TMC Leader: ଟିଏମ୍‌ସି ନେତାଙ୍କ ଦାଦାଗିରି, କହିଲେ ପାଟିରେ ଢ଼ାଳିଦେବି ଏସିଡ୍‌

ଜନତାଙ୍କ ପାଇଁ ଯାହାଙ୍କ ଜୀବନ ସମର୍ପିତ, ସିଏ କେମିତି ଆଉ ଜଣେ ଲୋକ ପ୍ରତିନିଧିଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଉଛନ୍ତି। ପଶ୍ଚିମବଙ୍ଗରେ ଲଗାତର ୧୪ ବର୍ଷର ସରକାର କରି ଗୁଣ୍ଡାରାଜ ପାଲଟିଛନ୍ତି ଟିଏମ୍‌ସି ନେତା। ନିକଟରେ ପଶ୍ଚିମବଙ୍ଗ ବିଧାନ

07 September 2025 06:50 PM IST
TMC Leader: ଟିଏମ୍‌ସି ନେତାଙ୍କ ଦାଦାଗିରି, କହିଲେ ପାଟିରେ ଢ଼ାଳିଦେବି ଏସିଡ୍‌

ଜନତାଙ୍କ ପାଇଁ ଯାହାଙ୍କ ଜୀବନ ସମର୍ପିତ, ସିଏ କେମିତି ଆଉ ଜଣେ ଲୋକ ପ୍ରତିନିଧିଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଉଛନ୍ତି। ପଶ୍ଚିମବଙ୍ଗରେ ଲଗାତର ୧୪ ବର୍ଷର ସରକାର କରି ଗୁଣ୍ଡାରାଜ ପାଲଟିଛନ୍ତି ଟିଏମ୍‌ସି ନେତା। ନିକଟରେ ପଶ୍ଚିମବଙ୍ଗ ବିଧାନସଭାରେ ଦିଦିଙ୍କ ଗର୍ଜନ ପୂରା ଦେଶ ଦେଖିଥିଲା। ଆଉ ଏବେ ତ୍ରୁଣମୂଳ କଂଗ୍ରେସର ଜିଲ୍ଲା ସଭାପତି ଏସିଡ୍‌ ପକାଇବାକୁ ଦେଉଛନ୍ତି ଧମକ।

ଟିଏମ୍‌ସି ନେତାଙ୍କ ଦାଦାଗିରି । ସର୍ବସମ୍ମୁଖରେ ଜୀବନରୁ ମାରିଦେବାକୁ ଧମକ । ଖୁଲମ୍‌ଖୁଲା କହିଲେ ପାଟିରେ ଢ଼ାଳିଦେବି ଏସିଡ୍‌ । ଇଏ ଜଣେ ଲୋକ ପ୍ରତିନିଧିଙ୍କ ବୟାନ । ଜନତାଙ୍କ ପାଇଁ ଯାହାଙ୍କ ଜୀବନ ସମର୍ପିତ, ସିଏ କେମିତି ଆଉ ଜଣେ ଲୋକ ପ୍ରତିନିଧିଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଉଛନ୍ତି। ପଶ୍ଚିମବଙ୍ଗରେ ଲଗାତର ୧୪ ବର୍ଷର ସରକାର କରି ଗୁଣ୍ଡାରାଜ ପାଲଟିଛନ୍ତି ଟିଏମ୍‌ସି ନେତା। ଗତକାଲି ପଶ୍ଚିମବଙ୍ଗ ବିଧାନସଭାରେ ଦିଦିଙ୍କ ଗର୍ଜନ ପୂରା ଦେଶ ଦେଖିଥିଲା। ଆଉ ଏବେ ତ୍ରୁଣମୂଳ କଂଗ୍ରେସର ଜିଲ୍ଲା ସଭାପତି ଏସିଡ୍‌ ପକାଇବାକୁ ଦେଉଛନ୍ତି ଧମକ। 

