Trump May Meet Jinping: ଜିନପିଙ୍ଗଙ୍କ ଶରଣରେ ଟ୍ରମ୍ପ! ଗ୍ୟୋଙ୍ଗଜୁରେ ମହାବୈଠକ
ଏସିଆ-ପ୍ରଶାନ୍ତ ଆର୍ଥିକ ସହଯୋଗ (APEC) ଶିଖର ସମ୍ମିଳନୀରେ ଯୋଗ ଦେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି ସମ୍ମିଳନୀରେ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିବାର ସମ୍ଭାବନା ରହିଛି।
ଏସିଆ-ପ୍ରଶାନ୍ତ ଆର୍ଥିକ ସହଯୋଗ (APEC) ଶିଖର ସମ୍ମିଳନୀରେ ଯୋଗ ଦେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି ସମ୍ମିଳନୀରେ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିବାର ସମ୍ଭାବନା ରହିଛି।
ଗତ ଅଗଷ୍ଟ ମାସରେ ରୁଷ-ୟୁକ୍ରେନ୍ ଯୁଦ୍ଧ ବନ୍ଦ କରିବା ପାଇଁ ଆଲାସ୍କାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। କିନ୍ତୁ ସେହି ବୈଠକ ବିଫଳ ହୋଇଥିଲା। ଏଥିରେ କୌଣସି ନିଷ୍କର୍ସ ବାହାରି ପାରିନଥିଲା। ଯାହାକୁ ନେଇ ଡୋନାଲ୍ଡ ଟ୍ରମ୍ପ ପୁଟିନଙ୍କୁ ତୀବ୍ର ସମାଲୋଚନା ମଧ୍ୟ କରିଥିଲେ। ଏହା ପରେ ଚୀନରେ ସାଂଘାଇ ସହଯୋଗ ସମ୍ମିଳନୀରେ ଭାରତ, ରୁଷ ଓ ଚୀନର ଶୀର୍ଷ ନେତାଙ୍କୁ ଏକାଠି ଦେଖିବା ପରେ ଟ୍ରମ୍ପ ପ୍ରଥମେ ରୁଷ ଓ ଭାରତକୁ ଟାର୍ଗେଟ କରିଥିଲେ। ଯଦିଓ ଏହା ପରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା ମଧ୍ୟ କରିଥିଲେ। ତେବେ ବର୍ତ୍ତମାନ ଟ୍ରମ୍ପଙ୍କୁ ନେଇ ଆଉ ଏକ ଖବର ସାମନାକୁ ଆସିଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିବାର ସମ୍ଭାବନା ରହିଛି। ଜିନପିଙ୍ଗଙ୍କ ସହ ବୈଠକ ପାଇଁ ସେ ଯୋଜନା କରୁଛନ୍ତି। ସେ ଅକ୍ଟୋବର ମାସରେ ଦକ୍ଷିଣ କୋରିଆ ଗସ୍ତ ପାଇଁ ପ୍ରସ୍ତୁତି କରୁଛନ୍ତି। ଗ୍ୟୋଙ୍ଗଜୁରେ ଅନୁଷ୍ଠିତ ହେବାକୁ ଥିବା ଏସିଆ-ପ୍ରଶାନ୍ତ ଆର୍ଥିକ ସହଯୋଗ (APEC) ଶିଖର ସମ୍ମିଳନୀରେ ଭାଗ ନେବା ସହ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ବୈଠକ ମଧ୍ୟ କରିବେ। ଏହି ବୈଠକ ଅକ୍ଟୋବର ମାସ ଶେଷରୁ ନଭେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସମ୍ମିଳନୀ ଅବସରରେ ଉଭୟ ନେତାଙ୍କ ବୈଠକ ନେଇ ଗମ୍ଭୀର ଆଲୋଚନା ଚାଲିଛି। ତେବେ ଏହା ଉପରେ ଚୂଡାନ୍ତ ନିଷ୍ପତ୍ତି ଏପର୍ଯ୍ୟନ୍ତ ହୋଇନାହିଁ।
