Toilet problem ବୈଶିଙ୍ଗା ସ୍ବାସ୍ଥ୍ୟକେନ୍ଦ୍ରରୁ ଶୌଚାଳୟ ଗାଏବ!
"ବୈଶିଙ୍ଗା: ସ୍କୁଲରେ ଶୌଚାଳୟ ନଥିବା, ସରକାରୀ କାର୍ଯ୍ୟାଳୟରେ ଶୌଚାଳୟ ଅଚଳ ହୋଇଥିବା, ପୌର ପରିଷଦ ଦ୍ବାରା ନିର୍ମିତ ଶୌଚାଳୟ ଦରଭଙ୍ଗା ହୋଇଥିବା କଥା ଦେଖିବାକୁ ମିଳିଥିଲା, କିନ୍ତୁ କୌଣସି ଡାକ୍ତରଖାନାରୁ ଶୌଚାଳୟ ଭଳି ଏକ ମୌଳିକ ଭିତ୍ତିଭୂମି ଗାଏବ ହୋଇଯିବା ଘଟଣା ନିହାତି ଆଶ୍ଚର୍ଯ୍ୟ ଲାଗେ।
ଘଟଣାଟି ଆଶ୍ଚର୍ଯ୍ୟ ହେଲେ ହେଁ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ସ୍ବାସ୍ଥ୍ୟ ଓ ୱେଲ୍ନେସ୍ କେନ୍ଦ୍ର କ୍ଷେତ୍ରରେ ଏହା ଦେଖିବାକୁ ମିଳିଛି।
Advertisment ସ୍ବାସ୍ଥ୍ୟକେନ୍ଦ୍ରରେ ଶୌଚାଳୟ ନଥିବାରୁ ଅନେକ ହଇରାଣ ହରକତର ସାମ୍ନା କରିଥିବା ହୋଇଥିବା ଜଣେ ରୋଗୀଙ୍କ ଭାଇ ପ୍ରତାପ ସିଂଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଭାଇ ଦିଲୀପ ଜଣେ ଦିବ୍ୟାଙ୍ଗ।
ଝାଡ଼ାବାନ୍ତି ହେବାରୁ ଆଜି (ସୋମବାର) ଭୋରରେ ତାଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ।
ଡାକ୍ତର ପରୀକ୍ଷା କରି ତାଙ୍କୁ ୱାର୍ଡରେ ଭର୍ତ୍ତି କରିଥିଲେ।
Toilets: କେବଳ ରଙ୍ଗୀନ କୋଠାରେ ସୀମିତ ଶୌଚାଳୟ କିଛି ସମୟ ପରେ ଦିଲୀପଙ୍କୁ ପୁଣି ଶୌଚ ପାଇଁ ଯିବାର ଆବଶ୍ୟକତା ପଡ଼ିଥିଲା।
କିନ୍ତୁ ୱାର୍ଡ ସଂଲଗ୍ନ ଦୁଇଟି ଶୌଚାଳୟ ଭାଙ୍ଗିରୁଜି ଯାଇଥିଲା।
ଏଣୁ ତାଙ୍କ ଭାଇକୁ ସେ ବାହାରକୁ ନେଇଥିଲେ ପରିସରରେ ଥିବା ତିନିଟି ଶୌଚାଳୟରେ ତାଲା ପଡ଼ିଥିଲା।
ଶେଷରେ ନର୍ସଙ୍କ ପରାମର୍ଶ କ୍ରମେ ତାଙ୍କୁ ବାହାର ପଡ଼ିଆରେ ଶୌଚ କରାଇଥିଲା।
କେବଳ ପ୍ରତାପ ନୁହନ୍ତି, ଅନେକ ରୋଗୀ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ଆସି ଅନୁରୂପ ସମସ୍ୟାର ସମ୍ମୁଖିନ ହୋଇଛନ୍ତି।
ଏନେଇ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ବିଶ୍ୱନାଥ ଦାସ କହିଛନ୍ତି, ସେ ଏହି ସମସ୍ୟା ବାବଦରେ ଅବଗତ ନାହାନ୍ତି ।
ଖୁବଶୀଘ୍ର ଏବାବଦରେ ଅନୁସନ୍ଧାନ କରି ସମସ୍ୟାର ସମାଧାନ କରିବେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।