Threatened:୯ ଜଣ ଛାତ୍ରୀଙ୍କୁ ଅସଦାଚରଣ, ଏସିଡ୍ ମାଡ଼ ଧମକ...ପୋଲିସ ତଦନ୍ତ ଆରମ୍ଭ
ଟିଉସନ ଫେରିବା ବାଟରେ ନବମ ଶ୍ରେଣୀ ଛାତ୍ରୀଙ୍କ ବାଟ ଓଗାରିଲେ କିଛି ଅସାମାଜିକ ଯୁବକ। ଆଉ ପ୍ରେମ ନିବେଦନ ପ୍ରତ୍ୟାଖାନ କଲେ ଏସିଡ଼ ପକାଇବାର ଧମକ ଦେଲେ।
ଟିଉସନ ଫେରିବା ବାଟରେ ନବମ ଶ୍ରେଣୀ ଛାତ୍ରୀଙ୍କ ବାଟ ଓଗାରିଲେ କିଛି ଅସାମାଜିକ ଯୁବକ। ଆଉ ପ୍ରେମ ନିବେଦନ ପ୍ରତ୍ୟାଖାନ କଲେ ଏସିଡ଼ ପକାଇବାର ଧମକ ଦେଲେ।
ଟିଉସନ ଫେରିବା ବାଟରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ସହ ଏସିଡ ଫିଙ୍ଗିବାକୁ ଧମକ। ଭୟଭୀତ ଛାତ୍ରୀମାନେ ଟିଉସନ ନଯାଇ ପହଞ୍ଚିଲେ ଥାନାରେ। ପାରାଦୀପ ଲକ୍ ଥାନା ଅଞ୍ଚଳରେ ଘଟିଛି ଘଟଣା। ଅଭିଯୋଗ ଅନୁସାରେ ପାଖ ଗାଁ ରୁ ଟିଉସନରୁ ଫେରିବା ବାଟରେ ଛାତ୍ରୀମାନଙ୍କୁ ୩ ଜଣ ଯୁବକ ଅନେକ ଦିନ ହେଲା ହଇରାଣ କରୁଥିଲେ । କମେଣ୍ଟ ମାରି ସେମାନଙ୍କ ପ୍ରତି ଅଶ୍ଳୀଳ ଭାଷା ପ୍ରୟୋଗ କରୁଥିଲେ। ଗୁରୁବାର ସନ୍ଧ୍ୟାରେ ଯୁବକମାନଙ୍କ ଔଦ୍ଧତ୍ୟ ସୀମା ଟପିଥିଲା।
ସନ୍ଧ୍ୟାରେ ସୁଯୋଗ ନେଇ ଯୁବକମାନେ ନବମ ଶ୍ରେଣୀର ୯ ଜଣ ଛାତ୍ରୀଙ୍କ ବାଟ ଓଗାଳିଥିଲେ। ଅଶ୍ଳୀଳ କମେଣ୍ଟ ମାରି ପ୍ରେମ ନିବେଦନ କରିଥିଲେ। ଘଣ୍ଟାଏ ପର୍ଯ୍ୟନ୍ତ ବାଟଘେରି ରଖିଲେ, ସେମାନଙ୍କୁ ଛାଡିଲେ ନାହିଁ। କଥାରେ ରାଜି ନହେଲେ ଦୁଷ୍କର୍ମ ସହ ଏସିଡ ଫିଙ୍ଗବାକୁ ଧମକ ଦେଲେ।
କୌଣସି ପ୍ରକାର ସେଠାରୁ ଖସି ଆସି ଛାତ୍ରୀମାନେ ଟ୍ୟୁସନ ସାରଙ୍କୁ ସବୁ କଥା କହିଥିଲେ। ଛାତ୍ରୀଙ୍କୁ ସାଙ୍ଗରେ ନେଇ ଟିଉସନ ସାର ଓ ଅଭିଭାବକମାନେ ଥାନାରେ ପହଞ୍ଚି ପୁଲିସକୁ ସୁରକ୍ଷା ମାଗିଥିଲେ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ସୃଷ୍ଟି ହୋଇଛି ଆଲୋଡନ ।
ଅଭିଯୋଗ ଆଧାରରେ ଘଟଣାର ତଦନ୍ତ କରାଯାଉଛି ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପାରାଦୀପ ଅତିରିକ୍ତ ଏସପି ସୂଚନା ଦେଇଛନ୍ତି।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
