Thursday Horoscope: ଗୁରୁବାର ରାଶିଫଳ (୧୬-୦୭-୨୦୨୬)
ମେଷ: ଆଜି ଦିନଟି ଆପଣଙ୍କ ପାଇଁ ବହୁତ ଭଲ। ଧନ ଆସିବା ବାଟ ଫିଟିବ। କ୍ୟାରିୟରରେ ବଡ଼ ଧରଣ ପରିବର୍ତ୍ତନ ହେବ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ।
ବୃଷ: ପୈତୃକ ବ୍ୟବସାୟରେ ପରିବର୍ତ୍ତନ ଆଣିବେ। ଅବିବାହିତଙ୍କ ବିବାହ ସ୍ଥିର ହେବ। ସମୟ ପୂର୍ବରୁ କାର୍ଯ୍ୟ ସମାପନ କରିବେ। ଜୀବନରୁ ସମସ୍ତ ବାଧାବିଘ୍ନ ଦୂର ହେବ।
ମିଥୁନ: ବ୍ୟବସାୟରେ ସଫଳତା ମିଳିବ। ବ୍ୟସ୍ତତା ଭିତରେ ନିଜ ପାଇଁ ସମୟ ବାହାର କରିବେ। ଦାମ୍ପତ୍ୟ ଜୀବନରେ ମନୋମାଳିନ୍ୟ ଦେଖାଦେବ। ଘରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ ହେବ।
କର୍କଟ : ପରିଶ୍ରମର ଫଳ ମିଳିବ। ସନ୍ତାନ ସୁଖ ପ୍ରାପ୍ତ ହେବ। ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ଖୁସି ହେବେ। ନୂଆ ଚାକିରିର ସୁଯୋଗ ଜୁଟିବ। ନୂଆ ବ୍ୟବସାୟର ଯୋଜନା କରିବେ।
ସିଂହ: ଦିନଟି ଭଲରେ କଟିବ। ଚାକିରିରେ ପରିବର୍ତ୍ତନ ଆସିବ। ବ୍ୟବସାୟ ସମ୍ବନ୍ଧିତ ଦୂର ସ୍ଥାନକୁ ଯାତ୍ରା କରିବେ। କାର୍ଯ୍ୟକ୍ଷେତ୍ରରେ କିଛି ସମସ୍ୟା ଆସିବ। ପରୀକ୍ଷା ପାଇଁ କଠିନ ପରିଶ୍ରମ କରିବେ।
କନ୍ୟା: ଘରକୁ ଅତିଥି ଆଗମନ କରିବେ। କୌଣସି ନୂଆ ଲୋକଙ୍କ ସହ ସାକ୍ଷାତ କରିପାରନ୍ତି। ବ୍ୟବସାୟରେ କ୍ଷତି ସହିପାରନ୍ତି। ଆର୍ଥିକ ସ୍ଥିତି ମଧ୍ୟମ ରହିବ। ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ।
ତୁଳା: ବନ୍ଧୁଙ୍କ ସହ ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ବାପାମାଆଙ୍କ ସହଯୋଗରେ କିଛି ନୂଆ ଦାୟିତ୍ବ ଗ୍ରହଣ କରିବେ। ଉଧାର ଟଙ୍କା ଫେରିପାଇବେ । ଆୟ ଅନୁସାରେ ଖର୍ଚ୍ଚ ବଢ଼ିବ।
ବିଛା: ନୂଆ ଚାକିରି ପାଇଁ ଉତ୍ସାହିତ ରହିବେ। ଛାତ୍ରଛାତ୍ରୀଙ୍କର ନୂଆ ବିଷୟ ପ୍ରତି ରୁଚି ବଢ଼ିବ। ବ୍ୟବସାୟରେ ଅର୍ଥ ନିବେଶ କରନ୍ତୁ ନାହିଁ। ପିଲାମାନଙ୍କ ସ୍ବାସ୍ଥ୍ୟବସ୍ଥା ପାଇଁ ଅଭିଭାବକ ଚିନ୍ତାରେ ରହିେବ।
ଧନୁ: ବ୍ୟାଙ୍କ ଓ ଆଇଟିରେ ସଫଳତା ମିଳିବ। ବ୍ୟବସାୟକୁ ନେଇ କୌଣସି ନୂଆ ସମସ୍ୟା ସୃଷ୍ଟି ହେବ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବ। ଧାର୍ମିକ ସ୍ଥାନକୁ ଯାତ୍ରା କରିବେ।
ମକର: ସମୟ ପୂର୍ବରୁ ସମସ୍ତ କାର୍ଯ୍ୟ ପୂରା କରିବେ। ପୁରୁଣା ବନ୍ଧୁଙ୍କ ସହ ସମୟ ଅତିବାହିତ କରିପାରନ୍ତି। ବାଦବିବାଦଠାରୁ ଦୂରେଇ ରହିବେ। ନିଜଲୋକଙ୍କ ସହ ଅଯଥା ଯୁକ୍ତି ହୋଇପାରେ।
କୁମ୍ଭ: ଉଚ୍ଚଶିକ୍ଷା ପାଇଁ ଉତ୍ତମ ସମୟ। ଧାର୍ମିକ କାର୍ଯ୍ୟରେ ସାମିଲ ହେବେ। ନୂଆ ପ୍ରୋଜେକ୍ଟରେ କାମ କରିବାର ସୁଯୋଗ ମିଳିବ। ଜାଗାବାଡ଼ି କିଣିବେ। କର୍ମଜୀବୀ ମହିଳାଙ୍କ ପାଇଁ ଦିନଟି ଭଲ।
ମୀନ: ରାଜନୀତିରେ ସଫଳତା ମିଳିବ। ମନକୁ ଶାନ୍ତି ମିଳିବ। ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ। ଗୁପ୍ତ କଥା ଅନ୍ୟଙ୍କ ସହ ସେୟାର କରନ୍ତୁନି। ପରୀକ୍ଷାର୍ଥୀ କୃତକାର୍ଯ୍ୟ ହେବେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAKALA - ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।