Tiger Shroff Joins Mumbai FC: ଟାଇଗର ଶ୍ରଫଙ୍କ ଫୁଟବଲ୍ ଡେବୁ, ଡୁରାଣ୍ଡ କପ୍ ପାଇଁ ମୁମ୍ବାଇ ଏଫସି ସ୍କ୍ବାଡରେ ସାମିଲ

Jul 28, 2026 - 16:27
Tiger Shroff Joins Mumbai FC: ଟାଇଗର ଶ୍ରଫଙ୍କ ଫୁଟବଲ୍ ଡେବୁ, ଡୁରାଣ୍ଡ କପ୍ ପାଇଁ ମୁମ୍ବାଇ ଏଫସି ସ୍କ୍ବାଡରେ ସାମିଲ

ବଲିଉଡ଼ର ଅଭିନେତା ଟାଇଗର ଶ୍ରଫ୍ ତାଙ୍କର ଦୀର୍ଘ ଦିନର ଫୁଟବଲ୍ ପ୍ରତି ନିଶାକୁ ଆଉ ଏକ ପାଦ ଆଗକୁ ବଢ଼ାଇଛନ୍ତି। ତାଙ୍କୁ ମୁମ୍ବାଇ ଏଫ୍‌ସିର ଡୁରାଣ୍ଡ କପ୍ ଦଳରେ ସାମିଲ କରାଯାଇଛି। ଆଗାମୀ ପ୍ରତିଷ୍ଠିତ ଟୁର୍ଣ୍ଣାମେଣ୍ଟରେ ସେ ପେସାଦାର ଫୁଟବଲ୍ ଡେବ୍ୟୁ କରିପାରନ୍ତି।

ମୁମ୍ବାଇ ଏଫ୍‌ସିର ସହ-ମାଲିକ ଜୋହେବ ଅମ୍ରାନି କହିଛନ୍ତି ଯେ, ଟାଇଗର ବର୍ତ୍ତମାନ ଦଳ ସହ ନିୟମିତ ଅଭ୍ୟାସ କରୁଛନ୍ତି। ସମସ୍ତ ବ୍ୟବସ୍ଥା ଠିକ୍ ରହିଲେ ସେ ଶିଲଙ୍ଗରେ ହେବାକୁଥିବା ଗ୍ରୁପ୍ ପର୍ଯ୍ୟାୟର ଗୋଟିଏ ମ୍ୟାଚ୍ ପାଇଁ ଦଳ ସହ ଯାତ୍ରା କରିପାରନ୍ତି।

କ୍ଲବର କୋ-ଓନର ଜୋହେବ ଅମ୍ରାନୀଙ୍କ ସୂଚନା ଅନୁଯାୟୀ, ଟାଇଗର ବର୍ତ୍ତମାନ ଦଳ ସହିତ ନିୟମିତ ପ୍ରଶିକ୍ଷଣ ଜାରି ରଖିଛନ୍ତି ଏବଂ ଶିଲଂରେ ହେବାକୁଥିବା ଗ୍ରୁପ୍-ସ୍ତରୀୟ ମ୍ୟାଚ୍‌ଗୁଡ଼ିକ ମଧ୍ୟରୁ ଗୋଟିଏ ପାଇଁ ଦଳ ସହ ଗସ୍ତ କରିପାରନ୍ତି।  

ଟାଇଗର ଶ୍ରଫ୍ ୨୦୨୪ରେ ମୁମ୍ବାଇ ଏଫ୍‌ସି ଗଠନ ହେବା ପରଠାରୁ କ୍ଲବ୍ ସହ ଜଡ଼ିତ ଅଛନ୍ତି। ସେ ନିୟମିତ ଭାବେ ମୁମ୍ବାଇ ଡିଷ୍ଟ୍ରିକ୍ଟ ଲିଗ୍‌ରେ ମଧ୍ୟ ଦଳ ପାଇଁ ଖେଳିଛନ୍ତି। ଟାଇଗରଙ୍କ ଫୁଟବଲ୍ ପ୍ରତି ଆଗ୍ରହ ଏବେ ପ୍ରତିଯୋଗିତାମୂଳକ ଖେଳରେ ପରିଣତ ହୋଇଛି। ମୁମ୍ବାଇ ଡିଷ୍ଟ୍ରିକ୍ଟ ଲିଗ୍ ପାଇଁ ତାଙ୍କର ରେଜିଷ୍ଟ୍ରେସନ୍, ଆଇଡି କାର୍ଡ ଏବଂ ଅଧିକାରିକ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଥିଲା।

ଡୁରାଣ୍ଡ କପ୍‌ରେ ମୁମ୍ବାଇ ଏଫ୍‌ସି ନିଜର ସମସ୍ତ ଗ୍ରୁପ୍ ମ୍ୟାଚ୍ ଶିଲଙ୍ଗର ଜବାହରଲାଲ ନେହରୁ ଷ୍ଟାଡିୟମରେ ଖେଳିବ। ଦଳ ଅଗଷ୍ଟ ୩ରେ ଲାଙ୍ଗସ୍ନିଙ୍ଗ ଏସ୍‌ସି ବିପକ୍ଷରେ ଅଭିଯାନ ଆରମ୍ଭ କରିବ। ପରେ ଅଗଷ୍ଟ ୮ରେ ଶିଲଙ୍ଗ ଲାଜଙ୍ଗ ଏବଂ ଅଗଷ୍ଟ ୧୧ରେ ନଙ୍ଗକ୍ଷେହ ଏସ୍‌ଏସ୍ ଆଣ୍ଡ ସିସି ବିପକ୍ଷରେ ମ୍ୟାଚ୍ ଖେଳିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।