Tibetan: ଓଡ଼ିଆ ମହିଳାଙ୍କ ମୁହଁରେ ହସ ଫୁଟାଇଲେ ତିବ୍ଦତୀୟ ଶରଣାର୍ଥୀ; ସଭିଏଁ କହିଲେ...ବାଃ...ବାଃ

Jun 26, 2026 - 12:16
Tibetan: ଓଡ଼ିଆ ମହିଳାଙ୍କ ମୁହଁରେ ହସ ଫୁଟାଇଲେ ତିବ୍ଦତୀୟ ଶରଣାର୍ଥୀ; ସଭିଏଁ କହିଲେ...ବାଃ...ବାଃ

"ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ): ମାନବିକତା ଓ ସହଯୋଗର ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି ତିବ୍ଦତୀୟ ଶରଣାର୍ଥୀମାନେ।

ଗଜପତି ଜିଲ୍ଲାର ଆର୍.

ଉଦୟଗିରି ବ୍ଲକ ଅନ୍ତର୍ଗତ ପରିସଲ ଗ୍ରାମର କୃପାଞ୍ଜଳି କରାଡ଼ ଦୀର୍ଘ ଦିନ ଧରି ଲିଭରଜନିତ ରୋଗରେ ପୀଡ଼ିତ ହୋଇ ଅସହାୟ ଜୀବନ ବିତାଉଥିଲେ।

ତାଙ୍କୁ ଆର୍ଥିକ ସହଯୋଗ ପ୍ରଦାନ କରିଛନ୍ତି।

କୃପାଞ୍ଚଳି ଏବେ ଆତ୍ମନିର୍ଭରଶୀଳ ହୋଇଛନ୍ତି।

ତାଙ୍କର ମୁହଁରେ ହସ ଫୁଟିଛି।

ତିବ୍ଦତୀୟ ଶରଣାର୍ଥୀଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି।

Advertisment ତେବେ ତିବ୍ଦତୀୟ ଶରଣାର୍ଥୀମାନଙ୍କ ସହଯୋଗ ତାଙ୍କ ଜୀବନକୁ ନୂଆ ଦିଗ ଦେଇଛି।

୨୦୨୨ ମସିହାରୁ କୃପାଞ୍ଜଳି ଲିଭରଜନିତ ରୋଗରେ ଆକ୍ରାନ୍ତ ହେବା ପରେ ପରିବାର ଲୋକେ ଧାର ଉଧାର କରି ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଇଥିଲେ।

ବ୍ରହ୍ମପୁର ସମେତ ବିଭିନ୍ନ ସ୍ଥାନରେ ଚିକିତ୍ସା କରାଇଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟରେ ବିଶେଷ ସୁଧାର ଆସିନଥିଲା।

ଚିକିତ୍ସା ଖର୍ଚ୍ଚ ବଢ଼ିବା ସହ ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡ଼ିଥିଲା ଏବଂ ଶେଷରେ ସେ ଘରେ ଶଯ୍ୟାଶାୟୀ ହୋଇ ଘରେ ପଡ଼ି ରହିଥିଲେ।

କୃପାଞ୍ଜଳିଙ୍କ ସ୍ୱାମୀ ବୁଲୁ ଶ୍ରମିକ ଭାବେ କାମ କରି ଯେଉଁ ଅଳ୍ପ ଆୟ କରୁଥିଲେ।

ସେଥିରେ ପରିବାର ଚଳାଇବା ସହ ଚିକିତ୍ସା ଖର୍ଚ୍ଚ ବହନ କରିବା କଷ୍ଟକର ହେଉଥିଲା।

ଜୀବନ ଓ ମୃତ୍ୟୁ ମଧ୍ୟରେ ସଂଘର୍ଷ  କଷ୍ଟସାଧ୍ୟ ହୋଇପଡ଼ିଥିଲା।

ପ୍ରାୟ ଦୁଇ ବର୍ଷ ଧରି ସେ ଜୀବନ ଓ ମୃତ୍ୟୁ ମଧ୍ୟରେ ସଂଘର୍ଷ କରୁଥିଲେ।

ଏହି ସମୟରେ କିଛି ସମ୍ପର୍କୀୟଙ୍କ ମାଧ୍ୟମରେ ପରିବାର ଲୋକେ ଜାଣିବାକୁ ପାଇଥିଲେ ଯେ ତିବ୍ଦତୀୟ ଶରଣାର୍ଥୀମାନେ ଅସହାୟ ଲୋକଙ୍କୁ ସହଯୋଗ କରୁଛନ୍ତି।