ଗତ ମାସରେ ସି ଜିନପିଙ୍ଗ ଫୋନ ଯୋଗେ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ମେଲାନିଆଙ୍କୁ ଚୀନ ଆସିବାକୁ ନିମନ୍ତ୍ରଣ ଦେଇଥିଲେ, ଯାହାକୁ ଟ୍ରମ୍ପ ଗ୍ରହଣ ମଧ୍ୟ କରିଥିଲେ। କିନ୍ତୁ ତାରିଖ ନିର୍ଦ୍ଧାରଣ ହୋଇନଥିଲା। ବାଣିଜ୍ୟ, ପ୍ରତିରକ୍ଷା ଏବଂ ବେସାମରିକ ପରମାଣୁ ସହଯୋଗ ବିଷୟରେ ଆଲୋଚନା ହୋଇପାରେ। ଆମେରିକାରେ ନିବେଶ ବୃଦ୍ଧି ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରେ। ଟ୍ରମ୍ପ ଏହା ପୂର୍ବରୁ ସାଉଦି ଆରବ, କତାର ଏବଂ ସଂଯୁକ୍ତ ଆରବ ଏମିରେଟସର ଗସ୍ତରେ ମଧ୍ୟ ଆମେରିକୀୟ ନିବେଶ ବୃଦ୍ଧି ଉପରେ ଗୁରୁତ୍ୱ ଦେଇଥିଲେ।
ଏହି ଗସ୍ତରେ ଉତ୍ତର କୋରିଆର ନେତା କିମ ଜଙ୍ଗ ଉନଙ୍କ ସହ ବୈଠକ ନେଇ ସମ୍ଭାବନା ରହିଛି। ଦକ୍ଷିଣ କୋରିଆର ରାଷ୍ଟ୍ରପତି ଲି ଜେ ମ୍ୟାଙ୍ଗ ନିକଟରେ ଟ୍ରମ୍ପଙ୍କ ସହ ବୈଠକରେ ତାଙ୍କୁ APEC ରେ ଆସିବାକୁ ନିମନ୍ତ୍ରଣ ଦେଇଥିଲେ ଏବଂ କହିଥିଲେ ଯେ ଏହା କିମଙ୍କ ସହ ଆଲୋଚନାର ଏକ ସୁଯୋଗ ହୋଇପାରେ। ସ୍ୱୟଂ ଟ୍ରମ୍ପ ମଧ୍ୟ କହିଛନ୍ତି ଯେ ସେ କିମଙ୍କୁ ଭେଟିବାକୁ ପ୍ରସ୍ତୁତ ଅଛନ୍ତି ଏବଂ ଏହା ଦ୍ୱାରା ସମ୍ପର୍କ ଉନ୍ନତ ହୋଇପାରେ।
ଆମେରିକା ଓ ଚୀନ ମଧ୍ୟରେ ଚାଲିଥିବା ବାଣିଜ୍ୟିକ ଯୁଦ୍ଧ ମଧ୍ୟରେ ଟ୍ରମ୍ପ ଜିନପିଙ୍ଗଙ୍କୁ ଭେଟିବାକୁ ଯାଉଛନ୍ତି। ଟ୍ରମ୍ପ ପ୍ରଶାସନ ଏପ୍ରିଲରେ ଚୀନ ସାମଗ୍ରୀ ଉପରେ ୧୪୫% ଟ୍ୟାରିଫ ଲଗାଇଥିଲେ, ଯାହାର ଜବାବରେ ଚୀନ ଆମେରିକୀୟ ସାମଗ୍ରୀ ଉପରେ ୧୨୫% ଶୁଳ୍କ ଲଗାଇଥିଲା। ତେବେ ନିକଟରେ ଟ୍ରମ୍ପ ଏକ କାର୍ଯ୍ୟନିର୍ବାହୀ ଆଦେଶ ଜରିଆରେ ଟାରିଫ ବୃଦ୍ଧିକୁ ନଭେମ୍ବର ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ଯାହା ଦ୍ୱାରା ଆଲୋଚନା ଜାରି ରହିପାରିବ।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
