।
ମୀନ: ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ବୈବାହିକ ଜୀବନ ସୁଖମୟ ହେବ। ମହିଳାଙ୍କ ଦାୟିତ୍ବ ବଢ଼ିପାରେ। କୌଣସି କଥାକୁ ନେଇ ଚିନ୍ତା ବଢ଼ିପାରେ। ଧୈର୍ଯ୍ୟ ରଖି ଚାଲିବେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAKALA - ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।