Trump controversy: ଟ୍ରମ୍ପଙ୍କ ମୃତ୍ୟୁ ହେଲେ ମିଳିବ ମାଗଣା ବିୟର: କମ୍ପାନିର ଲାଇସେନ୍ସ ବାତିଲ
"ୱାସିଂଟନ: ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧୀ ମନ୍ତବ୍ୟ ଏବଂ ବିବାଦୀୟ ସୋସିଆଲ ମିଡିଆ ପୋଷ୍ଟ ପାଇଁ ଖବରରେ ଥିବା ମିନୋକ୍ୱା ବ୍ରୁଇଂ କମ୍ପାନିକୁ ଏକ ବଡ଼ ଝଟକା ଲାଗିଛି।
ୱିସ୍କନସିନ୍ ରାଜ୍ୟ ପ୍ରଶାସନ କମ୍ପାନିର ଲାଇସେନ୍ସ ବାତିଲ କରିଛି।
ରାଜ୍ୟର ରାଜସ୍ୱ ବିଭାଗ ଏହି ନିର୍ଦ୍ଦେଶ ଜାରି କରିଛି।
ଏହା ଅଗଷ୍ଟ ୪ ତାରିଖରୁ କାର୍ଯ୍ୟକାରୀ ହେବ।
ତେବେ ମାଲିକ କିର୍କ ବାଙ୍ଗଷ୍ଟାଡ୍ ଏହି କାର୍ଯ୍ୟାନୁଷ୍ଠାନକୁ ଏକଛତ୍ରବାଦୀ ବୋଲି କହି ଆଇନଗତ ଲଢ଼େଇ ଲଢ଼ିବାକୁ ଚେତାବନୀ ଦେଇଛନ୍ତି।
ଏହି ଅନ୍ୟାୟ ଆଗରେ ନତମସ୍ତକ ହେବେ ନାହିଁ ବୋଲି ସେ କହିଛନ୍ତି।Advertisment Trump Administration: ବିଶ୍ୱଠାରୁ ସତ୍ୟ ଲୁଚାଇ ରଖିଥିଲେ ଟ୍ରମ୍ପ ପ୍ରଶାସନ: ସାଟେଲାଇଟ୍ ଚିତ୍ରରୁ ପର୍ଦ୍ଦାଫାସ୍ କମ୍ପାନି ବିରୋଧରେ "ଟ୍ରମ୍ପଙ୍କ ମୃତ୍ୟୁରେ ମାଗଣା ବିୟର" ଏବଂ ଜଣେ ବନ୍ଧୁକଧାରୀଙ୍କ ସମ୍ବଳିତ ବିବାଦୀୟ ପୋଷ୍ଟ କରାଯାଇଥିବା ଅଭିଯୋଗ ହୋଇଛି।
ଚଳିତ ବର୍ଷ ଜାନୁଆରିରେ, ବିୟର କମ୍ପାନି ସୋସିଆଲ ମିଡିଆରେ ଘୋଷଣା କରିଥିଲା ଯେ ଟ୍ରମ୍ପଙ୍କ ମୃତ୍ୟୁ ଦିବସରେ ଲୋକମାନଙ୍କୁ ସାରା ଦିନ ମାଗଣା ବିୟର ବଣ୍ଟନ କରାଯିବ।ଏପ୍ରିଲରେ ହ୍ୱାଇଟ୍ ହାଉସ୍ କରିସପୋଣ୍ଡେଣ୍ଟସ୍ଙ୍କ ରାତ୍ରୀଭୋଜନ ବାହାରେ ଗୁଳିକାଣ୍ଡ ପରେ, କମ୍ପାନିର ଅଫିସିଆଲ୍ ଫେସବୁକ୍ ପୃଷ୍ଠାରେ ମଧ୍ୟ ବିବାଦୀୟ ମନ୍ତବ୍ୟ ଲେଖାଯାଇଥିଲା।
ଏହି ପୋଷ୍ଟ ପରେ, ବାଙ୍ଗଷ୍ଟାଡଙ୍କୁ ଆମେରିକୀୟ ଗୁଇନ୍ଦା ସଂସ୍ଥା, ଏଫବିଆଇ ଦ୍ୱାରା ମଧ୍ୟ ବ୍ୟାପକ ପଚରାଉଚରା କରାଯାଇଥିଲା।
କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ "ମିଲୱାକି ଜର୍ଣ୍ଣାଲ ସେଣ୍ଟିନେଲ"ର ରିପୋର୍ଟ ଅନୁଯାୟୀ,ରାଜ୍ୟ ପ୍ରଶାସନ ପକ୍ଷରୁ ବେଆଇନ ବିୟର ଯୋଗାଣ ଏବଂ ଟିକସ ପୈଠ ନକରିବା କାରଣରୁ ଏହି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଜୁନ୍ ମାସରେ,କମ୍ପାନିରେ ଚଢଉ ସମୟରେ ଏକ ବଡ଼ ପରିମାଣର କ୍ୟାନଡ୍ ବିୟର ଜବତ କରାଯାଇଥିଲା।
ଅଭିଯୋଗ ହୋଇଛି ଯେ କମ୍ପାନି ମାଲିକ ୱିସ୍କନସିନ୍ରୁ ବିୟର ଆମଦାନି କରି ଆବଶ୍ୟକୀୟ ପରମିଟ୍ ଏବଂ ଟିକସ ବିନା ଏହାକୁ ବିକ୍ରି କରୁଥିଲେ।
ରାଜସ୍ୱ ବିଭାଗର ଜଣେ ମୁଖପାତ୍ର ନିଶ୍ଚିତ କରିଛନ୍ତି ଯେ କମ୍ପାନିର ଦୁଇଟି ଆଉଟଲେଟ୍ ପାଇଁ ବ୍ରୁୟର ପରମିଟ୍ ଏବଂ ଏହାର ଗୋଟିଏ ସ୍ଥାନ ପାଇଁ ମଦ୍ୟପାନ ଗୋଦାମ ପରମିଟ୍ ରଦ୍ଦ କରାଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।