Truecaller Faces Fresh Scrutiny: ବ୍ୟାଙ୍କିଙ୍ଗ୍ କଲ୍‌କୁ ସ୍ପାମ୍ ବୋଲି ଦର୍ଶାନ୍ତୁ ନାହିଁ, ଟ୍ରୁକଲର ସିଇଓଙ୍କ କଡ଼ା ବିରୋଧ

Jul 10, 2026 - 17:50
Truecaller Faces Fresh Scrutiny: ବ୍ୟାଙ୍କିଙ୍ଗ୍ କଲ୍‌କୁ ସ୍ପାମ୍ ବୋଲି ଦର୍ଶାନ୍ତୁ ନାହିଁ, ଟ୍ରୁକଲର ସିଇଓଙ୍କ କଡ଼ା ବିରୋଧ

ମୋବାଇଲ୍ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଖବର। ବ୍ୟାଙ୍କିଙ୍ଗ୍ କଲ୍‌କୁ ସ୍ପାମ୍ ଶ୍ରେଣୀଭୁକ୍ତ ନ କରିବାକୁ ଟ୍ରାଇ ନିର୍ଦ୍ଦେଶ ଦେଇଛି। ଏଥିସହ ଟ୍ରୁକଲର ଭଳି ଆପ୍‌ଗୁଡ଼ିକୁ ନିୟନ୍ତ୍ରଣ କରିବାକୁ କ୍ଷମତା ମାଗିଛି। ତେବେ ଏହି ନୂଆ ନିୟମକୁ ନେଇ ଏବେ ବିବାଦ ବଢ଼ିବାରେ ଲାଗିଛି।

ଭାରତର ଟେଲିକମ୍ ନିୟାମକ ସଂସ୍ଥା ଟ୍ରାଇ (TRAI) ଏକ ବଡ଼ ସ୍ପଷ୍ଟୀକରଣ ଦେଇଛି। ବିଶେଷ ଫୋନ୍ ନମ୍ବର ସିରିଜ୍‌କୁ ନେଇ ସୃଷ୍ଟି ହୋଇଥିବା ଭ୍ରମ ଦୂର କରିଛି। ସ୍ପାମ୍ ଓ ପ୍ରତାରଣା କଲ୍ ରୋକିବା ପାଇଁ ଟ୍ରାଇ ନୂଆ ପ୍ରସ୍ତାବ ଆଣିଛି। ଟ୍ରୁକଲର ଭଳି ଆପ୍‌କୁ ନିୟନ୍ତ୍ରଣ କରିବା ପାଇଁ ଆଇଟି ମନ୍ତ୍ରଣାଳୟକୁ କ୍ଷମତା ମାଗିଛି।

ଟ୍ରାଇ ଅନୁସାରେ ୧୬୦୦ ଏବଂ ୧୪୦ ନମ୍ବର ସିରିଜ୍ ପାଇଁ ସ୍ୱତନ୍ତ୍ର ନିୟମ ରହିଛି। ୧୬୦୦ ନମ୍ବର ସିରିଜ୍ କେବଳ ଗୁରୁତ୍ୱପୂର୍ଣ୍ଣ ସେବା ଏବଂ ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଉଦ୍ଦିଷ୍ଟ। ଆରବିଆଇ  ଓ ସେବି ଭଳି ନିୟନ୍ତ୍ରିତ ସଂସ୍ଥା ଏହାକୁ ବ୍ୟବହାର କରନ୍ତି। ଗ୍ରାହକଙ୍କ ସହ ଯୋଗାଯୋଗ ପାଇଁ ସରକାରୀ ବିଭାଗ ମଧ୍ୟ ଏହାକୁ ବ୍ୟବହାର କରିପାରିବେ। ଏହି କଲ୍‌ଗୁଡ଼ିକୁ ସ୍ପାମ୍ ଭାବେ ଚିହ୍ନିତ କିମ୍ବା ବ୍ଲକ୍ କରାଯାଇପାରିବ ନାହିଁ।

ଅନ୍ୟପଟେ ୧୪୦ ନମ୍ବର ସିରିଜ୍ କେବଳ ବ୍ୟବସାୟିକ ପ୍ରଚାର ପାଇଁ ଉଦ୍ଦିଷ୍ଟ। ଗ୍ରାହକମାନେ ଡିଏନ୍‌ଡି (DND) ସିଷ୍ଟମ୍ ମାଧ୍ୟମରେ ଏହାକୁ ବନ୍ଦ କରିପାରିବେ। କିନ୍ତୁ କୌଣସି ଆପ୍ ନିଜ ଆଡ଼ୁ ଏହାକୁ ବ୍ଲକ୍ କିମ୍ବା ଟ୍ୟାଗ୍ କରିବା ଉଚିତ୍ ନୁହେଁ। ଏହାଦ୍ୱାରା ଉପଭୋକ୍ତାମାନେ ଭ୍ରମିତ ହେବାର ସମ୍ଭାବନା ରହିଛି ବୋଲି ଟ୍ରାଇ କହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।