The largest earthen pot: କିମାଶ୍ଚର୍ଯ୍ୟମ୍: ବୃହତ୍ତମ ମାଟି କୁମ୍ପି
"ରାକ୍ବିରା ସହର କଲମ୍ବିଆର କଳା ରାଜଧାନୀ ଭାବେ ସୁପରିଚିତ।
ସେଠାକାର ଏକ ଥିମ୍ ପାର୍କରେ ପୃଥିବୀର ବୃହତ୍ତମ "ପିଗି ବ୍ୟାଙ୍କ୍" ବା ମାଟି କୁମ୍ପି ସ୍ଥାପନ କରାଯାଇଛି।
ଏହା ଦେଖିବାକୁ ଯେତିକି କୌତୂହଳପ୍ରଦ ଏହା ପଛର ଉଦ୍ଦେଶ୍ୟ ସେତିକି ମହତ୍।
ଶହଶହ ବର୍ଷ ଧରି ଜାରି ରହିଥିବା ମାଟି ପାତ୍ର ନିର୍ମାଣ ପରମ୍ପରାକୁ ସମ୍ମାନ ଜଣାଇବା ଲାଗି ଏହି ୨୯ ଫୁଟ୍ ୬ ଇଞ୍ଚ ଉଚ୍ଚତା, ୩୩ ଫୁଟ୍ ୧୨ ଇଞ୍ଚ ଓସାର ଓ ୩୦ ଟନ୍ ଓଜନର ମାଟି କୁମ୍ପିଟିକୁ ନିର୍ମାଣ କରାଯାଇଛି। "ମାନୋ ଡେଲ୍ ଆର୍ଟିସାନୋ" ପାର୍କର ସ୍ଥପତିମାନେ ଏହାର ନିର୍ମାଣ ଯୋଜନା ପ୍ରସ୍ତୁତ କରି ପୋଡ଼ା ମାଟିରେ ଏହାର ବିଭିନ୍ନ ଅଂଶ ପ୍ରଥମେ ପ୍ରସ୍ତୁତ କରିଥିଲେ।
ଏହା ପରେ କଂକ୍ରିଟ୍ ଓ ଷ୍ଟିଲ୍ ବିମ୍ ସହିତ ଯୋଡ଼ି ଏହାକୁ ଛିଡ଼ା କରାଯାଇଥିଲା।
ଗିନିସ୍ ବୁକ୍ ଅଫ୍ ଵାର୍ଲଡ୍ ରେକର୍ଡସ୍ ପକ୍ଷରୁ ସାଟେଲାଇଟ୍ ସାହାଯ୍ୟରେ ମାପିବା ପରେ ଏହାକୁ ପୃଥିବୀର ବୃହତ୍ତମ ପିଗି ବ୍ୟାଙ୍କ୍ର ମାନ୍ୟତା ଦିଆଯାଇଛି।
Advertisment Education: ୩୨ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ୬୧ ସ୍ୱର୍ଣ୍ଣ ପଦକ ସାଧାରଣ ମାଟି କୁମ୍ପି ଭଳି ଏଥିରେ ମଧ୍ୟ ପର୍ଯ୍ୟଟକମାେନ ଖୁଚୁରା ଟଙ୍କା ପକାଇପାରିବେ।
ଏହା ପୂର୍ଣ୍ଣ ହେବା ପାଇଁ ୧,୨୭,୦୦୦ଟି ୧୦୦୦ ପେସୋ ମୁଦ୍ରା ଦରକାର (ଭାରତୀୟ ମୁଦ୍ରାରେ ପ୍ରାୟ ୩୮ ଲକ୍ଷ ଟଙ୍କା)।
ଏହି ଦାନ ପାଣ୍ଠିକୁ ସ୍ଥାନୀୟ ପ୍ରାଣୀ ଆଶ୍ରୟଗୃହଗୁଡ଼ିକୁ ହସ୍ତାନ୍ତର କରିବାର ଲକ୍ଷ୍ୟ ରଖାଯାଇଛି।
କେବଳ ଏତିକି ନୁହେଁ, ଏହା ଭିତରେ ମାଟି କୁମ୍ପି ନିର୍ମାଣର ଇତିହାସକୁ ମଧ୍ୟ ପ୍ରଦର୍ଶିତ କରାଯାଇଛି।
ସେହିପରି ଘୁଷୁରି ଆକାରର ଏହି ସ୍ଥାପତ୍ୟର ନାକ ଯାଏ ଚଢ଼ିବା ପାଇଁ ଏକ ଶିଡ଼ି ଲାଗିଛି।
ସେଠାରେ ଛିଡ଼ା ହୋଇ ଲୋକମାନେ ସେହି ସ୍ଥାନର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରୁଛନ୍ତି।
Horoscope 2026 July 18: ଜାଣନ୍ତୁ ଆଜିର ରାଶିଫଳ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।