Train Was Delayed for Samosas: ସିଙ୍ଗଡ଼ା ପାଇଁ ଅଟକିଲା ଟ୍ରେନ୍, ଭିଡିଓ ଭାଇରାଲ୍ ପରେ ତଦନ୍ତ କରୁଛି ରେଳ ବିଭାଗ
ସିଙ୍ଗଡ଼ା ପାଇଁ ଅଟକିଗଲା ଟ୍ରେନ୍। ହଁ, ଶୁଣିବାକୁ ଅଜବ ଲାଗୁଥିଲେ ବି ଘଟଣାଟି ସତ। ମଧ୍ୟପ୍ରଦେଶର ଇନ୍ଦୋର-ମହୁରୁଟରେ ଚାଲୁଥିବା DEMU ଟ୍ରେନ୍ ହଠାତ୍ ଟ୍ରାକରେ ରହିଗଲା। କାରଣ ବି କୌଣସି ଯାନ୍ତ୍ରିକ ତ୍ରୁଟି ପାଇଁ ନୁହେଁ କି ସିଗନାଲ୍ ସମସ୍ୟା ନୁହେଁ। କାରଣ ଥିଲା... ସମୋସା ବା ସିଙ୍ଗଡା। ସିଙ୍ଗଡ଼ା କିଣିବାକୁ ଟ୍ରେନକୁ ଅଟକାଇଦେଲେ ଲୋକୋ ପାଇଲଟ୍।
ସୂଚନା ଅନୁସାରେ, ଲୋକୋ ପାଇଲଟ୍ ଷ୍ଟେସନରେ ଟ୍ରେନ୍ ରଖି ସିଙ୍ଗଡ଼ା କିଣିବାକୁ ଓହ୍ଲାଇ ପଡ଼ିଥିଲେ। କିନ୍ତୁ ଫେରିବାରେ ବିଳମ୍ବ ହେବାରୁ ଟ୍ରେନ୍ ନିର୍ଦ୍ଧାରିତ ସମୟରେ ଛାଡ଼ିପାରିଲା ନାହିଁ। ସିଙ୍ଗଡ଼ା ପାଇଁ ପାଖାପାଖି ଟ୍ରେନ୍ ୧୦ ମିନିଟ ଅଟକିଥିବା କୁହାଯାଉଛି। ଏହି ଘଟଣା ପରେ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା।
ଅନେକ ୟୁଜର୍ସ ଏହାକୁ ନେଇ ମିମ୍ ବି କରିବା ଆରମ୍ଭ କରିଛନ୍ତି। କେହି କହୁଛନ୍ତି, ଏହା ସମୋସା ଏକ୍ସପ୍ରେସ୍ କି ? ଆଉ କେହି ଲେଖୁଛନ୍ତି, ଚା' ପରେ ସମୋସା ବ୍ରେକ୍। ସମୋସା ପାଇଁ ଟ୍ରେନ୍ ଅଟକିବା ମଜାଦାର ଶୁଣାଯାଇପାରେ। କିନ୍ତୁ ଡ୍ୟୁଟିରେ ଏଭଳି ଅବହେଳା କେତେ ଗ୍ରହଣଯୋଗ୍ୟ ? ଏହି ଘଟଣାକୁ ରେଳ ବିଭାଗ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ...
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।