ଟିଏମ୍‌ସି ଜିଲ୍ଲା ସଭାପତି ଅବଦୁର ରହିମ ବକ୍ସି। ପଶ୍ଚିମବଙ୍ଗ ମାଲଦା ଜିଲ୍ଲାରେ ଏକ ସଭାରେ ଶନିବାର ସେ ଯୋଗ ଦେଇଥିଲେ। ସେଇଠି ଖୋଲା ମଞ୍ଚରୁ ବିଜେପି ବିଧାୟକ ଶଙ୍କର ଘୋଷ ବିରୋଧରେ ଉଗାରିଥିଲେ ବିଷ। ନାଁ ନେଇ ତାଙ୍କ ଉପରେ କରିଥିଲେ ଆଟାକ୍‌। ଯେଉଁମାନେ ପ୍ରବାସୀ ଶ୍ରମିକଙ୍କୁ ରୋହିଙ୍ଗ୍ୟା ବା ବାଂଲାଦେଶୀ ବୋଲି କହୁଛନ୍ତି ତାଙ୍କ ପାଟିରେ ଏସିଡ୍‌ ଢ଼ାଳି ଦେବାକୁ ସେ ଧମକ ଦେଇଥିଲେ।

ଖାଲି ସେତିକି ନୁହେଁ ବିଜେପି ଶାସିତ ରାଜ୍ୟରେ ବଙ୍ଗାଳିମାନଙ୍କୁ ହତ୍ୟା କରାଯାଉଛି। ତେଣୁ ବିଜେପି ବୟକଟ୍‌ କରିବା ସହ ବିଜେପି ପତାକାକୁ ଚିରି ଫାଡି ଦେବାକୁ ସେ ଲୋକଙ୍କୁ ଉସ୍‌କାଉଥିଲେ। ଟିଏମ୍‌ସି ନେତାଙ୍କ ଏହି ବିବାଦୀୟ ବୟାନକୁ ନିନ୍ଦା କରିଛି ବିଜେପି। ଦେଶର ଶାସକ ଦଳ ବିରୋଧରେ ହିଂସା ଭଡ଼କାଇବା ଅଭିଯୋଗ ଆଣିଛି।

ମାଲଦା ଜିଲ୍ଲାର ଟିଏମ୍‌ସି ସଭାପତି ଅବଦୁର ରହିମ ବକ୍ସି ପୂର୍ବରୁ ମଧ୍ୟ ତାଙ୍କ ବୟାନ ପାଇଁ ବିବାଦରେ ଫସିଛନ୍ତି। କିଛି ବର୍ଷ ପୂର୍ବେ ସେ ବିଜେପି, ସିପିଆଇ(ଏମ୍) ଏବଂ କଂଗ୍ରେସର ନେତା ଓ କର୍ମୀଙ୍କ ହାତ ଗୋଡ କାଟି ଦେବାକୁ ଧମକ ଦେଇଥିଲେ। ଆଉ ଏବେ ପୁଣି ଥରେ ବିଜେପି ବିରୋଧରେ ବିବାଦୀୟ ଟିପ୍ପଣୀ ଦେଇ ଫଶିଛନ୍ତି।

ନିକଟରେ, ବିଧାନସଭା ନିର୍ବାଚନ ପ୍ରସ୍ତୁତିର ଏକ ସମୀକ୍ଷା ବୈଠକରେ, ମମତା ବାନାର୍ଜୀ ଦଳୀୟ ନେତାମାନଙ୍କୁ ସାର୍ବଜନୀନ ମଞ୍ଚରୁ କୌଣସି ଆପତ୍ତିଜନକ ବୟାନ ନ ଦେବାକୁ ଚେତାବନୀ ଦେଇଥିଲେ। ତେବେ, ଦିଦିଙ୍କ ଚେତାବନୀଙ୍କୁ କେତେ ଖାତିର କରୁଛନ୍ତି ଦଳୀୟ ନେତା ଏଥିରୁ ଜଳ ଜଳ ଦିଶୁଛି।

Disclaimer: This content has been automatically aggregated from television for informational purposes. To read the original article, please visit television.