22 JULY 2026

Welcome!

Unlock your personalized experience.
Sign Up

Trump Tariff: ଜେନେରିକ୍ ଔଷଧ ଉପରେ ଟ୍ରମ୍ପଙ୍କ ୨୦୦% ଶୁଳ୍କ ! ଭାରତୀୟ ଫାର୍ମା କମ୍ପାନୀଙ୍କ ବଢ଼ିଲା ଚିନ୍ତା

Jul 22, 2026 - 11:26
Trump Tariff: ଜେନେରିକ୍ ଔଷଧ ଉପରେ ଟ୍ରମ୍ପଙ୍କ ୨୦୦% ଶୁଳ୍କ ! ଭାରତୀୟ ଫାର୍ମା କମ୍ପାନୀଙ୍କ ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ, ୨୨।୭: ଫାର୍ମା ସେକ୍ଟରକୁ ବଡ଼ ଝଟ୍‌କା ! ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାହାର ଦେଶରୁ ଆମଦାନୀ ହେଉଥିବା ଜେନେରିକ୍ ଔଷଧ ଉପରେ ପର୍ଯ୍ୟାୟକ୍ରମେ ଭାରୀ ଶୁଳ୍କ ଲଗାଇବାକୁ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି । ଏହି ନୂଆ ନୀତି ଅନୁଯାୟୀ, ଆମେରିକା ବାହାରେ ଔଷଧ ପ୍ରସ୍ତୁତ କରୁଥିବା କମ୍ପାନୀଗୁଡ଼ିକୁ ୨ ବର୍ଷର ମୋହଲତ ଦିଆଯାଇଛି । ତା’ ପରେ ସେମାନଙ୍କ ଉପରେ କଡ଼ା ଶୁଳ୍କ ଲାଗୁ କରାଯିବ । ଆସନ୍ତା ଅଗଷ୍ଟ ୧ ରୁ ୨ ବର୍ଷ ପର୍ଯ୍ୟନ୍ତ ଆମେରିକାକୁ ଆସୁଥିବା ଜେନେରିକ୍ ଔଷଧ ଉପରେ କୌଣସି ଟାରିଫ୍ ଲାଗିବ ନାହିଁ । ୨ ବର୍ଷ ପରେ ପ୍ରଥମ ବର୍ଷ ଆମଦାନୀ ଉପରେ ୧୦୦% ଟାରିଫ୍ ଲାଗୁ ହେବ ଏବଂ ତୃତୀୟ ବର୍ଷରୁ ଏହି ଶୁଳ୍କ ବୃଦ୍ଧି ପାଇ ୨୦୦% ହୋଇଯିବ । ଔଷଧ କମ୍ପାନୀଗୁଡ଼ିକୁ ବିଦେଶୀ ଉତ୍ପାଦନ ଉପରେ ନିର୍ଭର ନକରି ଆମେରିକା ଭିତରେ ହିଁ ନିଜର ମ୍ୟାନୁଫ୍ୟାକ୍ଚରିଂ ୟୁନିଟ୍ ସ୍ଥାପନ କରିବାକୁ ବାଧ୍ୟ କରିବ । ଯଦି କମ୍ପାନୀଗୁଡ଼ିକ ଆମେରିକାରେ ଔଷଧ ତିଆରି କରନ୍ତି, ତେବେ ସେମାନେ ଏହି ଜରିମାନା ସଦୃଶ ଟାରିଫରୁ ବର୍ତ୍ତିପାରିବେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।