Theft : ମା'ଗିରିଙ୍ଗେଶ୍ୱରୀ ମନ୍ଦିରରୁ ବଡ଼ ଧରଣର ଲୁଟ୍,  ହୁଣ୍ଡି ଭାଙ୍ଗି ଟଙ୍କା ଏବଂ ବହୁ ପିତଳ ସାମଗ୍ରୀ ଚୋରି

Jul 29, 2026 - 09:29
Theft : ମା'ଗିରିଙ୍ଗେଶ୍ୱରୀ ମନ୍ଦିରରୁ ବଡ଼ ଧରଣର ଲୁଟ୍,  ହୁଣ୍ଡି ଭାଙ୍ଗି ଟଙ୍କା ଏବଂ ବହୁ ପିତଳ ସାମଗ୍ରୀ ଚୋରି

"ବାଲିପାଟଣା: ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ଅଠାନ୍ତର ପଞ୍ଚାୟତ ପ୍ରସିଦ୍ଧ ମା 'ଗିରିଙ୍ଗେଶ୍ୱରୀ ମନ୍ଦିରରୁ ଗତକାଲି ବଡ଼ ଧରଣର ଚୋରି ହୋଇଛି| ଦୁର୍ବୃତ୍ତମାନେ ମାଙ୍କ ମନ୍ଦିର ଫାଟକ ସହ ୬ ବଖରା ଘର ଭାଙ୍ଗି ଲୁଟପାଟ କରିଛନ୍ତି | ମନ୍ଦିର ହୁଣ୍ଡି ଭାଙ୍ଗି ନଗଦ ୧୦ ହଜାରରୁ ଅଧିକ ଟଙ୍କା ଏବଂ ପୂଜାରେ ବ୍ୟବହୃତ ପିତଳ ଦୀପ ଷ୍ଟାଣ୍ଡ , ପିତଳ ବାଲଟି, ୨ ଟି ପିତଳ ଢାଳ ଲୁଟ କରିଛନ୍ତି |Advertisment ମନ୍ଦିର ଏବେ ଅସୁରକ୍ଷିତ ସେହିପରି ମନ୍ଦିର ପରିସରରେ ଥିବା ରୋଷ ଘର ସହ ଅତିଥି ଭଵନ ଓ ବିଶ୍ରାମ ଗୃହ ତାଲା ଭାଙ୍ଗି ୨ଟି ପିତଳ  ହାଣ୍ଡି , ୧ ପିତଳ ଟପ ,  ପିତଳ ଗାଙ୍ଗୁଲା ୧ ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ଜଣା ପଡିଛି | ଆଜି ସକାଳୁ ମା 'ଙ୍କ ପୂଜକ ଜଗଦାନନ୍ଦ ରଣା ପୂଜା କରିବାକୁ ଆସିବା ସମୟରେ ମନ୍ଦିର ତାଲା ଭଙ୍ଗା ଯାଇଥିବା ଦେଖି ଟ୍ରଷ୍ଟ ମେମ୍ବରଙ୍କୁ ଜଣାଇଥିଲେ | ବାଲିପାଟଣା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି| ବାଲିପାଟଣା ଅଞ୍ଚଳରେ ବ୍ୟାପକ ନିଶା କାରବାର ହେତୁ ବିଭିନ୍ନ ମନ୍ଦିର ଏବେ ଅସୁରକ୍ଷିତ ହୋଇ ପଡିଥିବା ସାଧାରଣରେ ଚର୍ଚ୍ଚା ହେଉଛି| Car Accident: ପୋଖରୀରେ ପଶିଲା ଫରଚୁନର କାର୍!

କାଚ ଭାଙ୍ଗି ବର୍ତ୍ତିଲେ ଚାଳକ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।