TMC: ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ଟିଏମ୍ସିର ପ୍ରକାଶ ବାରେକ୍
"କୋଲକାତା: ସପ୍ତାହକ ଭିତରେ ରାଜ୍ୟସଭାରେ ତୃଣମୂଳ କଂଗ୍ରେସ (ଟିଏମ୍ସି)କୁ ତୃତୀୟ ଝଟ୍କା ଲାଗିଛି।
ଟିଏମ୍ସିର ରାଜ୍ୟସଭା ସାଂସଦ ପ୍ରକାଶ ଚିକ୍ ବାରେକ୍ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି।
ଫଳରେ ରାଜ୍ୟସଭାରେ ଟିଏମ୍ସିର ସାଂସଦଙ୍କ ସଂଖ୍ୟା ୧୦କୁ ଖସି ଆସିଛି।Advertisment ସପ୍ତାହେ ଭିତରେ ତୃତୀୟ ଇସ୍ତଫା ଆସନ୍ତା ଗୋଟିଏ ସପ୍ତାହ ଭିତରେ ଟିଏମ୍ସିର ଆଉ ତିନି ଜଣ ରାଜ୍ୟସଭା ସାଂସଦ ଇସ୍ତଫା ଦେବେ ବୋଲି ସୂତ୍ରରୁ ଜଣାପଡ଼ିଛି।
ଫଳରେ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ଟିଏମ୍ସିରେ ସଙ୍କଟ ଆହୁରି ଗଭୀର ହୋଇଛି।ଏହାପୂର୍ବରୁ ଟିଏମ୍ସିର ରାଜ୍ୟସଭା ସାଂସଦ ଶୁଖେନ୍ଦୁ ଶେଖର ରାୟ ଓ ସୁସ୍ମିତା ଦେବ ଇସ୍ତଫା ଦେଇଥିଲେ।
ସୋମବାର ମମତା ବାନାର୍ଜୀ ଦିଲ୍ଲୀରେ ଇଣ୍ଡି ମେଣ୍ଟ ବୈଠକରେ ଯୋଗଦେଇଥିବାବେଳେ ଶୁଖେନ୍ଦୁ ଶେଖର ଇସ୍ତଫା ଦେଇ ଦଳକୁ ଶକ୍ତ ଆଘାତ ଦେଇଥିଲେ।
ଆହୁରି ପଢ଼ନ୍ତୁ: TMC MP: ବିଦ୍ରୋହୀ ଟିଏମସି ସାଂସଦଙ୍କୁ ମହୁଆଙ୍କ ଚ୍ୟାଲେଞ୍ଜ୍: ଦେଖାଅ ୨୦ ସାଂସଦଙ୍କ ସମର୍ଥନ ଥିବା ଚିଠି ସୂଚନାଯୋଗ୍ୟ, ଟିଏମ୍ସିର ୮୦ ବିଧାୟକଙ୍କ ମଧ୍ୟରେ ୫୮ ଜଣ ଓ ଲୋକସଭାରେ ୨୮ ସାଂସଦଙ୍କ ମଧ୍ୟରୁ ୨୦ ଜଣ ବିଦ୍ରୋହ କରିଥିଲେ।
ବିଦ୍ରୋହୀ ବିଧାୟକଙ୍କ ସଂଖ୍ୟା ବର୍ତ୍ତମାନ ୬୪ରେ ପହଞ୍ଚିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।