Transformer Theft Surges ରାଇରଙ୍ଗପୁରରୁ ଗାୟବ ହୋଇଯାଉଛି ଟ୍ରାନ୍ସଫର୍ମର! ୧୯ ମାସରେ ୪୦ ଟ୍ରାନ୍ସଫର୍ମର ଗାୟବ
"ରାଇରଙ୍ଗପୁର: କ୍ଷମତା ଅନୁସାରେ ଗ୍ରାମାଞ୍ଚଳରେ ବ୍ୟବହାର ହେଉଥିବା ଗୋଟିଏ ଟ୍ରାନ୍ସଫର୍ମରର ଓଜନ ୫ଶହରୁ ୧୫ଶହ କିଲୋଗ୍ରାମ ରହିଥାଏ।
ଏତେ ଓଜନର ଟ୍ର୍ରାନ୍ସଫର୍ମର ରାତାରାତି ଗାୟବ ହୋଇଯାଉଛି ଶୁଣିଲେ ଯେକେହି ବି ଆଶ୍ଚର୍ଯ୍ୟ ନହୋଇ ରହିପାରିବେ ନାହିଁ।
ଘଟଣାଟି ଅବିଶ୍ବାସ ହେଲେ ମଧ୍ୟ ସତ, ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରୁ ଜାନୁଆରି ୨୦୨୬ ରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୦ଟି ବିଦ୍ୟୁତ୍ ଟ୍ରାନ୍ସଫର୍ମର ଗାୟବ ହୋଇଯାଇଛି।
ବିଦ୍ୟୁତ୍ ବିଭାଗ କର୍ମଚାରୀ ଛାଡ଼ନ୍ତୁ ପୁଲିସ ମଧ୍ୟ ଗାୟବ ଟ୍ରାନ୍ସଫର୍ମର ପତ୍ତା ପାଇପାରୁନାହିଁ।
Advertisment ବାମନଘାଟି ଉପଖଣ୍ଡରେ ଥିବା ୭ ଟି ବ୍ଲକରୁ ବିଦ୍ୟୁତ୍ ଟ୍ରାନସଫର୍ମର ଚୋରି ଦିନକୁ ଦିନ ବଢ଼ିବାରେ ଲାଗିଛି।
ଗତ ୩ ମାସ ମଧ୍ୟରେ ବିଭିନ୍ନ ପଞ୍ଚାୟତରୁ ୧୦ ରୁ ଅଧିକ ଟ୍ରାନସଫର୍ମର ଚୋରି ହୋଇସାରିଛି।
କିନ୍ତୁ ପୋଲିସ୍ ଓ ବିଦ୍ୟୁତ୍ ବିଭାଗ ହାତରେ ଜଣେ ବି ଦୁବୃର୍ତ୍ତ ଧରା ପଡ଼ୁନାହାନ୍ତି।
ଫଳରେ ଚାଷୀଙ୍କ ସମେତ ଗାଁ ଲୋକେ ଅନ୍ଧାର ଓ ପାଣି ଅଭାବରେ ହନ୍ତସନ୍ତ ହେଉଛନ୍ତି ।
ବାଉଁଶରେ ବନ୍ଧା ହୋଇଛି ମୁକୁଳା ଟ୍ରାନ୍ସଫର୍ମର ତାର ସୂଚନା ଅନୁଯାୟୀ କିଛିଦିନ ପୂର୍ବରୁ ବିଶୋଇ ଥାନା ଅନ୍ତର୍ଗତ ଲୁହାକାନି ଗ୍ରାମରୁ ଟ୍ରାନସଫର୍ମର ଚୋରି ହୋଇଥିଲା।
ଚୋରମାନେ ଟ୍ରାନସଫର୍ମର ଭାଙ୍ଗି କେବଳ ତମ୍ବା ତାର ଓ ତେଲ ନେଇଯାଉଛନ୍ତି ଖାଲି ଖୋଳଟି ପଡ଼ିରହୁଛି ।
ତମ୍ବାର ମୂଲ୍ୟ ଅଧିକ ଥିବାରୁ ଚୋର ମାନେ ଚୋରି କରୁଛନ୍ତି ।ବର୍ତ୍ତମାନ ଧାନ ରୁଆ ସମୟ।
ଟ୍ରାନସଫର୍ମର ନଥିବାରୁ କୃଷି ପମ୍ପ୍ ଗୁଡ଼ିକ ଚାଲୁନି।
ଫଳରେ ଏକର ଏକର ଚାଷ ଜମି ଶୁଖିଯିବା ଆଶଙ୍କା ଦେଖାଦେଇଛି ।
ସେହିପରି ରାତିରେ ରାସ୍ତାଘାଟ ଅନ୍ଧାର ହେଉଥିବାରୁ ଚୋରି ଛିନତାଇ ଭୟ ବଢ଼ିଛି ।
ଥାନାରେ ଲିଖିତ ଅଭିଯୋଗ ହେବା ପରେ ମାମଲା ରୁଜୁ କରାଯାଉଛି।
କିନ୍ତୁ ଦୁବୃର୍ତ୍ତମାନେ ଧରାପଡୁନାହାନ୍ତି ।
New transformer : ୧୦ଦିନ ପରେ ବସିଲା ନୂଆ ଟ୍ରାନ୍ସଫର୍ମରଟ୍ରାନସଫର୍ମର ଉପରେ ତାଲା ଓ ଆଲାର୍ମ ଲଗାଇବା ସହିତ ସମ୍ବେଦନଶୀଳ ସ୍ଥାନରେ ସିସିଟିଭି ଓ ରାତ୍ରୀକାଳୀନ ପେଟ୍ରୋଲିଂ ନ ବଢ଼ାଇଲେ ଚୋରି ରୋକା ଯାଇପାରିବ ନାହିଁ ବୋଲି ଲୋକେ କହୁଛନ୍ତି ।ସୂଚନା ଅନୁଯାୟୀ ବାମନଘାଟି ଉପଖଣ୍ଡରେ ପ୍ରାୟ ୪ ହଜାରରୁ ଊର୍ଦ୍ଧ୍ବ ଟ୍ରାନସଫର୍ମର ରହିଛି ।
୨୦୨୬ ଜାନୁଆରିରୁ ଏପର୍ଯ୍ୟନ୍ତ ୪୦ରୁ ଅଧିକ ଟ୍ରାନସଫର୍ମର ଚୋରି ହୋଇଥିବା ଅଭିଯୋଗ ହୋଇଛି ।
ତେବେ ପ୍ରତି ଟ୍ରାନସଫର୍ମରର ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କାରୁ ଅଧିକ ରହିଛି ।ତେବେ ଚୋରି କେମିତି ରକାଯାଇପାରିବ ସେ ସମ୍ବନ୍ଧରେ ରାଇରଙ୍ଗପୁର ବିଦ୍ୟୁତ୍ ବିଭାଗର ଏସଡିଓ ଜେ.
ସୌଭାଗ୍ୟ ରଶ୍ମିଙ୍କ ସହିତ ଯୋଗାଯୋଗ କରିବାରୁ ଚୋରି ରୋକାଯିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି ।
ଧୀରେ ଧୀରେ ଚୋରି ସଂଖ୍ୟା କମିବ ବୋଲି ଆଶ୍ବାସନା ଦେଇଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।