Tragic AC Compressor Explosion: ଜୀବନ ନେଇଗଲା ଏୟାର କଣ୍ଡିସନର; ଜାଣନ୍ତୁ କେମିତି....
ହଠାତ ବ୍ଲାଷ୍ଟ ହେବାରୁ ଏକ ପରିବାରର ଚାଲିଗଲା ତିନି ଜଣଙ୍କ ଜୀବନ। ପଡୋଶୀ ଘରର ଏସିରେ ହଠାତ ନିଆଁ ଲାଗିବା ସହ ବ୍ଲାଷ୍ଟ ହେବାରୁ ଏକ ପରିବାରର ତିନି ଜଣଙ୍କ ସହ ଏକ ପୋଷା କୁକୁର ଜୀବନ ବି ଚାଲି ଯାଇଛି।
ହଠାତ ବ୍ଲାଷ୍ଟ ହେବାରୁ ଏକ ପରିବାରର ଚାଲିଗଲା ତିନି ଜଣଙ୍କ ଜୀବନ। ପଡୋଶୀ ଘରର ଏସିରେ ହଠାତ ନିଆଁ ଲାଗିବା ସହ ବ୍ଲାଷ୍ଟ ହେବାରୁ ଏକ ପରିବାରର ତିନି ଜଣଙ୍କ ସହ ଏକ ପୋଷା କୁକୁର ଜୀବନ ବି ଚାଲି ଯାଇଛି।
ଜୀବନ ନେଇଗଲା ଏୟାର କଣ୍ଡିଶନର। ହଠାତ ବ୍ଲାଷ୍ଟ ହେବାରୁ ଏକ ପରିବାରର ଚାଲିଗଲା ତିନି ଜଣଙ୍କ ଜୀବନ। ପଡୋଶୀ ଘରର ଏସିରେ ହଠାତ ନିଆଁ ଲାଗିବା ସହ ବ୍ଲାଷ୍ଟ ହେବାରୁ ଏକ ପରିବାରର ତିନି ଜଣଙ୍କ ସହ ଏକ ପୋଷା କୁକୁର ଜୀବନ ବି ଚାଲି ଯାଇଛି। ଘଟଣା ଘଟିଛି ଫରିଦାବାଦର ଗ୍ରୀନଫିଲଡ କଲୋନୀରେ।
କମ୍ପ୍ରେସର ବ୍ଲାଷ୍ଟ ହେବା ପୂର୍ବରୁ ପ୍ରଥମେ ନିଆଁ ଲାଗିବା ପରେ ଆଖପାଖ ପୁରା ଧୁଆଁ ମୟ ହୋଇଯାଇଥିଲା। ଆଉ ଏହି ଧୁଆଁରେ ଅଣନିଃଶ୍ବାସୀ ହୋଇ ଜୀବନ ଗଲା। ତେବେ ଘରେ ଥିବା ପୁଅଟି କିନ୍ତୁ ଝରକା ପଟେ ବାହାରକୁ ଡେଇଁପଡିବାରୁ ବଞ୍ଚି ଯାଇଛି। ଗୁରୁତର ହୋଥିବାରୁ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପଡୋଶୀଙ୍କ କହିବାର କଥା, ଏସି ଧୁଆଁ ପ୍ରଥମ ମହଲାରୁ ଦ୍ବିତୀୟ ମହଲାକୁ ବ୍ୟାପିଥିଲା। ସମସ୍ତେ ଶୋଇଥିବାରୁ ସହଜରେ ବାହାରକୁ ଆସିପାରିନଥିଲେ। ରବିବାର ଭୋର ତିନିଟାରେ ଏହି ବିସ୍ଫୋରଣ ହୋଇଥିଲା। ଭୋର ହୋଥିବାରୁ ସମସ୍ତେ ଘରେ ଶୋଇଥିଲେ। ତେବେ ବାହାରକୁ ଆସିବାକୁ ଚେଷ୍ଟା କରିଥିଲେ ବି ଗେଟ ଲକ ଥିବାରୁ ଆସିବା ସମ୍ଭବ ହୋଇନଥିଲା। ମୃତକ ହେଉଛନ୍ତି ସଚିନ କପୂର, ରିଙ୍କୁ କପୂର, ଏବଂ ତାଙ୍କ ଝିଅ ସୁଜନ କପୂର। ଗତ ମାର୍ଚ୍ଚରେ ମଧ୍ୟ ଦିଲ୍ଲୀର କ୍ରିଷ୍ଣା ନଗରରେ ଏସି କମ୍ପ୍ରେସର ବିସ୍ଫୋରଣ ହେବାରୁ ଜଣଙ୍କର ମୃତ୍ୟୁ ହେବା ସହ ଜଣେ ଆହତ ହୋଇଥିଲେ।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