ପରେ ସେମାନଙ୍କ ନିକଟରେ ସହାୟତା ପାଇଁ ଅନୁରୋଧ କରିଥିଲେ।

ତିବ୍ଦତୀୟ ଶରଣାର୍ଥୀମାନେ କୃପାଞ୍ଜଳିଙ୍କ ଘରକୁ ଯାଇ ତାଙ୍କ ଅବସ୍ଥା ଦେଖି ତୁରନ୍ତ ସହଯୋଗର ହାତ ବଢ଼ାଇଥିଲେ।

ସେମାନଙ୍କ ସହଯୋଗରେ କୃପାଞ୍ଜଳିଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା।

ସେଠାରେ ତାଙ୍କର ଦୁଇଥର ଅସ୍ତ୍ରୋପଚାର ହେବା ସହ ଚିକିତ୍ସାର ସମସ୍ତ ଖର୍ଚ୍ଚ ତିବ୍ଦତୀୟ ଶରଣାର୍ଥୀମାନେ ବହନ କରିଥିଲେ।

ଫଳସ୍ୱରୂପ ତାଙ୍କ ସ୍ୱାସ୍ଥ୍ୟରେ ଉଲ୍ଲେଖନୀୟ ସୁଧାର ଆସିଥିଲା।

ଭାରୀ କାମ ନ କରିବାକୁ ପରାମର୍ଶ ତେବେ ଡାକ୍ତରମାନେ ତାଙ୍କୁ କୌଣସି ଭାରୀ କାମ ନ କରିବାକୁ ପରାମର୍ଶ ଦେଇଛନ୍ତି।

ହେଲେ କେବଳ ଚିକିତ୍ସା ସହାୟତାରେ ସୀମିତ ନ ରହି, କୃପାଞ୍ଜଳିଙ୍କ ଭବିଷ୍ୟତ ଜୀବିକାକୁ ମଧ୍ୟ ସୁନିଶ୍ଚିତ କରିବା ପାଇଁ ତିବତୀୟ ଶରଣାର୍ଥୀମାନେ ଲକ୍ଷାଧିକ ଟଙ୍କା ବ୍ୟୟ କରି ତାଙ୍କ ପାଇଁ ଏକ କିରାଣୀ ଦୋକାନ ସ୍ଥାପନ କରାଇ ଦେଇଛନ୍ତି।

ଏହା ମାଧ୍ୟମରେ କୃପାଞ୍ଜଳି ନିଜ ପରିବାରର ଭରଣପୋଷଣ ସହ ସ୍ୱାବଲମ୍ବୀ ହେବାର ସୁଯୋଗ ପାଇଛନ୍ତି।

ତିବ୍ଦତୀୟ ଶରଣାର୍ଥୀମାନଙ୍କ ଏହି ମହାନ ଉଦ୍ୟମ କେବଳ ଜଣେ ଅସହାୟ ମହିଳାଙ୍କୁ ନୂଆ ଜୀବନ ଦେଇନାହିଁ, ବରଂ ସମାଜରେ ମାନବିକତା ଓ ସେବାଭାବର ଏକ ଅନନ୍ୟ ଦୃଷ୍ଟାନ୍ତ ସ୍ଥାପନ କରିଛି।

କୃପାଞ୍ଜଳୀଙ୍କ ମୁହଁରେ ଫେରିଥିବା ହସ ଏହି ସହଯୋଗର ସର୍ବଶ୍ରେଷ୍ଠ ସଫଳତା ବୋଲି ମତ ପ୍ରକାଶ ପାଇଛି।

Uttarakhand: ଉତ୍ତରାଖଣ୍ଡରେ ନିହାଙ୍ଗ ଶିଖ୍‌ଙ୍କ ବିରୋଧ ଥମିଲା: ଡେରାଡୁନ୍‌ ସ୍ଥିତି ସ୍ବାଭାବିକ "