Tragic love affair: ପ୍ରେମିକା ମୁହଁରେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି କରି ହତ୍ୟା କଲା ପ୍ରେମିକ

ଏକ ଲଜ୍‌ରେ ରହିବା ସମୟରେ ରକ୍ଷିତା ଓ ସିଦ୍ଧରାଜୁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ତା’ପରେ ସିଦ୍ଧରାଜୁ ରକ୍ଷିତାଙ୍କ ପାଟିରେ ବିସ୍ଫୋରକ ସାମଗ୍ରୀ ରଖି ତାକୁ ବିସ୍ଫୋରଣ କରିଥିଲା।

27 August 2025 01:00 PM IST
Tragic love affair: ପ୍ରେମିକା ମୁହଁରେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି କରି ହତ୍ୟା କଲା ପ୍ରେମିକ

ଏକ ଲଜ୍‌ରେ ରହିବା ସମୟରେ ରକ୍ଷିତା ଓ ସିଦ୍ଧରାଜୁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ତା’ପରେ ସିଦ୍ଧରାଜୁ ରକ୍ଷିତାଙ୍କ ପାଟିରେ ବିସ୍ଫୋରକ ସାମଗ୍ରୀ ରଖି ତାକୁ ବିସ୍ଫୋରଣ କରିଥିଲା।

କର୍ଣ୍ଣାଟକ ମହୀଶୁରର ଘଟିଛି ଲୋମହର୍ଷଣକାରୀ ହତ୍ୟା। ପ୍ରେମିକ ସାଜିଲା ସଇତାନ। ପ୍ରେମିକା ମୁହଁରେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି କରି ହତ୍ୟା କଲା ପ୍ରେମିକ। ଏ ଘଟଣା ଅତ୍ୟନ୍ତ ସ୍ପର୍ଶକାତର। ଜଣେ ମହିଳାଙ୍କୁ ଜଘନ୍ୟ ହତ୍ୟା କରିଛି ତାଙ୍କ ପ୍ରେମିକ। ଯାହାକୁ ଶୁଣିଲେ ଆପଣଙ୍କ ଲୋମ ମଧ୍ୟ ଟାଙ୍କୁରି ଉଠିବ। କେରଳର ୨୦ବର୍ଷ ବୟସର ଜଣେ ବିବାହିତା ମହିଳାଙ୍କ ସହ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ମହିଳାଙ୍କ ପାଟିରେ ବିସ୍ଫୋରକ ପୂରାଇ ହତ୍ୟା କରିବା ପରେ ହତ୍ୟାକାଣ୍ଡକୁ ଦୁର୍ଘଟଣାର ଦୁପ ଦେବାକୁ ଚେଷ୍ଟା କରିଥିଲା। ଘଟଣାସ୍ଥଳରୁ ମହିଳାଙ୍କ ମୃତଦେହ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ତାଙ୍କ ପାଟି ସମ୍ପୂର୍ଣ୍ଣ ଛିଡି ପଡିଥିବା ନଜର ଆସିଛି।

ଘଟଣାଟି ଥିଲା କିଛି ଏହିପରି... ହୁନସୁର ତାଲୁକର ଗେରାସାନାହଲ୍ଲି ଗାଁର ବାସିନ୍ଦା ରକ୍ଷିତା କେରଳର ଜଣେ ଦିନ ମଜୁରିଆ ଶ୍ରମିକଙ୍କୁ ବିବାହ କରିଥିଲେ। ତାଙ୍କର ଏକ ପୁଅ ଅଛି। କିନ୍ତୁ ବିବାହିତ ସତ୍ତ୍ବେ ବି ସେ ସିଦ୍ଧରାଜୁଙ୍କ ସହିତ ଅନୈତିକ ସମ୍ପର୍କରେ ଥିଲେ। ସେ ତାଙ୍କ ସୁନାଗହଣା ନେଇ ୨ବର୍ଷର ପୁଅକୁ ଧରି ଶାଶୁ ଘରୁ ଛାଡି ଆସିଥିଲେ। ଏହା ପରେ ପୁଅକୁ ତାଙ୍କ ମାଆ ଓ ବାପାଙ୍କ ନିକଟରେ ଛାଡି ରକ୍ଷିତା ପ୍ରେମିକ ସହ କର୍ଣ୍ଣାଟକକୁ ଚାଲି ଯାଇଥିଲେ।

କର୍ଣ୍ଣାଟକର ଭେର୍ୟା ଗାଁର ଏକ ଲଜରେ ରକ୍ଷିତା ଓ ସିଦ୍ଧରାଜୁ ରହିଥିଲେ। ଲଜ୍‌ରେ ରହିବା ସମୟରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଏବଂ ଯାହା ପରେ ସିଦ୍ଧରାଜୁ ରାଗରେ ରକ୍ଷିତାଙ୍କ ପାଟିରେ ବାରୂଦ ପୂରାଇ ଏକ ଟ୍ରିଗର ବ୍ୟବହାର କରି ତାକୁ ବିସ୍ଫୋରଣ କରି ଦେଇଥିଲେ।

ଏହି ଘଟଣା ପରେ, ଅଭିଯୁକ୍ତ ସିଦ୍ଧରାଜୁ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିଲା। ମୋବାଇଲ୍ ଫୋନ୍ ବିସ୍ଫୋରଣ ଯୋଗୁଁ ରକ୍ଷିତାଙ୍କ ମୃତ୍ୟୁ ହୋଇଛି ବୋଲି କହି ଅନ୍ୟମାନଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ, ଖସିଯିବାକୁ ଚେଷ୍ଟା କରୁଥିବା ସମୟରେ ସେଠାରେ ଉପସ୍ଥିତ ଥିବା ହୋଟେଲ ଷ୍ଟାଫ୍ ମାନେ ତାଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ। ପରେ ମୃତଦେହ ଚିହ୍ନଟ ହୋଇଥିଲା, ଏବଂ ସାଲିଗ୍ରାମ ପୋଲିସ ସିଦ୍ଧରାଜୁଙ୍କୁ ହେପାଜତକୁ ନେଇଥିଲା। ମାମଲାର ତଦନ୍ତ କରି ତାକୁ ଗିରଫ କରିଛି।

Disclaimer: This content has been automatically aggregated from television for informational purposes. To read the original article, please visit television.