TikTok:ଟିକଟକ୍ ଉପରୁ ବ୍ୟାନ୍ ହଟିଲା ବୋଲି ଚର୍ଚ୍ଚା , ୫ ବର୍ଷ ତଳେ ବ୍ୟାନ୍ କରିଥିଲା ଭାରତ
ଭାରତକୁ ଫେରିଲା ଟିକଟକ୍। ୫ ବର୍ଷ ବ୍ୟାନ୍ ହେବା ପରେ ଭାରତକୁ ପୁଣି ଟିକଟକ୍ ଫେରିବା ନେଇ ଆଶା ଦେଖାଦେଇଛି। ଏବେ କିଛି ୟୁଜରଙ୍କ ପାଇଁ ଟିକଟକ୍ ୱେବସାଇଟ୍ ଖୋଲୁଥିବା ଦେଖିବାକୁ ମିଳୁଛି।
ଭାରତକୁ ଫେରିଲା ଟିକଟକ୍। ୫ ବର୍ଷ ବ୍ୟାନ୍ ହେବା ପରେ ଭାରତକୁ ପୁଣି ଟିକଟକ୍ ଫେରିବା ନେଇ ଆଶା ଦେଖାଦେଇଛି। ଏବେ କିଛି ୟୁଜରଙ୍କ ପାଇଁ ଟିକଟକ୍ ୱେବସାଇଟ୍ ଖୋଲୁଥିବା ଦେଖିବାକୁ ମିଳୁଛି।
ଟିକଟକ୍ ଉପରେ ଭାରତରେ ହଟିନି ବ୍ୟାନ୍। ଏବେବି ବ୍ୟାନ୍ ଜାରି ରହିଛି। ୫ ବର୍ଷ ବ୍ୟାନ୍ ହେବା ପରେ ଭାରତକୁ ପୁଣି ଟିକଟକ୍ ଫେରିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାକୁ କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। କିଛି ୟୁଜର ଟିକଟକ୍ ୱେବସାଇଟ୍ ଖୋଲୁଥିବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ମୋବାଇଲରେ ଡାଉନଲୋଡ୍ ହେଉନଥିଲା। ଏବେ ମଧ୍ୟ ଭାରତରେ ଆଣ୍ଡ୍ରଏଡ୍ ପ୍ଲେ ଷ୍ଟୋର୍ କିମ୍ବା ଆପଲ୍ ଆପ୍ ଷ୍ଟୋରରେ ଟିକଟକ୍ ଆପ୍ ଭାରତରେ ଉପଲବ୍ଧ ହେଉନାହିଁ।
ଚୀନ୍ ନିର୍ମିତ ଭିଡିଓ ମେକିଂ ପ୍ଲାଟଫର୍ମ ଟିକଟକ୍ ଓ ଅନଲାଇନ୍ ସପିଂ ହବ୍ ଅଲି ଏକ୍ସପ୍ରେସକୁ ୫ ବର୍ଷ ତଳେ ବ୍ୟାନ୍ କରିଥିଲେ ଭାରତ ସରକାର । ଭାରତ-ଚୀନ୍ ଗଲୱାନ୍ ସଂଘର୍ଷ ପରେ ୨୦୨୦ରେ ସୁରକ୍ଷା କାରଣ ଦର୍ଶାଇ ୫୦ରୁ ଅଧିକ ଚାଇନା ଆପ୍ ବ୍ୟାନ୍ କରାଯାଇଥିଲା। ତେବେ କିଛି ଦିନ ହେଲା ଭାରତ-ଚୀନ୍ ସଂପର୍କ ସୁଧୁରିବା ସହ ବିମାନ ଉଡ଼ାଣ ଓ ସୀମା ବାଣିଜ୍ୟ ପୁଣି ଆରମ୍ଭ ହେବ ବୋଲି ଘୋଷଣା ପରେ, ବ୍ୟାନ୍ ହୋଇଥିବା ଚାଇନା ଆପ୍ ଗୁଡ଼ିକ ପୁଣି ଭାରତରେ ପ୍ରଚଳନ ଆରମ୍ଭ ହେବ ବୋଲି ଚର୍ଚ୍ଚା ହେଉଛି।
ଟିକଟକର ୱେବସାଇଟ୍ ଉପଲବ୍ଧତା ଏପରି ସମୟରେ ଆସିଛି ଯେତେବେଳେ ଭାରତ ଏବଂ ଚୀନ୍ ମଧ୍ୟରେ ସମ୍ପର୍କରେ ସୁଧାର ଆସୁଛି । ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଭାରତ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ଶୀର୍ଷ ନେତାଙ୍କୁ ଭେଟିଥିଲେ । ଏହି ସମୟରେ ଚୀନ୍ ମଧ୍ୟ ଆମେରିକାର ଶୁଳ୍କ ବିରୁଦ୍ଧରେ ଭାରତକୁ ପୂର୍ଣ୍ଣ ସମର୍ଥନର ପ୍ରତିଶ୍ରୁତି ଦେଇଥିଲା ।
ଏହା ବ୍ୟତୀତ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଗାମୀ ଏସସିଓ ସମ୍ମିଳନୀରେ ଯୋଗଦେବାକୁ ନିମନ୍ତ୍ରଣ କରିଛନ୍ତି । ଚୀନ୍ ଦୂତାବାସ ମଧ୍ୟ ଏକ ବିବୃତ୍ତି ଜାରି କରି କହିଛି ଯେ ଭାରତ ଏବଂ ଚୀନ୍ ଏକ ନୂତନ ଆରମ୍ଭ ପାଇଁ ପ୍ରସ୍ତୁତ ।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
