Torrential Rains Flood Streets: ବର୍ଷାର ବିଭୀଷିକା: ପାଣିରେ ବୁଡ଼ିଛି ରାସ୍ତାଘାଟ, ଜଳବନ୍ଦୀ ଜନବସତି ଅଞ୍ଚଳ
ଗୁଜରାଟର ବାଣିଜ୍ୟିକ ରାଜଧାନୀ ଅହମ୍ମଦାବାଦରେ ବର୍ଷାର ବିଭୀଷିକା। ପାଣିରେ ବୁଡ଼ିଛି ରାସ୍ତାଘାଟ, ଜଳବନ୍ଦୀ ହୋଇପଡ଼ିଛି ଜନବସତି ଅଞ୍ଚଳ। ତଳିଆ ଅଞ୍ଚଳରେ ତ ଘରେ ଘରେ ପାଣି ପଶିଛି। ପାଣି ଘେରରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ପ୍ରଶାସନ ପକ୍ଷରୁ ଜାରି ରହିଛି ଉଦ୍ୟମ। ଜଳବନ୍ଦୀ ସ୍ଥିତି ଯୋଗୁଁ ସହରର ଅନେକ ସ୍ଥାନରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ତଳିଆ ଅଞ୍ଚଳ ଲୋକଙ୍କୁ। ....
ଜଳ ନିଷ୍କାସନ ପାଇଁ ପମ୍ପ ବ୍ୟବହାର ସହ ଜରୁରୀକାଳୀନ ଟିମ୍ ମୁତୟନ କରାଯାଇଥିବାବେଳେ ସାବରକଣ୍ଠା ଜିଲ୍ଲାର ହିମ୍ମତନଗର ସୟବାପୁର ଗାଁରୁ ଆସିଛି ଏକ ଛାତିଥରା ଭିଡ଼ିଓ। ଭାସିଯାଉଛି ଟ୍ରାକ୍ଟର ଟ୍ରଲି। ସାବରମତୀ ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ନଦୀରେ ପାଣି ପ୍ରବାହିତ ହେଉଛି। ପ୍ରଶାସନର ସତର୍କତା ସତ୍ତ୍ୱେ ସାବରମତୀ ନଦୀରୁ ବାଲି ସଂଗ୍ରହ କରିବାକୁ ଆସିଥିବା ଏକ ଟ୍ରାକ୍ଟର ପାଣିରେ ଫସି ଯାଇଥିଲା। ଆଉ ପ୍ରବଳ ସ୍ରୋତରେ ଭାସି ଯାଇଥିଲା। ପ୍ରଶାସନର ତଳିଆ ଅଞ୍ଚଳକୁ ନଯିବା ପାଇଁ ନିବେଦନ ସତ୍ତ୍ୱେ ଲୋକମାନେ ବାଲି ସଂଗ୍ରହ ପାଇଁ ନିଜ ଜୀବନକୁ ବାଜି ଲଗାଉଛନ୍ତି। ସୌଭାଗ୍ୟବଶତଃ, ଟ୍ରାକ୍ଟର ଡ୍ରାଇଭର ବଞ୍ଚି ଯାଇଛନ୍ତି।
ଅପରପକ୍ଷରେ କୁଚ୍, ଜାମନଗର, ନର୍ମଦା ଏବଂ ଭଲସାଡ୍ ସମେତ ୧୨ ଜିଲ୍ଲାରେ ସାଂଘାତିକ ପ୍ରଭାବିତ ହୋଇଛି ଜନଜୀବନ। ଗତ ପ୍ରାୟ ୨ ଦିନ ହେଲା, ଏସବୁ ଜିଲ୍ଲାରେ ଲଗାଣ ବର୍ଷା ହେଉଛି। ଅହମ୍ମଦାବାଦ ଏବଂ ରାଜକୋଟକୁ ମଧ୍ୟ ଜାରି ହୋଇଛି ଅରେଞ୍ଜ ଆଲର୍ଟ। ପ୍ରବଳ ବର୍ଷାରେ ଗୁଜରାଟର ସ୍ଥିତି ଚିନ୍ତାଜନକ ହୋଇଥିବାରୁ ଧନ ଜୀବନ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଜୋରଦାର କରାଯାଇଛି।...
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।