Travel Agencies:ପୁରୀରେ ଆଉ ଚଳିବନି ଟ୍ରାଭେଲ୍ ଏଜେନ୍ସିଙ୍କ ମନମାନି, ଅଙ୍କୁଶ ଲଗାଇବାକୁ ଆକ୍ସନ ମୋଡରେ ପୋଲିସ୍
ପୁରୀରେ ଆଉ ଚଳିବନି ଟ୍ରାଭେଲ୍ ଏଜେନ୍ସିଙ୍କ ମନମାନି। ସାଇଡ୍ ସ୍ପଟ୍ ବୁଲାଇନେବା ବାହାନାରେ ପର୍ଯ୍ୟଟକଙ୍କୁ ଶୋଷଣରେ ଲାଗିବ ବ୍ରେକ୍। ବିନା ପଞ୍ଜୀକରଣରେ ମନଇଛା ଖୋଲି ପାରିବେନି ଦୋକାନ
ପୁରୀରେ ଆଉ ଚଳିବନି ଟ୍ରାଭେଲ୍ ଏଜେନ୍ସିଙ୍କ ମନମାନି। ସାଇଡ୍ ସ୍ପଟ୍ ବୁଲାଇନେବା ବାହାନାରେ ପର୍ଯ୍ୟଟକଙ୍କୁ ଶୋଷଣରେ ଲାଗିବ ବ୍ରେକ୍। ବିନା ପଞ୍ଜୀକରଣରେ ମନଇଛା ଖୋଲି ପାରିବେନି ଦୋକାନ
ପୁରୀରେ ଆଉ ଚଳିବନି ଟ୍ରାଭେଲ୍ ଏଜେନ୍ସିଙ୍କ ମନମାନି । ସାଇଡ୍ ସ୍ପଟ୍ ବୁଲାଇନେବା ବାହାନାରେ ପର୍ଯ୍ୟଟକଙ୍କୁ ଶୋଷଣରେ ଲାଗିବ ବ୍ରେକ୍ ।ବିନା ପଞ୍ଜୀକରଣରେ ମନଇଛା ଖୋଲି ପାରିବେନି ଦୋକାନ । ଜଗନ୍ନାଥ ଧାମ ପୁରୀରେ ଛତୁ ଫୁଟିଲା ଭଳି ଗଢିଉଠିଛି ମାଳମାଳ ଟୁର୍ ଆଣ୍ଡ ଟ୍ରାଭେଲ୍ ଏଜେନ୍ସି। କେଉଁଠି ଅସାମାଜିକ ବ୍ୟକ୍ତି ମାଲିକ, ତ କେଉଁଠି ପର୍ଯ୍ୟଟନ ବିଭାଗ କି ପୌର ସଂସ୍ଥାର ନାହିଁ ଅନୁମତି। ବର୍ଷ ବର୍ଷ ଧରି ବେଆଇନ ଭାବେ ଚାଲୁଥିବା ଏସବୁ ଟ୍ରାଭେଲ୍ ଏଜେନ୍ସୀ ଯାତ୍ରୀଙ୍କୁ ଶୋଷଣ କରୁଥିବାର ମାଳ ମାଳ ଅଭିଯୋଗ ପରେ ଆକ୍ସନ ମୋଡକୁ ଆସିଛି ପୁରୀ ପୋଲିସ। ବିଭିନ୍ନ ସ୍ଥାନରେ କରୁଛି ଚଢାଉ, ବେଆଇନ୍ ଟ୍ରାଭେଲ୍ ଏଜେନସି ନାଁରେ ଖୋଲିଥିବା ଦୋକାନ ଭାଙ୍ଗିଛି, ମାଲିକଙ୍କୁ ଥାନାକୁ ଆଣିଛି।
ତେଣେ ପୁରୀ ଏସପି କହିଛନ୍ତି, ଅନେକ ଗୁଣ୍ଡାଶ୍ରେଣୀୟ ଲୋକ ଅନୁମତି ନନେଇ ଏଜେନସି ଖୋଲିଛନ୍ତି। ମନଇଚ୍ଛା ଯାତ୍ରୀଙ୍କୁ ଶୋଷଣ କରୁଛନ୍ତି, ପ୍ରତିବାଦ କଲେ ନାଲିଆଖି ଦେଖାଉଛନ୍ତି। ଅଦ୍ୟାବଧି ୬୩ଟି ଏଜେନ୍ସି ପଞ୍ଜିକୃତ ହୋଇନଥିବା ଜଣା ପଡ଼ିଲାଣି। ତେଣୁ ପୁରୀ ଆସୁଥିବା ପର୍ଯ୍ୟଟକଙ୍କ ସୁରକ୍ଷା ସାଙ୍ଗକୁ ଠକାମୀର ଶିକାରରୁ ରୋକିବାକୁ ପୋଲିସ ପଦକ୍ଷେପ ନେଉଛି। ଯାହାକୁ ଶ୍ରୀମନ୍ଦିର ସେବାୟତ ମଧ୍ୟ ସ୍ବାଗତ କରିଛନ୍ତି।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
