Trump-Modi: ଭାରତ ଆଗରେ ନଇଁଲେ ଟ୍ରମ୍ପ, ପ୍ରତିକ୍ରିୟା ରଖିଲେ ମୋଦି

ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସହିତ ଟାରିଫକୁ ନେଇ ଆଲୋଚନା କରାଯିବ ବୋଲି କହିଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖି ଆଲୋଚନା ପାଇଁ ଉତ୍ସୁକ ବୋଲି କହିଛନ୍ତି।

10 September 2025 10:55 AM IST
Trump-Modi: ଭାରତ ଆଗରେ ନଇଁଲେ ଟ୍ରମ୍ପ, ପ୍ରତିକ୍ରିୟା ରଖିଲେ ମୋଦି

ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସହିତ ଟାରିଫକୁ ନେଇ ଆଲୋଚନା କରାଯିବ ବୋଲି କହିଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖି ଆଲୋଚନା ପାଇଁ ଉତ୍ସୁକ ବୋଲି କହିଛନ୍ତି।

ଭାରତ ପ୍ରତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବର କ୍ରମଶଃ ନରମ ହେଉଛି। ଭାରତକୁ ଲଗାତାର ନିଶାନା କରିବା ପରେ ନିକଟରେ ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜଣେ ମହାନ ପ୍ରଧାନମନ୍ତ୍ରୀ ଏବଂ ନିଜର ବନ୍ଧୁ ବୋଲି ବର୍ଣ୍ଣନା କରିଥିଲେ। ଟ୍ରମ୍ପ କହିଥିଲେ ଯେ ଭାରତ-ଆମେରିକା ସମ୍ପର୍କ ବିଶେଷ ହୋଇ ରହିଛି। ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଟ୍ରମ୍ପଙ୍କ ବୟାନକୁ ହୃଦୟରୁ ପ୍ରଶଂସା କରିଥିଲେ। ଏବେ ବୁଧବାର ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଉ ଏକ ବଡ଼ ପୋଷ୍ଟ କରିଛନ୍ତି ଏବଂ ସୂଚନା ଦେଇଛନ୍ତି ଯେ ଆମେରିକା ଏବଂ ଭାରତ ମଧ୍ୟରେ ବାଣିଜ୍ୟ ସମ୍ବନ୍ଧୀୟ ଆଲୋଚନା ପୁନର୍ବାର ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଟ୍ରମ୍ପଙ୍କ ଏହି ପୋଷ୍ଟର ଉତ୍ତର ଦେଇଛନ୍ତି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ସୂଚନା ଦେଇଛନ୍ତି ଯେ ଆମେରିକା ଏବଂ ଭାରତ ମଧ୍ୟରେ ବାଣିଜ୍ୟ ସମ୍ବନ୍ଧୀୟ ବାଧାବିଘ୍ନ ଦୂର କରିବା ପାଇଁ ଆଲୋଚନା ପୁନର୍ବାର ଆରମ୍ଭ ହେବ। ଟ୍ରମ୍ପ ଲେଖିଛନ୍ତି, “ମୁଁ ଏହା ଘୋଷଣା କରି ଖୁସି ଅନୁଭବ କରୁଛି ଯେ ଭାରତ ଏବଂ ଆମେରିକା ମଧ୍ୟରେ ବ୍ୟବସାୟିକ କ୍ଷେତ୍ର ଉପରେ ଆଲୋଚନା ଜାରି ରହିଛି। ମୁଁ ମୋର ଅତି ନିକଟ ବନ୍ଧୁ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଗାମୀ ସପ୍ତାହମାନଙ୍କରେ ଆଲୋଚନା କରିବାକୁ ଉତ୍ସୁକ ଅଛି। ମୋର ପୂର୍ଣ୍ଣ ବିଶ୍ବାସ ଅଛି ଯେ ଏହି ଆଲୋଚନା ଆମର ଉଭୟ ଦେଶ ପାଇଁ ସଫଳ ହେବ ସଫଳ ବାଣିଜ୍ୟିକ ବୁଝାମଣା ପାଇଁ କୌଣସି ସମସ୍ୟା ରହିବ ନାହିଁ।”

ଟ୍ରମ୍ପଙ୍କ ପୋଷ୍ଟର ଉତ୍ତରରେ ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, “ଭାରତ ଓ ଆମେରିକା ଘନିଷ୍ଠ ବନ୍ଧୁ। ମୁଁ ମଧ୍ୟ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଆଲୋଚନା ପାଇଁ ଉତ୍ସୁକ ଅଛି। ମୁଁ ବିଶ୍ବାସ କରୁଛି ଯେ ଆମର ବାଣିଜ୍ୟ ଆଲୋଚନା ସଫଳ ହେବ। ଭାରତ ଓ ଆମେରିକା ମଧ୍ୟରେ ସ୍ବାଭାବିକ ସହଭାଗିତା ରହିଛି। ବାଣିଜ୍ୟିକ କ୍ଷେତ୍ରରେ ଆଲୋଚନା ଜାରି ରହିଛି। ଖୁବଶୀଘ୍ର ସମସ୍ୟାର ସମାଧାନ ହେବ। ଆମେ ଉଭୟ ଦେଶର ଲୋକଙ୍କ ପାଇଁ ଏକ ଉଜ୍ଜ୍ୱଳ ଓ ସମୃଦ୍ଧ ଭବିଷ୍ୟତ ନିଶ୍ଚିତ କରିବା ପାଇଁ ଏକତ୍ର କାମ କରିବୁ।”

Disclaimer: This content has been automatically aggregated from television for informational purposes. To read the original article, please visit television.