Trump Claims Victory Over Iran: ରାତି ସାରା ବୋମା ବର୍ଷା, ସକାଳୁ ଆମେରିକା ରାଷ୍ଟ୍ରପତିଙ୍କ ବାହାସ୍ଫୋଟ

Jul 09, 2026 - 10:26
Trump Claims Victory Over Iran: ରାତି ସାରା ବୋମା ବର୍ଷା, ସକାଳୁ ଆମେରିକା ରାଷ୍ଟ୍ରପତିଙ୍କ ବାହାସ୍ଫୋଟ

ପୁଣି ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ବାହାସ୍ଫୋଟ। ଇରାନ ଯୁଦ୍ଧରେ ଜିତି ସାରିଛୁ କହିଲେ ଟ୍ରମ୍ପ। ଗତକାଲି ଯୁଦ୍ଧକୁ ଆରମ୍ଭ କରିଥିଲା ଆମେରିକା ରାତି ନପାହୁଣୁ ଜିତି ସାରିଥିବା କହିଛି। ଖାଲି ଏତିକି ନୁହେଁ ଏବେ ଇରାନ ଡିଲ୍ ପାଇଁ ବହୁତ ବ୍ୟାକୁଳ ହେଉଛି। ଆମେରିକାର କୌଣସି ଚୁକ୍ତି ମାନିବାକୁ ନାରାଜ କିନ୍ତୁ ନିୟନ୍ତ୍ରଣ ବାହାରେ ରହିଛି ଡିଲ୍। ଗତକାଲି ବି ଇରାନ ଚୁକ୍ତି ମାନିଲାନି ତେଣୁ ହମଲା ହୋଇଥିବା କଥା ଟ୍ରମ୍ପ କହିଛନ୍ତି।

ଇରାନ ଉପରେ ରାତିସାରା ମିସାଇଲ୍ ମାଡ଼ କରିଛି ଆମେରିକା। ଆବାସ ଏବଂ ସିରିକ୍ ଅଞ୍ଚଳରେ ବଡ଼ ବିସ୍ଫୋରଣ ଘଟିଛି। ବିଶେଷ ଭାବେ ଚାବାହାର, କୋନାରକ ସହରରେ ହାମଲା କରିଛି ଆମେରିକା ସେନା। ଯେଉଁଥିରେ ଏକାଧିକ ଇରାନୀ ନାଗରିକଙ୍କ ମୃତ୍ୟୁ ଘଟିଛି। ଆକ୍ରମଣ ନେଇ ପୂର୍ବରୁ ଚେତାବନୀ ଦେଇଥିଲେ ଟ୍ରମ୍ପ। ଏବେ ଦେଖିବାର କଥା ଇରାନ ଏହାର ଜବାବ କେମିତି ଦେଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।